Advertisment

Kotia’s Bananas: କୋଟିଆ କଦଳୀର ବଢୁଛି ଚାହିଦା; ପଡ଼ୋଶୀ ଦଲାଲ ମାଲେମାଲ, ଚାଷୀ ହନ୍ତସନ୍ତ...

କୋଟିଆ କଦଳୀର ଆଦର ବଢୁଥିବା ବେଳେ ନିଜ ମାଟିରେ ଚାଷୀଙ୍କୁ କରାଯାଉଛି ହତାଦର। ବିନା ସରକାରୀ ସହାୟତାରେ ଚାଷୀ କରୁଛନ୍ତି କଦଳୀ ଚାଷ ।

 Kotia’s Bananas Boom Beyond Borders But Farmers Left Stranded

Kotia’s Bananas Boom Beyond Borders But Farmers Left Stranded

Advertisment

କୋଟିଆ ଆଉ କଦଳୀ। କୋଟିଆବାସୀଙ୍କ ଏକ ବଡ ଜୀବିକା କଦଳୀ ଚାଷ। ହେଲେ ପଡୋଶୀ ରାଜ୍ୟର କୋଟିଆ କଦଳୀର ଆଦର ବଢୁଥିବା ବେଳେ ନିଜ ମାଟିରେ ଚାଷୀଙ୍କୁ କରାଯାଉଛି ହତାଦର। ବିନା ସରକାରୀ ସହାୟତାରେ ଚାଷୀ କରୁଛନ୍ତି କଦଳୀ ଚାଷ । ବଜାରୀକରଣ ପାଇଁ ନାହିଁ ବ୍ୟବସ୍ଥା । ବିନା ସରକାରୀ ସହାୟତାରେ କଦଳୀ ଚାଷ କାର୍ଯ୍ୟ କରୁଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା । କଦଳୀ ଚାଷରୁ ଯାହା ରୋଜଗାର ହେଉଛି, ସେଥିରେ ପରିବାର ପୋଷଣ କରୁଛନ୍ତି। 

Advertisment

କୋଟିଆ କଦଳୀ ଉପରେ ପଡ଼ୋଶୀ ଦଲାଲଙ୍କ ନଜର। ଯୁଆଡେ ଅନାଇବେ ସିଆଡେ କଦଳୀ ଚାଷ। ପୁଣି ଜୈବିକ ଉପାୟରେ ହେଉଛି ଚାଷ । କୋରାପୁଟ କୋଟିଆ ପଞ୍ଚାୟତର ପ୍ରାୟ ସବୁ ଗାଁରେ ହୋଇଛି କଦଳୀ ଚାଷ। ପାହାଡ ପାଦଦେଶରେ ଶୋଭାପାଉଛି ଶହ ଶହ କଦଳୀ ଗଛ । ଦିନରାତି ଏକ କରି କଦଳୀ ଚାଷ କାମରେ ଲାଗି ପଡୁଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା । ହେଲେ ଶ୍ରମ ଅନୁଯାୟୀ, ପାରିଶ୍ରମିକ ମିଳୁନି। 

ଅଧିକ ପଢ଼ନ୍ତୁ: ଅମଳ ବେଳେ ଅଭାବୀ ବିକ୍ରି, ଚାଷୀଙ୍କୁ ମିଳୁନି ଅଦାର ଉଚିତ ମୂଲ୍ୟ

ପରିବାର ପ୍ରତିପୋଷଣ ପାଇଁ ଚାଷୀ ବାଧ୍ୟ ହୋଇ କମ ଦରରେ ଦଲାଲଙ୍କୁ ବିକ୍ରି କରୁଛନ୍ତି । ସେ ଆନ୍ଧ୍ର ବ୍ୟବସାୟୀ ହୁଅନ୍ତୁ କିମ୍ବା ସ୍ଥାନୀୟ ବେପାରୀ । ଚାଷୀଙ୍କଠାରୁ କମ ଦରରେ କିଣି ବଜାରରେ ଚଢା ଦରରେ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି। ଏମିତିକି ଆନ୍ଧ୍ର ବେପାରୀ ରାତି ପାହିଲେ ଚାଷୀଙ୍କ ଘରେ ପହଞ୍ଚିଯାଉଛନ୍ତି। ଆଉ ବାହାର ରାଜ୍ୟ ଓ ଜିଲ୍ଲାକୁ ଚାଲାଣ କରୁଛନ୍ତି କୋଟିଆ କଦଳୀ।

Advertisment

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅଞ୍ଚଳର ଜଳବାୟୁ ଚମ୍ପା ଓ ବନ୍ତଳ ଭଳି କଦଳୀ ଚାଷ ପାଇଁ ବେଶ ଉପଯୋଗୀ। ବିଶେଷ କରି ଦେଓମାଳି ଓ କୋଟିଆ ପଞ୍ଚାୟତର ଗାଁ ଗାଁରେ କଦଳୀ ଚାଷ ହୁଏ । ସ୍ୱାଦ ଓ ଆକାରରେ ରାଜ୍ୟର ଅନ୍ୟ କଦଳୀ ତୁଳନାରେ ବେଶ ଚାହିଦା ରହିଛି । କୋଟିଆରୁ ଟନ ଟନ କଦଳୀ ଆନ୍ଧ୍ର ସହ ଓଡିଶାର ବିଭିନ୍ନ ବଜାରକୁ ଯାଉଥିବା ବେଳେ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ। ଏପଟେ ଓରମାସର ସିଇଓ କହିଛନ୍ତି, କଦଳୀକୁ ପ୍ରକ୍ରିୟାକରଣ କରାଯାଇ ଚାଷୀଙ୍କୁ ସ୍ବାବଲମ୍ବୀ ପାଇଁ ଚେଷ୍ଟା କରାଯିବ। 

ଅଧିକ ପଢ଼ନ୍ତୁ: ଭାୟାକମ ୧୮ରେ ଅର୍ଥ ବିନିଯୋଗ କରିବ ରିଲାଏନ୍ସ, କିଣିବ ୧୩ ପ୍ରତିଶତ ଅଂଶଧନ

Advertisment
Farmers Kotia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ