ନିର୍ଦ୍ଧାରିତ ସମୟ ଅନୁସାରେ ଗଡ଼ୁଥିଲା କାମାକ୍ଷା ଏକ୍ସପ୍ରେସ୍ । ସବୁ କିଛି ଠିକ୍ଠାକ୍ ଥିଲା । ସବୁ କିଛି ସଠିକ୍ ଅନୁସାରେ ଚାଲୁଥିଲା । ଲୋକ ପାଇଲଟ୍ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍ ଚୌଦ୍ବାର ନିର୍ଗୁଣ୍ଡି ନକଟରେ ଟ୍ରାକ୍ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି ।
ତେବେ ଟ୍ରେନ୍ ଦୁର୍ଘଟଣାକୁ ନେଇ ଯାତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ଏମିତିକି ପାଣି ବୁନ୍ଦେ ମିଳୁନଥିବା ଅଭିଯୋଗ କରିଥିଲେ । ଜଣେ ମହିଳା ଅଭିଯୋଗ କରିଥିଲେ ସେ ତାଙ୍କ ପୁଅକୁ ପାଉ ନାହିଁନ୍ତି । ସେ କେଉଁଠି ଅଛନ୍ତି ମଧ୍ୟ ଜଣା ପଡୁନି ବୋଲି ଅଭିଯୋଗ କରିଥିଲେ। ଏବେ କଣ କରିବି ମୁଁ ଜାଣି ପାରୁନି ବୋଲି ଅଭିଯୋଗ କରିଥିଲେ।
Also Read
ସେମିତି ଆଉ ଜଣେ ଯାତ୍ରୀ କହିଥିଲେ ଯେ, ଆମେ ଆସାମ ଯିବାର ଥିଲା । ଟ୍ରେନ୍ ପାଖାପାଖି ୧୨ରେ ଦୁର୍ଘଟଣା ଘଟିଲା । ଏବେ କଣ ହେବ ଆମେ ଜାଣିନୁ ବୋଲି କହିଥିଲେ ।
କେହି କିଛି ବୁଝିବା ଆଗରୁ ଏକ୍ସପ୍ରେସର ୧୧ଟି ଏସି ବଗି ଟ୍ରାକ୍ ତଳକୁ ଖସି ସାରିଥିଲା । କେଉଁ ବଗି ସାଇଡ୍କୁ ସାମାନ୍ୟ ଝୁଲି ପଡ଼ିଥିଲା ତ ପୁଣି କେଉଁ ବଗି ଟ୍ରାକ୍ କଡ଼ରେ ସେମିତି ଛିଡ଼ାହୋଇଥିଲା । ହେଲେ ହଠାତ୍ ଟ୍ରେନ୍ ଚକ ଟ୍ରାକ୍ରୁ ଖସିବା ଝଟକା ଯୋଗୁଁ ଯାତ୍ରୀଙ୍କ ନିକଟରେ କ୍ଷତି ପହଞ୍ଚିଥିଲା । ଏଥିରେ କିଏ ସାମାନ୍ୟ ଆହତ ହୋଇଥିଲେ ତ ପୁଣି କିଏ ଗୁରୁତର ହୋଇ ମେଡିକାଲଆରେ ଭର୍ତ୍ତି ହୋଇଛନ୍ତି । ମାତ୍ର ଭଗବାନଙ୍କ ଭରସାରୁ ଅଳ୍ପକେ ବର୍ତ୍ତି ଯାଇଛି ଶହଶହ ଜୀବନ ।
ଆଜି ଅପରାହ୍ନରେ ଏକ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରୀମାନଙ୍କୁ ଆସାମ ନିଆଯାଇଛି ।
ଅଧିକ ପଢ଼ନ୍ତୁ: କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ
ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୭ ଜଣ ଗୁରୁତରଙ୍କୁ କଟକ ଏସ୍ସିବି ମେଡିକଲରେ ଭର୍ତ୍ତି କରାଯାଇଛି । ଏହି ମୃତାହତ ଆଗକୁ ଆହୁରି ବଢ଼ିବ ବୋଲି କୁହାଯାଉଛି ।
ରବିବାର ପୂର୍ବାହ୍ନ ୧୧ଟା ୫୪ ମିନିଟ୍କୁ ଯେମିତି ଅପେକ୍ଷା କରିଥିଲା ଦୁର୍ଘଟଣାର ଏ କାଳ ମୁହୂର୍ତ୍ତ । ଏକ୍ସପ୍ରେସଟି ବେଙ୍ଗଳୁରୁରୁ କାମାକ୍ଷା ଆସୁଥିବାବେଳେ ଏହି ଘଟଣା ଘଟିଛି । ପୂର୍ବତଟ ରେଲୱେ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଥିବା ବେଳେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଇଷ୍ଟକୋଷ୍ଟ ରେଲୱେ ।
ଅଧିକ ପଢ଼ନ୍ତୁ: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ଜଣେ ମୃତ, ଜାରି ହେଲା ହେଲ୍ପଲାଇନ୍ ନମ୍ୱର
-କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮ ଜାରି କରାଯାଇଛି ।
-କଟକ ପାଇଁ ମୋବାଇଲ୍ ନଂ-୭୨୦୫୧୪୯୫୯୧
- ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା
- ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନମ୍ୱର ଜାରି
- ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ ନମ୍ୱର - ୦୬୭୪୨୪୯୨୨୪୫
- ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନଂ- ୯୪୩୭୪୪୩୪୬୯