Labourers trapped under debris
କଟକରେ ନିର୍ମାଣ କାମ ବେଳେ ଦୁର୍ଘଟଣା । ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ । ଏଭଳି ଅଘଟଣ ଘଟିଛି କଟକ ମାଲଗୋଦାମ ଅଞ୍ଚଳରେ । ନିର୍ମାଣ କାମ ଚାଲୁଥିବା ବେଳେ ହଠାତ ମାଟି ଅତଡ଼ା ଧସି ଯାଇଥିଲା। ଏହା ତଳେ ଚାପି ହୋଇଯାଇଥିଲେ କାମ କରୁଥିବା ଶ୍ରମିକ । ଅଣନିଶ୍ବାସୀ ହୋଇ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ, ଅନ୍ୟ ସାଥୀ ଶ୍ରମିକ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ।
ଏହାସହ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସମସ୍ତେ ମିଶି ଶ୍ରମିକଙ୍କୁ ମାଟି ଅତଡ଼ା ତଳୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଶ୍ରମିକଙ୍କଘର ଜଗତସିଂହପୁରେ ବୋଲି ସୂଚନା ମିଳିଛି ।
ନିକଟରେ କଟକରେ ଓଭର ବ୍ରିଜ୍ରୁ ତଳକୁ ଖସିଥିଲା ଯାତ୍ରୀବାହୀ ବସ୍ । ଏନ୍ ଏଚ୍ -୧୬ର ବାରବାଟୀ ଛକ ପାଖରେ ବସ୍ ଖସିଥିବା ବେଳେ ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିଲେ । ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସୂଚନା ଅନୁସାରେ ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଥିଲା । ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିଲେ । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713496173.jpg)