Advertisment

Tigress Zeenat: ବାଘୁଣୀ ‘ଜୀନତ୍’କୁ ନେଇ ରାଜନୀତି କରୁଛି ପଶ୍ଚିମବଙ୍ଗ; ଟ୍ରାଙ୍କୁଲାଇଜ୍ ହେବା ୩ ଦିନ ପରେ ବି ଛାଡ଼ୁନି....

ଜୀନତ୍ ଟ୍ରାଙ୍କୁଲାଇଜ୍ ହେବାର ୪୮ ଘଣ୍ଟା ବିତିଗଲାଣି। ହେଲେ ଆଲିପୁର ଚିଡ଼ିଆଖାନାରେ ବନ୍ଦୀ ଜୀବନ ବିତାଉଛି ଏହି ମରାଠା ବାଘୁଣୀ। ଯନ୍ତା ଭିତରେ ରହି ଏକ ପ୍ରକାର ଅସହାୟ ହୋଇଗଲାଣି।

undefined

Tigress Zeenat

Advertisment

ବାଘୁଣୀ ଜୀନତ୍‌କୁ ନେଇ ନୂଆ ଅଡୁଆ। ହରଡ଼ଘଣାରେ ପଶ୍ଚିମବଙ୍ଗ ବନବିଭାଗ। ଶିମିଳିପାଳରୁ ଖସି ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍ ହୋଇଥିବା ଏହି ମରାଠା ବାଘୁଣୀକୁ କାହିଁକି ଓଡ଼ିଶା ନପଠାଇ ଆଲିପୁର ଚିଡ଼ିଆଖାନାକୁ ପଠାଗଲା, ପ୍ରଶ୍ନ ଉଠାଇଛନ୍ତି NTCA। ଏନେଇ ପଶ୍ଚିମବଙ୍ଗର ଚିଫ୍ ୱାଇଡଲାଇଫ୍ ୱାର୍ଡେନଙ୍କୁ ଜବାବ ତଲବ ବି କରିଛନ୍ତି। SOP ଅନୁସାରେ ତୁରନ୍ତ ବାଘୁଣୀକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି NTCA।

Advertisment

ଜୀନତ୍ ଟ୍ରାଙ୍କୁଲାଇଜ୍ ହେବାର ୪୮ ଘଣ୍ଟା ବିତିଗଲାଣି। ହେଲେ ଆଲିପୁର ଚିଡ଼ିଆଖାନାରେ ବନ୍ଦୀ ଜୀବନ ବିତାଉଛି ଏହି ମରାଠା ବାଘୁଣୀ। ଯନ୍ତା ଭିତରେ ରହି ଏକ ପ୍ରକାର ଅସହାୟ ହୋଇଗଲାଣି। ତା’ର ଚାହାଣୀ ହିଁ କହୁଛି ତା’ ଅସହାୟତାର କାହାଣୀ। ଏବେ ପ୍ରଶ୍ନ, କାହିଁକି ଶିମିଳିପାଳ ଫେରୁନି ଜୀନତ୍? କେଉଁଠି ରହୁଛି ସମସ୍ୟା? ଏହି ମରାଠା ବାଘୁଣୀକୁ ଓଡ଼ିଶା ଆସିବାରେ ପ୍ରତିବନ୍ଧକ ସାଜୁନାହାନ୍ତି ତ’ ପଶ୍ଚିମବଙ୍ଗ ସରକାର? ଜାଣିଶୁଣି ବାଘୁଣୀକୁ ନେଇ ରାଜନୀତି କରୁଛନ୍ତି କି ମମତା ଦିଦି? NTCA ଏସଓପି ଖୋଲାଖୋଲି ଉଲ୍ଲଂଘନ କରୁନାହାନ୍ତି ତ ମମତା? ପ୍ରଥମେ ଆଳୁ ଆଉ ଏବେ ମହାବଳକୁ ଓଡ଼ିଶା ନଛାଡ଼ିବା ପଛର ଅସଲ ଉଦ୍ଦେଶ୍ୟ କ’ଣ? ଜୀନତକୁ ଶିମିଳିପାଳ ଅଭୟାରଣ୍ୟକୁ ତୁରନ୍ତ ଫେରାଇ ଦେବାକୁ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- ଏନ୍ଟିସିଏ ଚିଠି ଲେଖିବା ପରେ ପଶ୍ଚିମବଙ୍ଗ ବନ ବିଭାଗ ତଥା ସେଠାକାର ସରକାରଙ୍କ ଏଭଳି କିଛି ଅଭିପ୍ରାୟ ସ୍ପଷ୍ଟ ଅନୁମେୟ। 

ଅଧିକ ପଢ଼ନ୍ତୁ: ଏମିତି ଏକ ଗାଁ, ଯେଉଁଠି ୩୮ ବର୍ଷ ଧରି ପାଳନ ହେଉନି ନୂଆବର୍ଷ

ଏମିତିକି ଜୀନତକୁ ଟ୍ରାଙ୍କୁଲାଇଜ କରିବା ପରେ NTCAର ଏସ୍ଓପି ଅନୁଯାୟୀ ତାକୁ ଓଡ଼ିଶାକୁ ସ୍ଥାନାନ୍ତର ନ କରି କାହିଁକି ଆଲିପୁର ଚିଡ଼ିଆଖାନାକୁ ନିଆଗଲା ସେନେଇ ପଶ୍ଚିମବଙ୍ଗ ଚିଫ୍ ୱାଇଲ୍ଡଲାଇଫ୍ ୱାର୍ଡେନଙ୍କୁ ଜବାବ ତଲବ କରିଛନ୍ତି NTCA। ଏପଟେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଜୀନତକୁ ତୁରନ୍ତ ଶିମିଳିପାଳ ଫେରାଇ ଦେବାକୁ NTCA ଓ ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି। ଏଣେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଜୀନତର ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ପଶ୍ଚିମବଙ୍ଗ ସରକାର ଯେବେ ଆମକୁ ହସ୍ତାନ୍ତର କରିବେ ଆମେ ତାକୁ ତୁରନ୍ତ ଶିମିଳିପାଳ ନେଇଆସିବୁ। 

Advertisment

ଜୀନତ୍‌ ସମସ୍ୟା ଦୂର କରି ଶିମିଳିପାଳରେ ମହାବଳ ବଂଶ ବିସ୍ତାର ଲାଗି ମହାରାଷ୍ଟ୍ର ତଡ଼ବା-ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିଲା ବାଘୁଣୀ ଜୀନତ୍। ହେଲେ ସେ ପଶ୍ଚିମବଙ୍ଗ ପଳାଇ ସେଠାରେ ଟ୍ରାଙ୍କୁଲାଇଜ ହେବାପରେ ଆଲିପୁର ଜୁ’ ପାଲଟିଛି ତା’ ନୂଆ ଠିକଣା। କିନ୍ତୁ ପଶ୍ଚିମବଙ୍ଗରୁ ଓଡ଼ିଶା ଏଯାଏଁ ନଆସିବା ଓ NTCA ହସ୍ତକ୍ଷେପ କରିଥିବାରୁ ତା’ ଫେରିବା ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା। ବିଶେଷଜ୍ଞଙ୍କ କହିବା କଥା, ବନ୍ୟପ୍ରାଣୀ ଆଇନ ଅନୁସାରେ କୌଣସି ବନ୍ୟଜନ୍ତୁକୁ ଚିଡ଼ିଆଖାନାରେ ରଖାଯାଇପାରିବ ନାହିଁ। ଜୀନତ ଟ୍ରାଙ୍କୁଲାଇଜ ହେବା ପରେ ତା’କୁ ନିକଟସ୍ଥ କୌଣସି ପଶୁ ଚିକିତ୍ସା କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇପାରିଥାନ୍ତା। ୨୦୦ କିଲୋମିଟର ଦୂର ଆଲିପୁର ଜୁ’ ନେବାର ଆବଶ୍ୟକତା ନ ଥିଲା। 

ଅଧିକ ପଢ଼ନ୍ତୁ: ଲୁଚକାଳି ଖେଳୁଛି ଶୀତ; ଉପରମୁହାଁ ହେଉଛି ପାରଦ...

Mamata Banerjee Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ