Advertisment

Liver Donation in Sambalpur: ହସି ହସି ନିଜ ଯକୃତ ଦାନ କରିଦେଲେ ବଡ଼ ଜାଆ

ଦିଅରର ସଂସାର ବଞ୍ଚାଇବାକୁ ଯକୃତ ଦାନ କଲେ ଭାଉଜ। ଜାଆକୁ ହସି ହସି ଦେଇ ଦେଲେ 'ଜିଗର୍ କା ଟୁକଡ଼ା'। ଲିଭର ଦାନ କରିଥିବା ପ୍ରତିମା ପ୍ରଧାନ କହିଛନ୍ତି, ସିଏ ମୋ ସାନଜାଆ ନୁହେଁ... ମୋ ସାନଭଉଣୀ। ମୋ ଝିଅ...। ଶାଶୁ ମଲା ପରେ ମୁଁ ପରା ଘରର ବଡ଼ ବୋହୂ ବୋଲି ପ୍ରତିମା ପ୍ରଧାନ କହିଛନ୍ତି।

undefined

Sambalpur

Advertisment

ଯେଉଁ ସ୍ୱାର୍ଥପର ଦୁନିଆରେ ରକ୍ତ ରକ୍ତକୁ ଚିହ୍ନୁନି। ସେଠି ରକ୍ତ ସଂପର୍କୀୟ ନହୋଇ ମଧ୍ୟ ଜଣେ ଆଉ ଜଣଙ୍କୁ ଦେଇଛି ଜୀବନ ଦାନ। ଜାଆକୁ ବଞ୍ଚାଇବାକୁ ନିଜ ପେଟରୁ ଖଣ୍ଡେ ଅଙ୍ଗ କାଟିବାକୁ ପଛାଇନି ଆଉ ଜଣେ ଜାଆ। ଇଏ କୌଣସି ସିନେମା କାହାଣୀ ନୁହେଁ। ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ୍ ଝାଙ୍କରପାଲିର ଦୁଇ ବୋହୂଙ୍କ କଥା। ସିନେମାରେ ତ ଜାଆମାନେ ଇର୍ଷାରେ ଜଳନ୍ତି। ହେଲେ ଏ ପରିବାରରେ ଇର୍ଷାର ନିଆଁ ନୁହେଁ... ଜନ୍ମ ନେଇଛି ଅଙ୍ଗଦାନର ଏକ ନିଆରା କାହାଣୀ।

Advertisment

ଦିଅରର ସଂସାର ବଞ୍ଚାଇବାକୁ ଯକୃତ ଦାନ କଲେ ଭାଉଜ। ଜାଆକୁ ହସି ହସି ଦେଇ ଦେଲେ 'ଜିଗର୍ କା ଟୁକଡ଼ା'। ଲିଭର ଦାନ କରିଥିବା ପ୍ରତିମା ପ୍ରଧାନ କହିଛନ୍ତି, ସିଏ ମୋ ସାନଜାଆ ନୁହେଁ... ମୋ ସାନଭଉଣୀ। ମୋ ଝିଅ...। ଶାଶୁ ମଲା ପରେ ମୁଁ ପରା ଘରର ବଡ଼ ବୋହୂ ବୋଲି ପ୍ରତିମା ପ୍ରଧାନ କହିଛନ୍ତି।

୨୦୨୦ ମସିହାର କଥା। ଶ୍ରୀନିବାସ ପ୍ରଧାନଙ୍କ ସାନ ବୋହୂ ଉମାକାନ୍ତିଙ୍କ ଗଲ୍‌ ବ୍ଲାଡାର୍ ଷ୍ଟୋନ୍ ସର୍ଜରୀ ବେଳେ ଭୁଲରେ ପୀତନଳୀକୁ କାଟିଦେଲେ ଡାକ୍ତର। ଯେଉଁଥିପାଇଁ ସେ ଦିନକୁ ଦିନ ଅଧିକ ଅସୁସ୍ଥ ହେବା ସହ ଜଣ୍ଡିସରେ ଆକ୍ରାନ୍ତ ହେଲେ। ଧୀରେ ଧୀରେ କାମ କରିବା ବନ୍ଦ କରିଦେଲା ଯକୃତ। ଜୀବନ ବଞ୍ଚାଇବାକୁ ପ୍ରତିରୋପଣ ଏକମାତ୍ର ସମାଧାନ ହୋଇଥିଲେ ମଧ୍ୟ ସ୍ୱାମୀ କିମ୍ବା ଅନ୍ୟ କୌଣସି ସଂପର୍କୀୟଙ୍କ ଲିଭର ମ୍ୟାଚ୍‌ କଲାନି। ଶେଷରେ ନିଜ ଆଡ଼ୁ ଯକୃତ ଦେବାକୁ ଆଗେଇ ଆସିଥିଲେ ପ୍ରତିମା।

Advertisment

ଅଧିକ ପଢ଼ନ୍ତୁ: ଗାଁରେ ଷଣ୍ଢ ଉତ୍ପାତ; ଶେଷରେ ବୃଦ୍ଧାଙ୍କୁ ମାରି ନିଜେ ମଲା...

ବିଧାତାର ଖେଳ ଦେଖନ୍ତୁ, ମାଆ ପେଟର ଭଉଣୀ ନହୋଇଥିଲେ ମଧ୍ୟ ତାଙ୍କ ଲିଭର ମ୍ୟାଚ୍ କରିଗଲା। ୪ ଦିନ ତଳେ ହାଇଦ୍ରାବାଦର ଏକ ହସ୍ପିଟାଲରେ ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିବା ବେଳେ, ପ୍ରତିମାଙ୍କ ଲିଭରରୁ କିଛି ଅଂଶ ନେଇ ସାନ ବୋହୂ ଉମାକାନ୍ତିଙ୍କ ଦେହରେ ଲଗାଯାଇଛି। ପ୍ରତିମା ଆଇସିୟୁରୁ ବାହାରିଥିବା ବେଳେ, ଉମାକାନ୍ତିଙ୍କୁ ଆଇସିୟୁରୁ ବାହାରିବାକୁ ଆହୁରି ୭୨ ଘଣ୍ଟା ଲାଗିବ।

ପ୍ରତିମା ନିଜ ସ୍ୱାସ୍ଥ୍ୟ ଓ ନିଜ ଭବିଷ୍ୟତକୁ ଖାତିର ନକରି ସାନଜାଆକୁ ଯକୃତ ଦେବା ପଛରେ ଥିଲା ଆଉ ଏକ ବଡ଼ କାରଣ। ତାହା ହେଉଛି ଉମାକାନ୍ତିଙ୍କ କୁନି ପୁଅ। ପ୍ରତିମା ପିଲାଟି ବେଳୁ ମାଆ ଛେଉଣ୍ଡ। ପିଲା ଦିନୁ ମାଆକୁ ହରାଇବାର ଦୁଃଖକୁ ନିଜେ ଭୋଗିଥିବାରୁ କୁନି ପୁତୁରା ମଧ୍ୟ ସେଇ ଦୁଃଖ ଭୋଗୁ ବୋଲି ଚାହୁଁନଥିଲେ ପ୍ରତିମା। ତେଣୁ ତା’ର ନିଷ୍ପାପ ମୁହଁକୁ ଚାହିଁ ନେଇଥିଲେ ଏଭଳି ମହତ ନିର୍ଣ୍ଣୟ।

Advertisment

ଆଜିକାଲି ଯୁଗରେ ସଂପର୍କ ଅପେକ୍ଷା ସ୍ୱାର୍ଥକୁ ଗୁରୁତ୍ବ ଦେଉଛି ମଣିଷ। ଲୁପ୍ତପ୍ରାୟ ଯୌଥ ପରିବାର। ଏଭଳି ସମୟରେ ପରିବାରର ଖୁସି ପାଇଁ ପ୍ରତିମାଙ୍କ ବଦାନ୍ୟତା ସତରେ ବିରଳ।

Sambalpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ