Advertisment

Student Struggle: ଗରିବ ଝିଅ ଆଖିରେ IAS ସ୍ୱପ୍ନ, ରୋଗଶଯ୍ୟାରେ ଶୋଇଛନ୍ତି ବାପା...

ପାଠପଢ଼ି ଗାଁର ନାଁ, ଆଉ ତୁମ ନାଁ କେମିତି ରଖିବି କିଛି ଜାଣିପାରୁନି । ସବୁ ସ୍ୱପ୍ନ କ’ଣ ମୋର ଭାଙ୍ଗିଯିବ ? ନିରବୀ ଯାଇଥିବା ଚେହେରା ଓ ନିସ୍ତେଜ ହୋଇଯାଇଥିବା ମୁହଁ ଯେମିତି ସବୁକୁ ବୟାନ କରୁଛି ।

Koraput Girl's IAS Dream

Koraput Girl's IAS Dream

Advertisment

ବାପା ମୁଁ କେମିତି IAS ହେବି ? ତମେ କେବେ ଭଲ ହେବ ? ପାଠପଢ଼ି ଗାଁର ନାଁ, ଆଉ ତୁମ ନାଁ କେମିତି ରଖିବି କିଛି ଜାଣିପାରୁନି । ସବୁ ସ୍ୱପ୍ନ କ’ଣ ମୋର ଭାଙ୍ଗିଯିବ ? ପ୍ରଶାସନିକ ଅଧିକାରୀ ହେବାର ଆଶା କ’ଣ ମୋର ମଉଳିଯିବ । ନାଁ କିଏ ଆମକୁ ସହାୟତାର ହାତ ବଢ଼ାଇବେ ? ନିରବୀ ଯାଇଥିବା ଚେହେରା ଓ ନିସ୍ତେଜ ହୋଇଯାଇଥିବା ମୁହଁ ଯେମିତି ସବୁକୁ ବୟାନ କରୁଛି । ଅଭାବ ଅନଟନ ଭିତରେ ମନଦେଇ ପାଠପଢ଼ି ଝିଅ ସିନା ଯୁକ୍ତ ୨ରେ ୯୪ ପ୍ରତିଶତ ମାର୍କ ରଖିଛି । ହେଲେ ଏବେ ଅର୍ଥ ଅଭାବରୁ ପାଠ ପଢ଼ାରେ ତା’ର ଡୋରୀ ପଡ଼ିବାକୁ ଯାଉଛି । 

Advertisment

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମା ମାରବାଇଗୁଡା ଗାଁର ଝିଅ ପଦ୍ମିନୀ ଖରା ଓରଫ ପାୟଲ୍‌ । ପାୟଲ୍‌ ଜଣେ ମେଧାବୀ ଛାତ୍ରୀ । ଖାଲି ଯୁକ୍ତ ଦୁଇ ନୁହେଁ, ଦଶମରେ ସେ ମଧ୍ୟ ୯୫.୮ ପ୍ରତିଶତ ମାର୍କ ରଖିଥିଲେ । ହେଲେ ଏବେ ତାଙ୍କର IAS ସ୍ୱପ୍ନ ମଉଳି ଯାଇଛି । 

ଅଧିକ ପଢ଼ନ୍ତୁ: କାଲିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, କେମିତି କରିବେ ଜାଣନ୍ତୁ...

ପଦ୍ମିନୀଙ୍କ ପରିବାର କହିଲେ ବାପା, ମା’ ଓ ଦୁଇ ଜାଆଁଳା ଭଉଣୀ । ବାପା ଚିତ୍ରସେନ ଖରା ଦୀର୍ଘ ତିନି ବର୍ଷ ହେବ ବ୍ରେନଷ୍ଟ୍ରୋକରେ ପୀଡ଼ିତ । ତେଣୁ ଆଉ କାମ ନକରିପାରି ଘରେ ଏବେ ଶଯ୍ୟାଶାୟୀ । ସରକାରୀ ସହାୟତା କହିଲେ ମିଳୁଛି ଭତ୍ତା ଓ ୨୫ କେଜି ଚାଉଳ । ତେଣୁ ଚିତ୍ରସେନଙ୍କ ପାଇଁ ଔଷଧ କିଣିବା ମଧ୍ୟ କଷ୍ଟକର । ଏଭଳି ପରିସ୍ଥିତିରେ କେମିତି ପାଠ ପଢିବେ ବୋଲି ଚିନ୍ତାରେ ପଦ୍ମିନୀ। 

Advertisment

ମାଆ ସଂଯୁକ୍ତା ଓଡିଶା ଜୀବିକା ମିଶନରେ କୃଷି ମିତ୍ର ଭାବେ କାମ କରନ୍ତି । ତାଙ୍କୁ ବି ଠିକ ଭାବରେ ଦରମା ମିଳୁନାହିଁ । ତେଣୁ କଷ୍ଟରେ କଟୁଛି ପରିବାରର ଦିନ । ୪ ପ୍ରାଣୀଙ୍କ ପେଟକୁ ଦାନା ଦେବା ଓ ପଦ୍ମିନୀଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବା ମା’ ସଂଯୁକ୍ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ତେଣୁ ସରକାର ଓ ଜିଲ୍ଳା ପ୍ରଶାସନଙ୍କ ସାହାଯ୍ୟ ଲୋଡ଼ିଛି ପରିବାର । 

IAS Officer Koraput News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ