Advertisment

KIIT Suicide Row: କିଟ୍‌ ପ୍ରସଙ୍ଗ: ଅପରାହ୍ନ ୩ଟାରେ ହେବ ଶୁଣାଣି, ହାଜର ହେବେ କିଟ୍‌ର ୮ ଜଣ ଅଧିକାରୀ

ଏହି ଘଟଣାରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ ବଢ଼ିଛି । ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବା ପାଇଁ ରାଜ୍ୟ ସରକାରଙ୍କ ହାଇଲେବୁଲ କମିଟି ନିର୍ଦ୍ଦେଶ ଦେଇଛନ୍ତି ।

ଅଦ୍ୟତନ ହୋଇଛି
୩ଟାରେ କିଟ୍‌ ଶୁଣାଣି

୩ଟାରେ କିଟ୍‌ ଶୁଣାଣି

Advertisment

ବିଧାନସଭାରେ କିଟ୍‌ ପ୍ରସଙ୍ଗ ନେଇ ଆଲୋଚନା ଆରମ୍ଭ । ବିଧାନସଭା ଶୂନ୍ୟକାଳରେ କିଟ୍‌ ପ୍ରସଙ୍ଗରେ ମୁଲତବି ଆଲୋଚନା ଆରମ୍ଭ ହୋଇଛି । ତେବେ ଅପରାହ୍ନ ୩ଟାରେ ଶୁଣାଣି ନେଇ ବିବୃତି ରଖିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କିଟ୍‌ ପ୍ରସଙ୍ଗରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଶୁଣାଣି କରିବେ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି । ତେବେ ଏହି ଶୁଣାଣିରେ କିଟ୍‌ ବିଶ୍ୱ ବିଦ୍ୟାଳୟର ୮ ଜଣ ଅଧିକାରୀ ହାଜର ହେବେ ।

Advertisment

ସେପଟେ ଏହି ଘଟଣାରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ ବଢ଼ିଛି । ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବା ପାଇଁ ରାଜ୍ୟ ସରକାରଙ୍କ ହାଇଲେବୁଲ କମିଟି ନିର୍ଦ୍ଦେଶ ଦେଇଛନ୍ତି । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ହାଇଲେବୁଲ୍‌ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ହୋଇଛି। ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶରେ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ଅଧା ରହିଲା ମାଟ୍ରିକ ପରୀକ୍ଷା, କଲମ ଧରିବା ପୂର୍ବରୁ ଟଳିପଡିଲେ ଛାତ୍ର

Advertisment

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ସମୟରେ ଘଟିଥିବା ଘଟଣାକୁ ନେଇ ଉଷ୍ମ ହୋଇଥିଲା ରାଜ୍ୟ ରାଜନୀତି । ବିଧାନସଭା ହୋ-ହଲ୍ଲା ପରେ ହାଇଲେବୁଲ୍‌ କମିଟି ଗଠନ କରିଥିଲେ ରାଜ୍ୟ ସରକାର। ଏହି କମିଟିର ଅଧ୍ୟକ୍ଷ ଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଏହି କମିଟି ବିଭିନ୍ନ ଦିଗରୁ ତଦନ୍ତ କରୁଛି । କେଉଁ କାରଣ ପାଇଁ ଛାତ୍ରୀ ଆତ୍ମହତ୍ୟା କଲେ? ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର କ’ଣ ଭୂମିକା ରହିଛି? କ’ଣ ପାଇଁ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିଲା? ଏପରି ବିଭିନ୍ନ ଦିଗରୁ ତଦନ୍ତ କରୁଛି ହାଇଲେବୁଲ କମିଟି। ସେଥିପାଇଁ ଶ୍ରୀ ସାମନ୍ତଙ୍କୁ ଜେରା କରିବାକୁ ଆସନ୍ତାକାଲି ଡାକିଛି ହାଇଲେବୁଲ୍‌ କମିଟି।

ସୂଚନାରୁ ପ୍ରକାଶ, ଗତ ରବିବାର ସନ୍ଧ୍ୟାରେ କିଟ୍‌ ବିଶ୍ୱବିଦ୍ୟାଳୟରେ ପାଳିତ ହେଉଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଉ ସେହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ । କୋଳାହଳ ଭିତରେ ବି-ଟେକ୍‌ ଇଞ୍ଜିନିୟରିଂ ପଢ଼ୁଥିବା ନେପାଳ ଛାତ୍ରୀ ନିଜ ରୁମ୍‌ରେ ଝୁଲି ପଡ଼ିଥିଲେ । ସେହି ଖବର ବିଦ୍ୟୁତ୍‌ ବେଗରେ ବ୍ୟାପୀ ଯାଇଥିଲା। ଆଉ ଏକତ୍ର ହୋଇଥିଲେ ସମସ୍ତ ନେପାଳୀ ଛାତ୍ରଛାତ୍ରୀ। କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି କିଟ୍‌ କର୍ତ୍ତୃପକ୍ଷ କମିସନ୍‌ରେଟ୍‌ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ରାତି ତମାମ ଚାଲିଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ସୋମବାର ସକାଳେ କିଟ୍‌ କର୍ତ୍ତୃପକ୍ଷ କଲେଜରେ ସାଇନ୍‌-ଏ-ଡାଏ ଘୋଷଣା କରିଥିଲେ। ହଷ୍ଟେଲ୍‌ ଖାଲି କରିବା ପାଇଁ ନେପାଳୀ ଛାତ୍ରଛାତ୍ରୀଙ୍କୁ କହିଥିଲେ କିଟ୍‌ କର୍ତ୍ତୃପକ୍ଷ ।

ଅତି କଦର୍ଯ୍ୟ ଭାଷାରେ ଛାତ୍ରଛାତ୍ରୀଙ୍କୁ ଗାଳି ଦେଇଥିଲେ କିଟ୍‌ କର୍ତ୍ତୃପକ୍ଷ। ଏତେ ପରିମାଣରେ ତଳକୁ ଖସି ଯାଇଥିଲେ ଯେ, ଛାତ୍ରଛାତ୍ରୀଙ୍କ ଦେଶର ଆର୍ଥିକ ସ୍ଥିତିକୁ ନେଇ ପରିହାସ କରିଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏପରିକି ନେପାଳୀ ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ଼ ଲଗାଇ ମାଡ଼ ମାରିଥିଲେ। ପିଲାମାନଙ୍କୁ ବସ୍‌ରେ ନେଇ କଟକରେ ଛାଡ଼ି ଆସିଥିଲେ କିଟ୍‌ କର୍ତ୍ତୃପକ୍ଷ। ଏହାକୁ ନେଇ ଓଡ଼ିଶା ତଥା ଭାରତ ବିଦେଶରେ ନିନ୍ଦିତ ହୋଇଥିଲା।

ଅଧିକ ପଢ଼ନ୍ତୁ: KIIT କାଣ୍ଡ: ଆଜି ଉଚ୍ଚସ୍ତରୀୟ କମିଟିରେ ହାଜର ହେବେ ଅଚ୍ୟୁତ ସାମନ୍ତ

Bhubaneswar KIIT University Suryabanshi Suraj Achyuta Samanta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ