Advertisment

KIIT University: ଆମେ ଯେତିକି ମାଗଣା ଦେଉଛୁ, ତୁମ ଦେଶର ବଜେଟ୍‌ ସେତିକି ନୁହେଁ...

ରବିବାର ରାତିରେ କିଟ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ୍‌ ଆତ୍ମହତ୍ୟା କରିଥିଲେ। ସେ ତାଙ୍କ ରୁମ୍‌ରେ ଝୁଲି ପଡ଼ିଥିଲେ। ଏହି ଘଟଣାକୁ ନେଇ ରବିବାର ରାତିରୁ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା। କିଟ୍‌ରେ କାର୍ଯ୍ୟରତ ଦୁଇ ଜଣ ମହିଳା ପିଲାମାନଙ୍କୁ ବୁଝାଇବା ପରିବର୍ତ୍ତେ ଧମକ ଦେଉଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
undefined

KIIT

Advertisment

ଆମେ ଯେତିକି ମାଗଣାରେ ପଢ଼ାଉଛୁ ଓ ଖାଇବାକୁ ଦେଉଛୁ, ତୁମ ଦେଶର ବଜେଟ୍‌ ସେତିକି ନୁହେଁ...। ନେପାଳ ଛାତ୍ରଛାତ୍ରୀଙ୍କୁ ଆଜି ଏମିତି ଧମକ ଦେଉଛନ୍ତି କିଟ୍‌ କର୍ତ୍ତୃପକ୍ଷ। ଖାଲି ଧମକ ଦେଉନାହାନ୍ତି, ହଷ୍ଟେଲ୍‌ରୁ ବାହାରିବା ପାଇଁ ଛାତ୍ରଛାତ୍ରୀଙ୍କୁ କହୁଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି।  

Advertisment

ରବିବାର ରାତିରେ କିଟ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ୍‌ ଆତ୍ମହତ୍ୟା କରିଥିଲେ। ସେ ତାଙ୍କ ରୁମ୍‌ରେ ଝୁଲି ପଡ଼ିଥିଲେ। ଏହି ଘଟଣାକୁ ନେଇ ରବିବାର ରାତିରୁ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା। କିଟ୍‌ରେ କାର୍ଯ୍ୟରତ ଦୁଇ ଜଣ ମହିଳା ପିଲାମାନଙ୍କୁ ବୁଝାଇବା ପରିବର୍ତ୍ତେ ଧମକ ଦେଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଭାଇରାଲ୍‌ ହୋଇଛି।

ଭାଇରାଲ୍‌ ହେଉଥିବା ଭିଡିଓରେ ଦୁଇ ମହିଳା କହୁଛନ୍ତି, ସାମାନ୍‌ ପ୍ୟାକ୍‌ କର...। ଏଠାରେ କାହାକୁ ଦେଖିବାକୁ ଚାହୁଁନାହିଁ। .. ଯିଏ ଏଠାରେ ଦେଖାଯିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। .... କାଲି ରାତିରୁ ବୁଝାଉଛୁ। କିନ୍ତୁ ତୁମେମାନେ କିଛି ଶୁଣୁନାହି...।

Advertisment

ଅଧିକ ପଢ଼ନ୍ତୁ: KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ବନ୍ଧା ହେଲା ବୟଫ୍ରେଣ୍ଡ୍

ପ୍ରତିବାଦରେ ଛାତ୍ରୀମାନେ ଆମ୍ୱାସୀରେ ଅଭିଯୋଗ କରିବେ ବୋଲି କହିଥିଲେ। ଏହାର ଜବାବରେ ମହିଳା ଜଣକ କହିଥିଲେ, ... ଆମ୍ୱାସୀ ତୁମମାନଙ୍କୁ ଏଠାକୁ କ’ଣ ପାଇଁ ପଠାଇଛି? ପାଠ ପଢ଼ିବା ଓ କ୍ୟାରିୟର ପାଇଁ ପଠାଇଥିଲା। କିନ୍ତୁ ତୁମେମାନେ ପାଠ ପଢ଼ୁଛ ତ? ....ଇଏ ୩୦ ବର୍ଷର ଇନ୍‌ଷ୍ଟିଚ୍ୟୁଟ୍‌। ୪୦ ହଜାର ପିଲା ପାଠ ପଢ଼ୁଛନ୍ତି। ୪ ଲକ୍ଷ ପିଲା ପାଠ ପଢ଼ି ଯାଇଛନ୍ତି। ଆଜି ପର୍ଯ୍ୟନ୍ତ ଏମିତି ପିଲା ଦେଖିନି। ... ତୁମେମାନେ ଯଦି ଏଠାରେ ସୁରକ୍ଷିତ ନୁହେଁ, ତାହାହେଲେ ତୁମେ ଯେଉଁଆଡେ ଚାହିଁବ ଯାଇପାରିବ। ୪୦ ହଜାର ପିଲାଙ୍କୁ ଜଣେ ଲୋକ ମାଗଣାରେ ପାଠ ପଢ଼ାଉଛି ଓ ଖାଇବାକୁ ଦେଉଛି। ତୁମ ଦେଶର ବଜେଟ୍‌ ସେତିକି ହୋଇନଥିବ ବୋଲି ମହିଳା ଦୁଇ ଜ’ଣ କହୁଥିବା ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ରାଜ୍ୟରେ ବଢିଛି ଧର୍ତ୍ତବ୍ୟ ଅପରାଧ ସଂଖ୍ୟା; କାରଣ କହିଲେ ମୁଖ୍ୟମନ୍ତ୍ରୀ

Advertisment

କିଟ୍‌ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ନେପାଳ ଷ୍ଟୁଡେଣ୍ଟ ୟୁନିୟନ୍‌। ଏଥିସହ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଏହି ଘଟଣା ପାଇଁ ଦାୟୀ ପୂର୍ବତନ ପ୍ରେମିକ ଓ କର୍ତ୍ତବ୍ୟରେ ଅବହେଳା କରିଥିବା କିଟ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ୟୁନିୟନ୍‌ର କାଠମାଣ୍ଡୁ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରୀ କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ କିଟ୍‌ରେ ପଢୁଥିବା ଓ ଭାରତରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାବି କରିଛି ଷ୍ଟୁଡେଣ୍ଟ ୟୁନିଅନ। ଏହି ଘଟଣାରେ କିଟ୍‌ ତରଫରୁ କ୍ଷମା ପ୍ରାର୍ଥନା କରାଯିବାକୁ ମଧ୍ୟ ଦାବି ହୋଇଛି।

ତେବେ ଏନେଇ କିଟ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Bhubaneswar KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ