Advertisment

Naba Das: ନବ ଦାସ ହତ୍ୟା ମାମଲା: ଆଜି ସାକ୍ଷ୍ୟ ଗ୍ରହଣ

ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ନବ ଦାସ ହତ୍ୟା ମାମଲାରେ ଅନ୍ୟତମ ମୁଖ୍ୟ ସାକ୍ଷୀ ତତ୍କାଳୀନ ବ୍ରଜରାଜନଗର IIC ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କ ସାକ୍ଷ୍ୟ ଗ୍ରହଣ ହେବ।

Naba Das

Naba Das

Advertisment

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଏଡିଜେ କୋର୍ଟରେ ଆଜି ଶୁଣାଣି ହେବ। ଅନ୍ୟତମ ମୁଖ୍ୟ ସାକ୍ଷୀ ତତ୍କାଳୀନ ବ୍ରଜରାଜନଗର IIC ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କ ସାକ୍ଷ୍ୟ ଗ୍ରହଣ ହେବ। ଗତ ମାର୍ଚ୍ଚ ମାସରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିଲା।

Advertisment

ଘଟଣା ଦିନ ପୋଲିସର ବନ୍ଧୁକ ଛଡ଼ାଇଥିବା ବିଜେଡି କର୍ମୀ ସରୋଜ ସା’ ଦେଇଥିବା ବୟାନ ପ୍ରଦ୍ୟୁମ୍ନ ସ୍ବାଇଁଙ୍କୁ ବିବାଦ ଘେରକୁ ଟାଣି ଆଣିଥିଲା। ବ୍ରଜରାଜନଗର ଥାନା ଗାନ୍ଧୀଛକ ଫାଣ୍ଡିରେ ସେତେବେଳେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ଗୋପାଳ ଦାସ ଗୁଳିମାଡ଼ କରିଥିବା ନେଇ କ୍ରାଇମବ୍ରାଞ୍ଚ ନିଜ ରିପୋର୍ଟରେ ଦର୍ଶାଇଥିଲା।

ଘଟଣା ଦିନ ଆଇଆଇସି ସ୍ବାଇଁ କାହିଁକି ନିଜର ପିସ୍ତଲ ହୋଲ୍ଷ୍ଟର ଖୋଲା ରଖିଥିଲେ ତାକୁ ନେଇ ବି ପ୍ରଶ୍ନ ଉଠିଥିଲା। ୨୦୨୩ ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ନବ ଦାସଙ୍କୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା।

Advertisment

ଅଧିକ ପଢନ୍ତୁ: ସରକାରୀ କଳରୁ ବିଦା ହେବେ ଅପାରଗ ବାବୁ

Murder Case Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ