Advertisment

BMC Mayor Questions Government: ‘ସୁଭଦ୍ରା’କୁ ନେଇ ମେୟର-ବିଧାୟକ କଥା କଟାକଟି; ୫ ହଜାର ଟଙ୍କାରେ କିପରି ସଶକ୍ତ ହେବେ ମହିଳା ?

ସୁଭଦ୍ରା ରାଲିରେ କଥା କଟାକଟି ହେଲେ ଭୁବନେଶ୍ୱର ମେୟର ଏବଂ ଏକାମ୍ର ବିଧାୟକ। ସୁଭଦ୍ରା ଯୋଜନାକୁ କଟାକ୍ଷ କଲେ ମେୟର ସୁଲୋଚନା ଦାସ।

ଅଦ୍ୟତନ ହୋଇଛି
BMC Mayor Questions Government

BMC Mayor Questions Government

Advertisment

ମେୟର ବିଧାୟକ କଥା କଟାକଟି। ସୁଭଦ୍ରା ରାଲିରେ କଥା କଟାକଟି ହେଲେ ଭୁବନେଶ୍ୱର ମେୟର ଏବଂ ଏକାମ୍ର ବିଧାୟକ। ସୁଭଦ୍ରା ଯୋଜନାକୁ କଟାକ୍ଷ କଲେ ମେୟର ସୁଲୋଚନା ଦାସ। କହିଲେ 5 ହଜାର ଟଙ୍କାରେ ମହିଳା କିଭଳି ସଶକ୍ତ ହେବେ ? କେତେ ମହିଳା ସଶକ୍ତ ହୋଇଛନ୍ତି ? ଦୁଇଟି କିସ୍ତିରେ 10 ହଜାର ଟଙ୍କା ପାଉଛନ୍ତି ମହିଳା। ପୂର୍ବ ସରକାରରେ 15 ହଜାରରୁ 15 ଲକ୍ଷ ଯାଏଁ ଇଣ୍ଟ୍ରେଷ୍ଟ ଫ୍ରି ଋଣ ଦିଆଯାଉଥିଲା। ତେବେ ସୁଭଦ୍ରା ଯୋଜନାରେ କିଭଳି ଜଣେ ସଶକ୍ତ ହେବ ବୋଲି କଟାକ୍ଷ କରିଛନ୍ତି ମେୟର। 

Advertisment

ସେପଟେ ସୁଲୋଚନାଙ୍କୁ କଡ଼ା ଜବାବ ଦେଇଛନ୍ତି ଭୁବନେଶ୍ବର-ଏକାମ୍ର ବିଧାୟକ। ବିଜେପି ବିଧାୟକ ବାବୁ ସିଂ କହିଛନ୍ତି 24 ବର୍ଷରେ ସେ ଯାହା କରିନଥିଲେ ତାହା ଆମେ କରିଛୁ। ଭୋଟ ବ୍ୟାଙ୍କ ହାତରୁ ଚାଲିଯାଉଛି ବୋଲି ଭୟ କରୁଛନ୍ତି। ସେ କଥାରୁ ଦୂରେଇ ରୁହନ୍ତୁ ମେୟର। ବିଗତ ସରକାର ଯଦି ଚାହୁଁଥିବେ ମାଆମାନଙ୍କୁ ବ୍ରେକ ଦେବେ କିନ୍ତୁ ସେମାନେ ପାରିବେ ନାହିଁ। ଆମେ ଏହାକୁ ନେଇ ବିତର୍କ କରିବା ନାହିଁ ବୋଲି କହିଛନ୍ତି ବିଧାୟକ ବାବୁ ସିଂ।

ଅଧିକ ପଢ଼ନ୍ତୁ: କିମ୍ସ, ହାଇଟେକ୍‌ ଓ ସମ୍‌ ହସ୍ପିଟାଲରେ EDର ଯାଞ୍ଚ

ଏପଟେ ସୁଭଦ୍ରା ଯୋଜନାରେ ସହାୟତା ପାଇବାକୁ ଆଶା ରଖିଥିବା ମହିଳାଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଆବେଦନ କରିବାକୁ ପଡ଼ିବ। ମାର୍ଚ୍ଚ ୩୧ ଭିତରେ ଆବେଦନ କଲେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ମିଳିବ ୩ଟି ଯାକ କିସ୍ତି। ’ସୁଭଦ୍ରା’ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଆସନ୍ତା ୬ ତାରିଖରେ ମ୍ୟାଜିକ ନମ୍ବର ୧ କୋଟି ଛୁଇଁବାକୁ ଯାଉଛି। ପୂର୍ବରୁ ୯୮ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଟଙ୍କା ପାଇସାରିଥିବା ବେଳେ ଆସନ୍ତା ୬ ତାରିଖରେ ବାକି ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ପଞ୍ଚମ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ମିଳିବ। ଏହାର ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ କୋଟିଏ ମହିଳା ଦ୍ୱିତୀୟ କିସ୍ତିର ୫ ହଜାର ଲେଖାଏଁ ଟଙ୍କା ପାଇବେ। ବ୍ରହ୍ମପୁରରୁ ଡିବିଟି ମାଧ୍ୟମରେ ଏହି ସହାୟତା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୮ ମାସ ଭିତରେ ଗୋଟିଏ ଯୋଜନାରେ କୋଟିଏ ମହିଳାଙ୍କୁ ଯୋଡ଼ିବା ଏକ ଇତିହାସ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Advertisment

ଗୋଟିଏ ପଟେ ଦ୍ୱିତୀୟ କିସ୍ତି ଟଙ୍କା ପାଇବାକୁ ସୁଭଦ୍ରା ହିତାଧିକାରୀମାନେ ଚାହିଁ ବସିଥିବା ବେଳେ, ଏବେବି ଅନେକଙ୍କୁ ମିଳିନି ପ୍ରଥମ କିସ୍ତିର ଖୁସି। ଚାରି ପାଞ୍ଚ ମାସ ପୂର୍ବରୁ ଆବେଦନ ଓ ବାରମ୍ବାର ଡକୁମେଣ୍ଟ ଦାଖଲ କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ଥିବା କହିଛନ୍ତି ବହୁ ମହିଳା। ସେମାନେ ପଞ୍ଚମ ପର୍ଯ୍ୟାୟରେ ସହାୟତା ପାଇବେ ବୋଲି ଆଶା ବାନ୍ଧିଛନ୍ତି। ସେପଟେ ଆଉ କିଛି ମହିଳାଙ୍କ ନାଁ ହିତାଧିକାରୀ ତାଲିକାରୁ କଟିବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। 

ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ

Government Sulochana Das BJP MLA BMC Mayor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ