Advertisment

Real Estate Odisha Developments: ଗ୍ରାହକଙ୍କୁ ସ୍ୱପ୍ନର ଗୃହ ଯୋଗାଇବ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଅନ୍ ଗ୍ରୁପ’

କଟକ ଏବଂ ଭୁବନେଶ୍ୱର ମଧ୍ୟରେ କାଠଯୋଡି ଓ କୁଆଖାଇ ନଦୀ ତଟରେ ଅବସ୍ଥିତ ତ୍ରିଶୂଳିଆ ଅଞ୍ଚଳରେ ସ୍ୱପ୍ନର ଘର କରି ରହିବା ପାଇଁ ଚାହୁଁଥିବା ଲୋକମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଗୃହ ନିର୍ମାଣ କରି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଅନ୍ ଗ୍ରୁପ’ ।

ଅଦ୍ୟତନ ହୋଇଛି
DION

DION

Advertisment

କଟକ ଏବଂ ଭୁବନେଶ୍ୱର ମଧ୍ୟରେ କାଠଯୋଡି ଓ କୁଆଖାଇ ନଦୀ ତଟରେ ଅବସ୍ଥିତ ତ୍ରିଶୂଳିଆ ଅଞ୍ଚଳ ରହିବା ପାଇଁ ଏବେ ଲୋକମାନଙ୍କର ପ୍ରଥମ ପସନ୍ଦ ପାଲଟିଛି । ମାତ୍ର ଦଶରୁ ବାର ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ପ୍ରଗତି ଆଖିରେ ନ ଦେଖିଲେ ବିଶ୍ୱାସ କରିବା କଷ୍ଟ । କଟକ ଏବଂ ଭୁବନେଶ୍ୱରରୁ ସିଧାସଳଖ ଗମନାଗମନ ଲାଗି ୪ ଥାକିଆ ରାସ୍ତା ତ୍ରିଶୂଳିଆ ଦେଇ ଯାଉଅଛି । ଇତିମଧ୍ୟରେ ରାଜ୍ୟ ସରକାର ତ୍ରିଶୂଳିଆ ଛକରେ ମେଟ୍ରୋ ଷ୍ଟେସନର ନିର୍ମାଣ କରିବା ପାଇଁ ସ୍ଥିର କରିଛନ୍ତି । 

Advertisment
DIONDION

ରାଜ୍ୟରେ ରିଅଲ ଇଷ୍ଟେଟ କ୍ଷେତ୍ରରେ ତ୍ରିଶୂଳିଆ ଅଞ୍ଚଳ ଏକ ନୂଆ ହବ୍ ପାଲଟିଛି । ଯେଉଁଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ ନାମୀଦାମୀ ସଂସ୍ଥାମାନେ ପ୍ରକଳ୍ପ ତିଆରି କରୁଛନ୍ତି । ଏହି ସବୁ ସୁବିଧା ଉପଲବ୍ଧ ହୋଇଥିବା ହେତୁ ତ୍ରିଶୂଳିଆରେ ନିର୍ମିତ ଫ୍ଲାଟ ଗୁଡିକର ଦର ଆକାଶ ଛୁଆଁ ହୋଇଅଛି ଏବଂ ନିବେଶକାରୀମାନେ ଏହି ସ୍ଥାନରେ ରିଅଲ ଇଷ୍ଟେଟରେ ଅର୍ଥ ନିବେଶ କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । 

ଇତି ମଧ୍ୟରେ ରିଅଲ ଇଷ୍ଟେଟ କ୍ଷେତ୍ରରେ ରାଜ୍ୟର ଏକ ଅଗ୍ରଣୀ ସଂସ୍ଥା ଡିଅନ୍ ଗ୍ରୁପ କାଠଯୋଡି ଏବଂ କୁଆଖାଇ ନଦୀ ତଟରେ ତା’ର ୩ଟି ରିଭର ଫ୍ରଣ୍ଟ ପ୍ରକଳ୍ପର କାର୍ଯ୍ୟ ସମାପନ କରି ଲୋକମାନଙ୍କୁ ହସ୍ତାନ୍ତର କରିଅଛି । ଏହି ପ୍ରକଳ୍ପଗୁଡିକରେ ୫୦୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । 

Advertisment

ଅଧିକ ପଢନ୍ତୁ: ପୁଅର ଗହଣା ଲୋଭ, ଅଟକିଲା ମା’ର ଶବଦାହ

ବର୍ତ୍ତମାନ ଡିଅନ ତା’ର ଇଣ୍ଟିଗ୍ରେଟେଡ ଟାଉନସିପ୍ ପ୍ରକଳ୍ପର ପ୍ରି ବୁକିଂ ଆରମ୍ଭ କରିଅଛି । ଏହି ପ୍ରକଳ୍ପ ୧୨ ଏକରରୁ ଉର୍ଦ୍ଧ୍ୱ ସ୍ଥାନରେ କରାଯାଉଅଛି । ଏହି ପ୍ରକଳ୍ପ ପାଇଁ ସିଡିଏ ଏବଂ ଓରେରା ତାଙ୍କର ଅନୁମତି ପ୍ରଦାନ କରି ସାରିଛନ୍ତି । ଏହି ପ୍ରକଳ୍ପ ଓଡିଶା ଏବଂ ଭାରତର ଅନ୍ୟତମ ଭଲ ପ୍ରକଳ୍ପ ବୋଲି ଏହାର ନିର୍ଦ୍ଦେଶକ ଇଂ ମନୋଜ ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । 

ଆହୁରି ଏହି ପ୍ରକଳ୍ପରେ ୧୦୦୦ରୁ ଉର୍ଦ୍ଧ୍ୱ ଆବାସିକ ଗୃହ (୨,୩,୪ ବିଏଚକେ), ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ମଲ୍‌, ହୋଟେଲ, ମଲ୍ଟିପ୍ଲେକ୍ସ ସୁବିଧା ଗ୍ରାହକମାନଙ୍କୁ ଉପଲବ୍ଧ କରାଯିବ । ଏହି ପ୍ରକଳ୍ପର ଅଧିକାଂଶ ଗୃହଗୁଡିକ କାଠଯୋଡି ଏବଂ କୁଆଖାଇ ନଦୀକୁ ସାମନା କରୁଥିବାରୁ ଲୋକମାନେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଜୀବନ ଉପଭୋଗ କରିପାରିବେ । ଏଥିପାଇଁ ଏହି ପ୍ରକଳ୍ପର ନାମକୁ ଡିଅନ ରିଭର ସାଇଡ ଟାଉନସିପ୍ ନାମରେ ନାମିତ କରାଯାଇଛି ।

Advertisment
DIONDION

ଏହା ସହିତ ୫୦ରୁ ଉର୍ଦ୍ଧ୍ୱ ଅନ୍ୟାନ୍ୟ ସୁବିଧାଗୁଡିକ ଏହି ପ୍ରକଳ୍ପରେ ଯୋଗାଇ ଦିଆଯାଉଅଛି । ଏହାର ନିର୍ମାଣ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଅବଲମ୍ବନ କରାଯାଉଛି । ଏହା ଦ୍ୱାରା ଗ୍ରାହକମାନଙ୍କୁ ଉନ୍ନତମାନର ଏବଂ ଉଚିତ୍ ମୂଲ୍ୟରେ ତାଙ୍କର ସ୍ୱପ୍ନର ଗୃହ ଏହି ପ୍ରକଳ୍ପରେ ଯୋଗାଇ ଦେବାର ସୁଯୋଗ ମିଳିବ ବୋଲି ଡିଅନ ଗ୍ରୁପର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । 

ଅଧିକ ପଢନ୍ତୁ: ବିଦେଶ ବୁଲିବାକୁ ସଞ୍ଚିଥିଲେ, ସହୀଦଙ୍କ ପରିବାରକୁ ଦାନ କରିଦେଲେ ସବୁ ଟଙ୍କା

Odisha Real Estate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ