Advertisment

Jari Mausi passes away: ଆଉ ନାହାନ୍ତି ଓଡିଶାର ‘ଜରି ମାଉସୀ’

କେନ୍ଦ୍ରାପଡ଼ାର ‘ଜରି ମାଉସୀ’ ତଥା କମଳା ମହାରଣାଙ୍କ ୬୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଦରକାରୀ ପଲିଥିନରୁ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରି ପରିବେଶ ସୁରକ୍ଷା ଦିଗରେ ମହତ କାର୍ଯ୍ୟ କରୁଥିଲେ କମଳା। ମନ୍ କି ବାତରେ କମଳାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶୋକପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Jari Mausi

Jari Mausi

Advertisment

ଚାଲିଗଲେ ସାରା ଓଡିଶାରେ ପରିଚିତ କେନ୍ଦ୍ରାପଡ଼ାର ‘ଜରି ମାଉସୀ’ ତଥା କମଳା ମହାରଣା। ୬୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଅସାବଧାନତାରୁ ପଡ଼ି ଯାଇ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କମଳା। ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କମଳାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ସଦର ବ୍ଲକ ଅଧୀନ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମରେ।

Advertisment

ଅଦରକାରୀ ପଲିଥିନରୁ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରି ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ କମଳା। ଏଭଳି ମହତ ପ୍ରୟାସ ପାଇଁ ମନ୍ କି ବାତରେ କମଳାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ଆସିଥିବା ବେଳେ କମଳାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। କମଳା ଗହ୍ମାପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜରିରେ ତିଆରି ରାକ୍ଷୀ ମଧ୍ୟ ପଠାଇଥିଲେ। ନିକଟରେ ଅପରେସନ ସିନ୍ଦୂରର ସଫଳତା ପରେ କମଳା ତିନି ସେନାର ମୁଖ୍ୟଙ୍କ ପାଇଁ ଜରି ତିଆରି ଟୋପି ପଠାଇ ଚର୍ଚ୍ଚାକୁ ଆସିଥିଲେ।

ଅଧିକ ପଢନ୍ତୁ: ସମୁଦ୍ର ଆଁକୁ ଚାଲିଯିବ କି ଶିଆଳି ? କ'ଣ କହୁଛନ୍ତି ପରିବେଶବିତ୍‌ ?

କମଳା ମହାରଣା ପଲିଥିନ୍ ରେ ବିଭିନ୍ନ ଘରକରଣା ଜିନିଷ ତିଆରି କରିବାରେ ସିଦ୍ଧହସ୍ତ। ସେ ପେଡି, ପାଚିଆ, ଡାଲା, ବିଛଣା, ପାପୋଛ, ବଡି ଓ ପାମ୍ପଡ ଶୁଖାଇବା ପାଇଁ ଝାମ୍ପି ମଧ୍ୟ ନିର୍ମାଣ କରୁଥିଲେ। ତାଙ୍କଠାରୁ ପ୍ରେରଣା ପାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ପଲିଥିନ୍ ରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। କମଳାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

Advertisment

'ଜରି ମାଉସୀ'ଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସୋସିଆଲ୍ ମିଡିଆ ଏକ୍ସରେ ଶୋକପ୍ରକାଶ କରିବା ସହ କମଳାଙ୍କ ଅବଦାନକୁ ମନେ ପକାଇଛନ୍ତି ବୈଜୟନ୍ତ। ସେ ଲେଖିଛନ୍ତି, ‘‘ମହିଳା ସଶକ୍ତୀକରଣର ଅନନ୍ୟ ପ୍ରତୀକ ହେଉଛନ୍ତି ‘ଜରି ମାଉସୀ’। ଅଦରକାରୀ ଜରି ସାଉଁଟି ପରିବେଶ ସୁରକ୍ଷା ଦିଗରେ ସେ ପ୍ରେରଣା। ଜରିରୁ ଘରୋଇ ଉପକରଣ କରି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟଙ୍କୁ ସ୍ବାବଲମ୍ବୀ କରିଥିଲେ। ମହତ୍ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା ସହ ସମ୍ମାନ ଜଣାଇଥିଲେ ବୋଲି କହିବା ସହ ତାଙ୍କ ଆତ୍ମାର ସଦଗତି କାମନା କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ।

ଅଧିକ ପଢନ୍ତୁ: ଖୁବଶୀଘ୍ର ବଦଳିବ ଲାହୋରର ନାଁ

PM Narendra Modi Kendrapada Man Ki Baat Kendrapara MP Baijayant Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ