Advertisment

KIIT Girl Student Death: କିଟ୍ କାଣ୍ଡକୁ ନେଇ NHRC ଟିମ୍‌ର ଘନ ଘନ ଜେରା; ବିରୋଧୀଙ୍କୁ ଜବାବ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ...

କାଲି ଗ୍ରାଉଣ୍ଡ ଜିରୋକୁ ଆସି ତନାଘନା କରିଥିଲେ। ଆଜି ରାଜ୍ୟ ଅତିଥି ଭବନକୁ ଡାକି ରୁଦ୍ଧଦ୍ବାର ଜେରା କଲେ। ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଚାଲିଛି କିଟ୍ କର୍ମଚାରୀଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ଘନ ଘନ ପଚରାଉଚରା।

ଅଦ୍ୟତନ ହୋଇଛି
KIIT Girl Student Death

KIIT Girl Student Death

Advertisment

କିଟ୍ କାଣ୍ଡକୁ ନେଇ ଏନଏଚଆରସି ଟିମ୍‌ର ଜାରି ରହିଛି ତନାଘନା, ଆଜି ୫ଜଣଙ୍କୁ ହୋଇଛି ଜେରା। ତାସହ ଆଜି ରାଜ୍ୟ ଅତିଥି ଭବନରେ ନିଜ ଆଡୁ ପକ୍ଷ ରଖି ଅନେକ ସାଧାରଣ ଲୋକ ଓ ଆରଟିଆଇ କର୍ମୀ- କିଟ୍, କିସ୍ ରେ ଚାଲିଥିବା କେଳେଙ୍କାରୀର ଲମ୍ବା ତଥ୍ୟ ଦେବା ସହ ଅଚ୍ୟୁତ ସାମନ୍ତ କିଭଳି ଆଇନରୁ ଉର୍ଦ୍ଧ୍ବରେ କାର୍ଯ୍ୟ କରୁଥିଲେ ସେ ପ୍ରମାଣ ବି ଦେଇଛନ୍ତି। ଏଣେ ବିଧାନସଭାରେ ବି ଆଜି କିଟ୍ କାଣ୍ଡ ଓ କିସରୁ ପିଲା ନିଖୋଜ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଉତ୍ତର ରଖିଛନ୍ତି ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷାମନ୍ତ୍ରୀ।

Advertisment

କାଲି ଗ୍ରାଉଣ୍ଡ ଜିରୋକୁ ଆସି ତନାଘନା କରିଥିଲେ। ଆଜି ରାଜ୍ୟ ଅତିଥି ଭବନକୁ ଡାକି ରୁଦ୍ଧଦ୍ବାର ଜେରା କଲେ। ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଚାଲିଛି କିଟ୍ କର୍ମଚାରୀଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ଘନ ଘନ ପଚରାଉଚରା। କିଟର ୪ ମହିଳା କର୍ମଚାରୀଙ୍କ ସହ ୫ଜଣଙ୍କୁ ଆଜି NHRC ଟିମ୍ ପଚାରିଛି ଗୁଡ଼େଇ ତୁଡ଼େଇ ପ୍ରଶ୍ନ। ଖାଲି ସେତିକି ନୁହେଁ ଛାତ୍ରୀ ମୃତ୍ୟୁ ମାମଲାର ଆଇଓ ମଧ୍ୟ ହାଜର ହୋଇ ରଖିଛନ୍ତି ତଦନ୍ତ ସମ୍ପର୍କିତ ବିସ୍ତୃତ ବିବରଣୀ। ତାସହ ମୃତା ନେପାଳୀ ଛାତ୍ରୀଙ୍କ ୫ସହପାଠୀ ବି ଦେଇଛନ୍ତି ଘଟଣା ଦିନ ଓ ତାପରର ଟିକନିଖ୍ ତଥ୍ୟ। 

ଅଧିକ ପଢ଼ନ୍ତୁ: ସାଧାରଣ ଲୋକଙ୍କ ଜମି ମାଡ଼ି ବସିଛି କିଟ୍‌, ନିଜ ପ୍ଲଟ୍‌କୁ ଯିବାକୁ ମିଳୁନି ବାଟ

Advertisment

ଏଣେ ଏସବୁ ଭିତରେ ନିଜ ଆଡୁ କମିଶନଙ୍କ ପାଖରେ ଫେରାଦ୍ ହୋଇ ଅଭିଯୋଗର ଲମ୍ବା ଫର୍ଦ୍ଦ ବି ରଖିଛନ୍ତି ବହୁ ସାଧାରଣ ଲୋକ। କିଏ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କ ସନ୍ଦେହଜନକ କାର୍ଯ୍ୟକଳାପ କଥା ଉଠାଇଛି। ତ ପୁଣି କିଏ ଅଚ୍ୟୁତଙ୍କ ବିରୋଧରେ ଜମି ହଡପ୍‌ର କ୍ଷୋଭ ବଖାଣି କିଟ୍ ଜମି କେଳେଙ୍କାରୀର ପ୍ରମାଣ ବି ଦେଇଛି। ତାସହ କିସ୍‌ରେ କିଭଳି ଭାବେ ଆଦିବାସୀ ପିଲାଙ୍କୁ ମୌଳିକ ସୁବିଧା ମିଳୁନି ଓ ଆରଟିଆରେ ବି ତଥ୍ୟ ଉପଲବଧ ନାହିଁ ସେ ଡକ୍ୟୁମେଣ୍ଟ ଦେଇ ଅଚ୍ୟୁତ ସାମନ୍ତଙ୍କ କଣ ଆଇନରୁ ଉର୍ଦ୍ଧ୍ବରେ ବୋଲି କମିଶନଙ୍କୁ ଅବଗତ କରିଛନ୍ତି ଆରଟିଆଇ କର୍ମୀ। ଆଉ ସମସ୍ତଙ୍କ ଅଭିଯୋଗ ଶୁଣିବା ଆକ୍ସନ ନେବେ ବୋଲି ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ ଆଶ୍ବସ୍ତିବାଣୀ ବି ଶୁଣାଇଥିବା କହିଛନ୍ତି ତଥ୍ୟ ପ୍ରଦାନକାରୀ ।

ଏଣେ କିଟ୍ କାଣ୍ଡକୁ ନେଇ ଆଜି ବି ବିଧାନସଭା ହୋଇଛି ହୁଲୁସ୍ତୁଲ୍। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏ ପ୍ରସଙ୍ଗ ଉଠାଇ ଯେଉଁ ଅଭାବନୀୟ ଘଟଣା ଦେଶ ଓ ରାଜ୍ୟର ଛବିକୁ ମଳିନ କଲା ତା ଉପରେ କି ଆକ୍ସନ ହୋଇଛି ବୋଲି ଜାଣିବାକୁ ଚାହିଁଥିଲେ। ତାସହ ପୂର୍ବ ସରକାର ତଥ୍ୟ ଲୁଚାଉଥିଲେ, ଏବେକା ସରକାର ବି ସେଇ କଥା କରୁଛନ୍ତି ବୋଲି କହିଥିଲେ ତାରା। 

Advertisment

ଏଣେ ଗୃହରେ ଲିଖିତ ଉତ୍ତର ରଖି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ- ଘଟଣାରେ କିଟ୍ ପ୍ରତିଷ୍ଠାତାଙ୍କ ସମେତ ୧୬ଜଣଙ୍କୁ ହାଇଲେବଲ୍ ଇନକ୍ବାରି କମିଟି ଜେରା କରି ସାରିଲେଣି। ୧୦ ଜଣଙ୍କୁ ଗିରଫ କରାଯାଇଛି। ଅସଦାଚରଣ କରିଥିବା କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସ୍ଥିତି ସ୍ବାଭାବିକ କରାଯିବା ସହ ୪ ଜଣ ପ୍ରଫେସରଙ୍କୁ ନେଇ ଗଠିତ କମିଟି ପ୍ରତି ୧୫ ଦିନରେ ଥରେ କିଟ୍ ଗସ୍ତ କରି ତର୍ଜମା କରିବେ। 

ଅଧିକ ପଢ଼ନ୍ତୁ: ‘FIR ନ ରଖିଲେ ଆଇଆଇସି ହେବେ ସସ୍‌ପେଣ୍ଡ’

ସେହିପରି KISSରୁ କେତେ ପିଲା ନିଖୋଜ ହୋଇଛନ୍ତି ଓ ଏନେଇ ରାଜ୍ୟ ସରକାରଙ୍କ ପାଖରେ ତଥ୍ୟ ନାହିଁ ବୋଲି ବିରୋଧୀଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ରଖିଥିବା ଉତ୍ତର ଅନୁସାରେ- ୨୦୧୭ରେ CWC ପକ୍ଷରୁ କିସରୁ ଅନେକ ପିଲା ନିଖୋଜ ହୋଇ ଉଦ୍ଧାର ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ କିସ୍ ପକ୍ଷରୁ ପକ୍ଷରୁ କୌଣସି ଏତଲା ଦିଆଯାଇନଥିଲା। ଏପଟେ କିଟ୍ ପ୍ରତିଷ୍ଠାତାଙ୍କୁ ପୂର୍ବ ନବୀନ ସରକାର ଘଣ୍ଟ ଘୋଡ଼ାଉଥିଲେ ବୋଲି ହେଉଥିବା ଅଭିଯୋଗ ଉପରେ ବିଜେଡି ପ୍ରତିକ୍ରିୟା ରଖି କହିଛି ଖାଲି ଅଭିଯୋଗ ନୁହେଁ ଏହାର ପ୍ରମାଣ ବାହାର କରନ୍ତୁ ବିଜେପି ସରକାର। ତେଣେ ବିଜେପି କହିଛି ପୂର୍ବ ସରକାର ତଥ୍ୟ ଲୁଚାଇଥିଲେ, ଆମ ସରକାର ନୁହେଁ। ତଦନ୍ତରେ ଯିଏ ଦୋଷୀ ହେବେ ମୋହନ ସରକାର ଆକ୍ସନ ନେବେ।

ଗୋଟିଏ ପଟେ କିଟ୍ କାଣ୍ଡକୁ ନେଇ NHRC ଟିମ୍ ଘଣ୍ଟୁଥିବାବେଳେ ଗତକାଲି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଗରେ ହାଜର ହୋଇଥିଲେ କିଟ୍ ୩ ଉଚ୍ଚ ଅଧିକାରୀ ଯଥାକ୍ରମେ Director of Students affairs, DG International Relations ଓ Director Administrative।

NHRC KIIT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ