Advertisment

ଚାଷୀଙ୍କୁ ମିଳୁନି...କିନ୍ତୁ ଜଙ୍ଗଲରେ ପଡ଼ି ରହିଛି ଶହ ଶହ ବସ୍ତା ଡୋଲୋମାଇଟ୍

ଚାଷୀଙ୍କୁ ମିଳୁନି କିନ୍ତୁ ଜଙ୍ଗଲରେ ପଡ଼ିଛି ଶହ ଶହ ବସ୍ତା ଡୋଲୋମାଇଟ୍ । ସୁନ୍ଦରଗଡ଼ କିଂଜିରକେଲା–ବିରକାଲଡିହି ରାସ୍ତାରେ ଜଙ୍ଗଲରେ ଶହ ଶହ ବସ୍ତା ଡୋଲୋମାଇଟ୍ ପଡ଼ିଥିବା ଦେଖିବାକୁ ମିଳିଛି। ।

author-image
Pallipuspa Samal
ଅଦ୍ୟତନ ହୋଇଛି
Large Quantity of Dolomite Found

Large Quantity of Dolomite Found

ଚାଷୀଙ୍କୁ ମିଳୁନି କିନ୍ତୁ ଜଙ୍ଗଲରେ ପଡ଼ିଛି ଶହ ଶହ ବସ୍ତା ଡୋଲୋମାଇଟ୍। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ କିଂଜିରକେଲା–ବିରକାଲଡିହି ରାସ୍ତାରେ ଏକ ଜଙ୍ଗଲ ମଝିରେ ଶହଶହ ବସ୍ତା ଡୋଲୋମାଇଟ୍ ପଡ଼ିଥିବା ଦେଖିବାକୁ ମିଳିଛି। ଏସବୁ ବସ୍ତାରେ ଓଡ଼ିଶା ସରକାରଙ୍କ ଲୋଗୋ ରହିଛି। ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ପକ୍ଷରୁ ଏସବୁ ଯୋଗାଇ ଦିଆଯାଇଥିବା ଉଲ୍ଲେଖ ରହିଛି।

Advertisment

ସୂଚନା ଯୋଗ୍ୟ ଯେ, ଡୋଲୋମାଇଟ୍ ଏକ ଚୂନ ଜାତୀୟ ଜିନିଷ। ମାଟିର ଅମ୍ଳ ଅଂଶ କାଟିବା ପାଇଁ ବା ଶୋଧନ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ଡୋଲୋମାଇଟ୍ ଯୋଗାଇ ଦିଆଯାଇଥିଲା। ତେବେ ଏଠାରେ ଶହ ଶହ ବସ୍ତା ଡୋଲୋମାଇଟ୍ କିଏ କାହିଁକି କେଉଁଠୁ ଆଣି ଫୋପାଡ଼ିଛି ତାହା ଜଣାପଡି ନାହିଁ। ଏ ସଂପର୍କରେ ଜିଲ୍ଲା ମୁଖ୍ୟ କୃଷିଅଧିକାରୀଙ୍କୁ ପଚାରିବାରେ ସେ ଏ ସଂପର୍କରେ କିଛି ଜାଣିନଥିବା କହିଛନ୍ତି। ତାସହିତ ଏହାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ...

Sundargarh
Advertisment
Advertisment