Advertisment

Ashish Singh's Deputation: ଡେପୁଟେସନରେ ଯିବେ ଆଶିଷ ସିଂ, କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ?

ଡେପୁଟେସନରେ ଯିବେ ଆଶିଷ ସିଂ। କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ? ପାୱାର କରିଡରରେ ବଢିଲା ଚର୍ଚ୍ଚା ।

ଅଦ୍ୟତନ ହୋଇଛି
undefined

ଆଶିଷ ସିଂଙ୍କ ଡେପୁଟେସନ ଅର୍ଡର ପରେ ପାୱାର କରିଡରରେ ହଲଚଲ୍

Advertisment

IPS ଆଶିଷ ସିଂଙ୍କ ଡେପୁଟେସନ ଅର୍ଡର ଆସିବା ପରେ ପାୱାର କରିଡରରେ ହଲ୍ ଚଲ୍ । ଏହି ବହୁ ଚର୍ଚ୍ଚିତ ବିବାଦୀୟ ଅଫିସରଙ୍କ ଉପରେ ଥିଲା ସମସ୍ତଙ୍କ ନଜର । ବଡ଼ କଥା ହେଲା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଆଧାରରେ ଆଶିଷଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଚାଲୁ ରହିଥିବା ବେଳେ କେନ୍ଦ୍ର କେମିତି ଡେପୁଟେସନ ମାଗିଲା ? ସେ କେନ୍ଦ୍ରକୁ ଗଲେ ତାଙ୍କ ବିରୋଧରେ ପ୍ରୋସିଡିଂ ଚାଲିବ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment

ଡେପୁଟେସନରେ ଯିବେ ଆଶିଷ ସିଂ। କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ? ପାୱାର କରିଡରରେ ବଢିଲା ଚର୍ଚ୍ଚା । ଗତକାଲି ବହୁ ଚର୍ଚ୍ଚିତ ତଥା ବିବାଦୀୟ IPS ଅଫିସର ଆଶିଷ କୁମାର ସିଂଙ୍କୁ ଡେପୁଟେସନରେ ଇଣ୍ଡୋ-ତିବ୍ବତିଆନ ବୋର୍ଡର ପୋଲିସ- ITBPର ଆଇଜି ଭାବେ ନିଯୁକ୍ତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏନେଇ ଅବଗତ କରିଛନ୍ତି ବିଭାଗୀୟ ସଚିବ। ଏମିତି କି ତାଙ୍କୁ ଯଥାଶୀଘ୍ର ବର୍ତ୍ତମାନର କାର୍ଯ୍ୟରୁ ରିଲିଫ୍ କରିବାକୁ ଲେଖିଛନ୍ତି । ବଡ଼ କଥା ହେଲା ଏକାଥରକେ ଆଶିଷ ସିଂଙ୍କୁ ୫ ବର୍ଷ ପାଇଁ ITBPରେ ନିଯୁକ୍ତ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆଶିଷ ଏବେ ଗୃହ ବିଭାଗରେ OSD ଅଛନ୍ତି ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭଡ଼ା ଘର ଖୋଜୁଥିଲେ ସାବଧାନ୍; ଚୂନା ଲଗାଉଛନ୍ତି ଦଲାଲ୍

ସେପଟେ ଆଶିଷ ସିଂଙ୍କ ପାଇଁ ଏହି ନିର୍ଦ୍ଦେଶ ଆସିବା ପରେ D.S. କୁଟ୍ଟେ ଏବଂ ଏବଂ ରବିକାନ୍ତଙ୍କୁ ନେଇ ବଢିଛି ଚର୍ଚ୍ଚା । କାହିଁକିଁ ନା ଆଶିଷଙ୍କ ପରି ଏହି ଦୁଇ ବିବାଦୀୟ IPS ଅଧିକାରୀ ମଧ୍ୟ ଏବେ ଗୃହ ବିଭାଗର ଓଏସଡି ଅଛନ୍ତି । ପରବର୍ତ୍ତୀ ସମୟରେ ଆଶିଷଙ୍କ ଭଳି କୁଟ୍ଟେ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ରବିକାନ୍ତଙ୍କୁ ରାଜ୍ୟରେ କିଛି ଦାୟିତ୍ୱ ଦେଇପାରନ୍ତି ସରକାର । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି ସରକାର ବିଚାର ବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି । ଯେଉଁମାନେ ସରକାରୀ ଚାକିରିରେ ଥାଇ ରାଜନୀତି କରୁଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ବିଜେଡି କହିଛି- ବିଜେପି ମିଛ କହୁଥିଲା ପ୍ରମାଣ ହେଲା ।

Advertisment

ଚାକିରିରେ ଥାଇ ନିର୍ବାଚନୀ କାର୍ଯ୍ୟରେ ଲିପ୍ତ ଏବଂ ମିଥ୍ୟା ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଥିବା ନେଇ ଆଶିଷ ସିଂଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ହୋଇଥିଲା ଅଭିଯୋଗ। ଏହାପରେ ଆଶିଷଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ କମିଟି ଗଠନ କରିଥିଲେ ନିର୍ବାଚନ କମିଶନ। ଭୁବନେଶ୍ବର ଏମ୍ସରେ ତାଙ୍କ ସ୍ବାସ୍ଥ୍ୟ ଯାଂଚ ପରେ ସ୍ବାସ୍ଥାବସ୍ଥା ଠିକ୍ ଥିବା ଜଣା ପଡ଼ିଥିଲା । ପରେ ନିର୍ବାଚନ କମିଶନଙ୍କ ସୁପାରିଶ ଅନୁସାରେ ଆଶିଷ ପୁନଃ ନିଯୁକ୍ତି ଭାବେ ଗୃହ ବିଭାଗର OSD ନିଯୁକ୍ତ ହୋଇଥିଲେ। ଏଥିସହ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଆରମ୍ଭ କରିଥିଲେ ରାଜ୍ୟ ସରକାର । କାହିଁକି କାର୍ଯ୍ୟାନୁଷ୍ଠାନ ନ ହେବ ସେ ନେଇ ଅଗଷ୍ଟ ୬ରେ ସୋ କଜ୍ ମାଗି ୩୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ବି କହିଥିଲେ ।

ଏବେ ପ୍ରଶ୍ନ ଉଠୁଛି, ଜଣେ ଆଇପିଏସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଚାଲିଥିବା ବେଳେ ତାଙ୍କ କେମିତି ଡେପୁଟେସନରେ ନେବାକୁ ମାଗିଲେ କେନ୍ଦ୍ର ? କେନ୍ଦ୍ରକୁ ବିଭାଗୀୟ ପ୍ରୋସିଡିଂ ନେଇ ଜଣାଇ ନାହାନ୍ତି କି ଓଡ଼ିଶା ସରକାର ? ନା ଆଶିଷଙ୍କ ଲିଖିତ ସଫେଇ ପରେ ଆଗକୁ ବଢିନି ବିଭାଗୀୟ ତଦନ୍ତ ? ନିର୍ବାଚନ କମିଶନ କିନ୍ତୁ ଯଥେଷ୍ଟ ପ୍ରାଥମିକ ପ୍ରମାଣ ପାଇବା ପରେ ନେଇଥିଲେ କାର୍ଯ୍ୟାନୁଷ୍ଠାନ। କିନ୍ତୁ ରାଜ୍ୟ ସରକାର, ଆଶିଷ ସିଂ ରଖିଥିବା ଉତ୍ତରରେ ସନ୍ତୁଷ୍ଟ କି ନାହିଁ ତାହା ଅସ୍ପଷ୍ଟ । ବଡ଼ ପ୍ରଶ୍ନ, ଯଦି ସେ କେନ୍ଦ୍ରୀୟ ଡେପୁଟେସନରେ ଯାଆନ୍ତି ତାହେଲେ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଜାରି ରହିବା ନା ନାହିଁ ? ବଡ଼ କଥା ହେଲା ସମାନ ଅଭିଯୋଗରେ ଡିଏସ କୁଟ୍ଟେଙ୍କୁ ମଧ୍ୟ OSD କରି ସୋ କଜ୍ ମଗାଯାଇଥିଲା । ତେଣୁ ତାଙ୍କ କ୍ଷେତ୍ରରେ କ’ଣ କରିବେ ରାଜ୍ୟ ସରକାର ତା ଉପରେ ନଜର ।

Advertisment

ଅଧିକ ପଢ଼ନ୍ତୁ: ଗରିବୀର ବିକଳ ଚିତ୍ର; ଦାଦନ ଯିବେ ବୋଲି କଅଁଳା ଛୁଆକୁ ସରକାରଙ୍କ ହାତରେ ଟେକିଦେଲେ

Odisha BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ