Advertisment

Chief Justice Harish Tandon : ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ

ଜଷ୍ଟିସ ଟଣ୍ଡନ ପୂର୍ବରୁ କଲିକତା ହାଇକୋର୍ଟର ବିଚାରପତି ଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପାରିସ୍ କରିଥିଲେ। ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

ଅଦ୍ୟତନ ହୋଇଛି
chief-justice

chief-justice

Advertisment

ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମପତି ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ। 

Advertisment

ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ସେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ କାର୍ଯ୍ୟଭାର ସମ୍ଭାଳିବେ।

ଅଧିକ ପଢ଼ନ୍ତୁ: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ଜଷ୍ଟିସ ଟଣ୍ଡନ ପୂର୍ବରୁ କଲିକତା ହାଇକୋର୍ଟର ବିଚାରପତି ଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପାରିସ୍ କରିଥିଲେ। ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

Advertisment

ସୂଚନାଯୋଗ୍ୟ, ଜାନୁଆରୀ ୧୯ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଅବସର ନେଇଥିଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ତା' ପରଠୁ ହାଇକୋର୍ଟର ସ୍ଥାୟୀ ମୁଖ୍ୟ ବିଚାରପତି ପଦ ଖାଲି ରହିଥିଲା । ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ ତୁଲାଉଛନ୍ତି । ତେବେ ଆହ୍ଲାବାଦ ହାଇକୋର୍ଟକୁ ତାଙ୍କର ବଦଳି ପାଇଁ କଲେଜିୟମ୍ ସୁପାରିଶ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି । 

ଅଧିକ ପଢ଼ନ୍ତୁ: ବାଚସ୍ପତିଙ୍କ ବଡ଼ ଆକ୍ସନ, କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ୭ ଦିନ ପାଇଁ ସସପେଣ୍ଡ୍

Advertisment
Orissa HC Chief Justice Orissa High Court Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ