Advertisment

New Liquor Policy: ଷ୍ଟେଟ୍ ଏକ୍ସାଇଜ୍ ପଲିସିରେ ହେବ ବଡ଼ ପରିବର୍ତ୍ତନ, ଖୋଲିବନି ଆଉ ନୂଆ ମଦ ଦୋକାନ

ରାଜ୍ୟରେ ଆଉ ମୋଟେ ଖୋଲିବନି ନୂଆ ମଦ ଦୋକାନ । ଷ୍ଟେଟ୍ ଏକ୍ସାଇଜ୍ ପଲିସିରେ ହେବ ବଡ଼ ପରିବର୍ତ୍ତନ । ଆଉ ବର୍ଷେ ନୁହେଁ ଏଣିକି ୩ ବର୍ଷିଆ ହେବ ଅବକାରୀ ନୀତି ।

ନୂଆ ମଦ ପଲିସିରେ ନୂଆ କ’ଣ ?

ନୂଆ ମଦ ପଲିସିରେ ନୂଆ କ’ଣ ?

Advertisment

ଏଥର ତିନି ବର୍ଷିଆ ନୂଆ ଅବକାରୀ ନୀତି । ଆଉ ଚଳିବନି ପୁରୁଣା ନୀତି । ଏଇ ମାସ ମଝିରୁ ନୂଆ ଏକ୍ସାଇଜ୍ ପଲିସି ଲାଗୁ ହେବା ନେଇ ସଙ୍କେତ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଯେଉଁଥିରେ ଆଉ କୌଣସି ନୂଆ ମଦ ଦୋକାନ ତ ଖୋଲିବନି, ତାସହ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି କଲେ କଡ଼ା ଦଣ୍ଡର ପ୍ରାବଧାନ ରହିବା ସୂଚନା ମିଳିଛି। ଅନ୍ୟ ରାଜ୍ୟରେ ମଦ ନୀତି କିଭଳି ରହିଛି ତା’ର ଅନୁଧ୍ୟାନ ପାଇଁ ବି ୩ଟି ଟିମ୍ ଯିବେ, ସେମାନେ ଫେରିବା ପରେ ନୂଆ ଅବକାରୀ ନୀତି ଚୂଡ଼ାନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହାକୁ ମଦ ବ୍ୟବସାୟୀ ସ୍ବାଗତ କରିଥିବାବେଳେ, ପ୍ରଫିଟ୍ ମାର୍ଜିନ୍ ୧୦ରୁ ୨୫ ପ୍ରତିଶତକୁ ବୃଦ୍ଧି ସହ MGQ ବ୍ୟବସ୍ଥା ହଟାଇବାକୁ ଦାବି କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଆନାଟୋମି ବିଭାଗକୁ ଡେଡ୍ ବଡି ଅଭାବ, ପାଠପଢା ପାଇଁ ମିଳୁନି ପର୍ଯ୍ୟାପ୍ତ ମରଶରୀର

ରାଜ୍ୟରେ ଆଉ ମୋଟେ ଖୋଲିବନି ନୂଆ ମଦ ଦୋକାନ । ଷ୍ଟେଟ୍ ଏକ୍ସାଇଜ୍ ପଲିସିରେ ହେବ ବଡ଼ ପରିବର୍ତ୍ତନ । ଆଉ ବର୍ଷେ ନୁହେଁ ଏଣିକି ୩ ବର୍ଷିଆ ହେବ ଅବକାରୀ ନୀତି । ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବା ନେଇ ସଙ୍କେତ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି- ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଏହା ଲାଗୁ ହୋଇଯିବ, ଯେଉଁଥିରେ ନୂଆ ଲିକର ସପ୍ ନଖୋଲିବାକୁ ପ୍ରାବଧାନ ରହିଛି । ତାସହ ଅନ୍ୟ ରାଜ୍ୟରେ ମଦ ନୀତି କିଭଳି ରହିଛି ତା’ର ଅନୁଶୀଳନ ପାଇଁ ୩ଟି ଟିମ୍ ବାହାର ରାଜ୍ୟକୁ ଗସ୍ତ କରିବେ ।

Advertisment

ପ୍ରଥମେ ଆନ୍ଧ୍ର, ପରେ ରାଜସ୍ଥାନ, କେରଳ ଓ ତାମିଲନାଡୁ ବୁଲି ସେଠିକାର ମଦ ନିୟମ ଅନୁଧ୍ୟାନ କରି ଆସନ୍ତା ୭-୮ ତାରିଖ ବେଳକୁ ଫେରିବେ । ବାହାର ରାଜ୍ୟର ନିୟମଗୁଡ଼ିକର ସବିଶେଷ ତର୍ଜମା ପରେ ରାଜ୍ୟ ଅବକାରୀ ପଲିସି କ’ଣ ସବୁ ପ୍ରଯୁଜ୍ୟ ହେବ, ତାକୁ ଯୋଡ଼ା ଯାଇ ନୂଆ ଅବକାରୀ ନୀତି ପ୍ରସ୍ତୁତ ହେବ । ଯାହାକି ପୂର୍ବାପେକ୍ଷା ଆହୁରି କଡ଼ା ହେବ ଓ ସେଥିରେ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରିରେ ବ୍ରେକ୍ ଲଗାଯିବାକୁ କଡ଼ା ପଦକ୍ଷେପ ସହ ଅବକାରୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା ରହିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଗତ ମାର୍ଚ୍ଚ ୩୧ରୁ ରାଜ୍ୟରେ ସରିଲାଣି ୨୦୨୩-୨୪ ବର୍ଷର ଅବକାରୀ ନୀତି । ୟା ଭିତରେ ୨ ମାସ ବିତିଥିଲେ ବି ନୂଆ ପଲିସି ଆସିନଥିବାବେଳେ ଚଳିତ ମାସ ମଝିରୁ ୩ ବର୍ଷିଆ ନୂଆ ନୀତି ଲାଗୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ପରେ ସ୍ବାଗତ କରିଛନ୍ତି ମଦ ବ୍ୟବସାୟୀ । କିନ୍ତୁ ପଲିସିର ରୂପରେଖ ସ୍ପଷ୍ଟ ହୋଇନଥିବାରୁ ବଢିଛି ଟେନସନ୍ । ଯେହେତୁ ଆଉ ନୂଆ ମଦ ଦୋକାନ ନ ଖୋଲିବାକୁ ମନ୍ତ୍ରୀ ସ୍ପଷ୍ଟ ସୂଚନା ଦେଇଛନ୍ତି, ତେଣୁ ଲାଇସେନସ୍ ଅବଧି ସରିଯାଉଥିବା ପୁରୁଣା ମଦ ଦୋକାନ ପାଇଁ ଆଉ ଲଟେରୀ ବ୍ୟବସ୍ଥା ରହିବ କି ନାହିଁ ତାକୁ ନେଇ ବି ଉଠିଛି ସଂଶୟ । ଏଥିସହ ଲାଇସେନପ୍ରାପ୍ତ ଦୋକାନୀଙ୍କ ପାଇଁ ମଦ ବିକ୍ରି ନେଇ ରହିଥିବା ମିନିମମ୍ ଗ୍ୟାରେଣ୍ଟି କୋଟା ବା MGQ ନୀତି ରହିବ ନା ବଦଳିବ ? ତାହା ବି ସ୍ପଷ୍ଟ ହୋଇନି। ତେବେ ଏତେ ସବୁ ସଂଶୟ ଭିତରେ କିନ୍ତୁ ମଦ ବ୍ୟବସାୟୀ ପ୍ରଫିଟ୍ ମାର୍ଜିନ୍ ହାର ୧୦ ପ୍ରତିଶତରୁ ୨୫ ପ୍ରତିଶତକୁ ବଢ଼ାଇବାକୁ ଦାବି କରିଛନ୍ତି ।

Advertisment

ତେଣେ ରାଜ୍ୟ ସରକାର ପ୍ରଚଳନ କରିବାକୁ ଯାଉଥିବା ନୂଆ ମଦ ନୀତିକୁ ସ୍ବାଗତ କରିଛନ୍ତି ପୂର୍ବତନ ଅବକାରୀ କମିଶନର। କହିଛନ୍ତି ତିନିବର୍ଷିଆ ଅବକାରୀ ନୀତି ଯୋଗୁ ସ୍ଥିରତା ଆସିବ। ଏଥିସହ ରାଜ୍ୟରେ ପ୍ରତିବର୍ଷ ମଦୁଆଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ଗ୍ରାମାଞ୍ଚଳରେ ଏହି ସଂଖ୍ୟା ଅଧିକ ଥିବାରୁ ଗାଁ ଗଣ୍ଡାରେ ପ୍ରତିବର୍ଷ ୧୦ ପ୍ରତିଶତ ମଦ ଦୋକାନ ବନ୍ଦ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏବେ ଦେଖିବାର କଥା ରାଜ୍ୟରେ ବେଆଇନ୍ ମଦ ବିକ୍ରି ରୋକିବା ସହ ଅବକାରୀ ରାଜସ୍ବ ବୃଦ୍ଧିରେ କେତେ ସହାୟକ ହେବ ନୂଆ ଏକ୍ସାଇଜ୍ ପଲିସି ।

ଅଧିକ ପଢ଼ନ୍ତୁ: ବିଲ୍ଡର ସସ୍ମିତ ବିଶ୍ୱାଳ ହତ୍ୟା ମାମଲା: ୨ ମାସ ପରେ ଅଭିଯୁକ୍ତ କହୁଛି ହତ୍ୟା କାହାଣୀ

Odisha Excise Policy Prithiviraj Harichandan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ