KIIT University: କିଟ୍‌ କାଣ୍ଡ: ପୁଣି ୬ ଜଣଙ୍କୁ ନୋଟିସ୍‌, ୨୭ରେ ହାଜର ହେବାକୁ ନିର୍ଦ୍ଦେଶ

ଉଚ୍ଚସ୍ତରୀୟ କମିଟି ପାଖରେ ୨୭ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ ଜଣଙ୍କୁ ନୋଟିସ୍‌ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କିଟ୍‌ କାଣ୍ଡ: ଆସିଲା ବଡ଼ ଖବର

କିଟ୍‌ ଘଟଣାରେ ପିଛା ଛାଡ଼ୁନି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ । ପୁଣି ୬ ଜଣଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରାଯାଇଛି । ଉଚ୍ଚସ୍ତରୀୟ କମିଟି ପାଖରେ ୨୭ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ ଜଣଙ୍କୁ ନୋଟିସ୍‌ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ନୋଟିସ୍‌ ହୋଇଥିବା ଏହି ୬ ଜଣ ହେଉଛନ୍ତି ଚିଫ୍‌ ପ୍ରୋକ୍ଟର ପିକେ ପଟ୍ଟନାୟକ, ହଷ୍ଟେଲ କୁଇନ୍‌ କାସଲ ଅଧୀକ୍ଷକ ସଂହିତା ମିଶ୍ର, ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି । ସେହିପରି ଇଣ୍ଟରନାଲ କମିଟି ମୁଖ୍ୟ ଈପସିତା ଶତପଥୀ ଓ ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟଙ୍କୁ ଉଚ୍ଚସ୍ତରୀୟ କମିଟି ପାଖରେ ହାଜର ହେବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ କରାଯାଇଛି ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ଦୁର୍ଘଟଣା; ୨ ଯୁବକଙ୍କ ଉପରେ ମାଡ଼ିଗଲା ମୋ ବସ୍‌

ସେପଟେ କିଟ୍ ପ୍ରତିଷ୍ଠାତାଙ୍କ ହିଟଲରୀ ଶାସନ ! ଅଚ୍ୟୁତ ସାମନ୍ତଙ୍କ ସାମନ୍ତବାଦୀ ନୀତି । ସରକାରୀ ସଂସ୍ଥାକୁ ବି ଛାଡ଼ୁନାହାନ୍ତି ସରକାରୀ ବାଟ । ଫାଟକ ପକାଇ, ସିକ୍ୟୁରିଟି ଜଗାଇ ଓଗାଳୁଛନ୍ତି ରାସ୍ତା । ନୋ ପାର୍କିଂ ସାଇନ୍ ବୋର୍ଡରେ କଳା ବୋଳି ଜୋର୍ ଜବରଦସ୍ତ କରୁଛନ୍ତି ପାର୍କିଂ।

ଭୁବନେଶ୍ୱର କିଟ୍ କ୍ୟାଂପସର ଗେଟ୍ ନମ୍ବର-୬ । ଯେଉଁଠି ସର୍ବ ସାଧାରଣଙ୍କ ପ୍ରବେଶ ମନା । କିଟ୍ ଛାତ୍ରଛାତ୍ରୀଙ୍କ ବାଦ୍ ଅନ୍ୟ କେହି ପଶିଲେ, ଅଟକାଉଛନ୍ତି । NIFT ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏଠାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ କିଟ୍ ଅଟକାଉଥିବାରୁ NIFTକୁ ମୁଖ୍ୟ ରାସ୍ତା ନିକଟରେ ଦିନ ରାତି ନିଜର ସିକ୍ୟୁରିଟି ଛିଡ଼ା କରାଇବାକୁ ପଡ଼ୁଛି । ଏମିତିକି ପାର୍ସଲ ଆଣି ଆସୁଥିବା ଗାଡ଼ିକୁ ବି ଛାଡ଼ୁ ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ରାସ୍ତା ପାଖକୁ ଯିବାକୁ ପଡୁଛି ।

ଅଧିକ ପଢ଼ନ୍ତୁ: ଟିନ୍ ଏଜ୍ ଲଭ୍‌ର ଭୟଙ୍କର କାହାଣୀ...ପ୍ରେମିକାକୁ ଭିଡିଓ କଲ୍ କରି ନଦୀକୁ ଡେଇଁ ପଡ଼ିଲେ ପ୍ରେମିକ