Advertisment

ବଦଳିଲା ଲକ୍ଷ୍ମୀ ବସ୍‌ ରଙ୍ଗ, ସବୁଜରୁ ହେଲା ଗେରୁଆ

ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି ।

ଅଦ୍ୟତନ ହୋଇଛି
LAccMI bus colour changed to saffron from green in Dhenkanal

Laccmi Bus

Advertisment

ବଦଳିଲା ଲକ୍ଷ୍ମୀ ବସ୍ ରଙ୍ଗ, ସବୁଜରୁ ହେଲା ଗେରୁଆ । ଢେଙ୍କାନାଳରେ ଗେରୁଆ ରଙ୍ଗ ହୋଇଛି ଲକ୍ଷ୍ମୀ ବସ୍ । ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି । ପୂର୍ବରୁ ସରକାର ବଦଳିଲା ପରେ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟି ଯାଇଥିଲା ଆଉ ଏବେ ରଙ୍ଗ ବଦଳି ଯାଇଛି ।

Advertisment

ସେପଟେ ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ । ନୂଆ ନାମ ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି କିଛିଦିନ ପୂର୍ବେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । କିନ୍ତୁ ସରକାର ବଦଳିବା ପରେ ଏହି ଯୋଜନାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ଅନେକ ସ୍ଥାନରେ ବସ ଗୁଡିକ ପଡି ରହିଥିବା ଦେଖିବାକୁ ମିଳିଛି । ଏହାପରେ ବସ ସେବା ଜାରି ରହିବ କିନ୍ତୁ ନୂଆ ନାଁରେ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଥିଲେ।

ଅଧିକ ପଢ଼ନ୍ତୁ: ଗଣତି ହେବେ ରଥକୁ ଆସୁଥିବା ଭକ୍ତ; ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ହେବ ଗଣନା

Advertisment

ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ବସ୍‌ ଖତ ଖାଉଥିବାରୁ ଦେଖିବାକୁ ମିଳିଛି। କୋଟି କୋଟି ଟଙ୍କାରେ ବସ୍ କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ । ରାୟଗଡ଼ା, ନବରଙ୍ଗପୁର, ଜୟପୁର ଆଦି ଅନେକ ସହରରେ ଲକ୍ଷ୍ମୀ ବସ୍ ଯୋଜନାରେ ବହୁ ବସ୍ କିଣାଯାଇ, ସେବାରେ ନଲାଗି ପଡ଼ିରହିଥିବାରୁ ଏ ଯୋଜନାକୁ ନେଇ ସାଧାରଣରେ ସମାଲୋଚନା ବି ବଢିଚାଲିଛି । ତେଣୁ ଏ ଯୋଜନା ଓ ସେବା ଆଉ ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଲକ୍ଷ୍ମୀ ବସ୍ ସେବା ନୂଆ ନାଁରେ ଆଗକୁ ବଢ଼ିବା ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ପରିବହନ ମନ୍ତ୍ରୀ।

ନବରଙ୍ଗପୁର, ଜୟପୁର, ରାୟଗଡ଼ା ସବୁଠି ଖୋଲା ଆକାଶ ତଳେ, ମାସ ମାସ ଧରି ଖତ ଖାଉଛି ଅରଖ ନୂଆ ଲକ୍ଷ୍ମୀ ବସ୍। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନାରେ କିଣା ହୋଇ ଆସିବା ପରେ ସେବାରେ ନଲାଗି ପଡ଼ିରହିଛି ଦାମୀ କମ୍ପାନୀର ବ୍ରାଣ୍ଡ ନ୍ୟୁ ଏସି ବସ୍। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାକୁ ୨୦୨୩ ନଭେମ୍ବରରେ ଆସିଥିଲା ମୋଟ୍ ୪୧ଟି ଲକ୍ଷ୍ମୀ ବସ୍।

Advertisment

ପରେ ଦ୍ୱିତୀୟ ପର୍ଯ୍ୟାୟରେ ଗତ ଫେବ୍ରୁଆରୀରେ ଆସିଥିଲା ଆଉ ୮ଟି ଏସି ବସ୍। ଆଶ୍ଚର୍ଯ୍ୟର ବିଷୟ, ସେବେଠୁ ଏହି ବସ୍‌ ଗୁଡ଼ିକ ସେବାରେ ଲାଗିନି। ନବରଙ୍ଗପୁର ରିଜର୍ଭ ପୋଲିସ ପଡ଼ିଆରେ ଖୋଲା ଆକାଶ ତଳେ ସେମିତି ଖତ ଖାଉଛି। ସମାନ ଦୃଶ୍ୟ, ଜୟପୁରସ୍ଥିତ ନୂଆ ବସ୍ ଟର୍ମିନାଲର। ଏଠି ବି ଲକ୍ଷ୍ମୀ ବସ୍ ଯୋଜନାରେ ଆସିଥିବା ୧୨ଟି ଏସି ବସ୍ ଆଜି ଯାଏଁ ଚଳାଚଳ ନକରି ପଡ଼ିରହିଛି।

ଅଧିକ ପଢ଼ନ୍ତୁ: ଏଥର ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ, ୪ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ

Mohan Charan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ