Advertisment

Internet Services Suspended: କଡ଼ା ସୁରକ୍ଷା ବଳୟରେ ଭଦ୍ରକ, ଆଉ ୧୨ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ଭଦ୍ରକ ଗୋଷ୍ଠୀ ସଂଘର୍ଷ ଘଟଣା । ଜଣଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଗତକାଲି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍  ସେବା ବନ୍ଦ ରଖାଯାଇଥିଲା । ଆଜି ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ ।

ଅଦ୍ୟତନ ହୋଇଛି
Bhadrak In High Alert

Bhadrak In High Alert

Advertisment

ଭଦ୍ରକରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ । ଭଦ୍ରକ ବ୍ଲକ୍  ଓ ମ୍ୟୁନିସପାଲିଟି, ଧାମନଗର ବ୍ଲକ୍  ଓ NAC ପାଇଁ କଟକଣା ଜାରି ହୋଇଛି । ତିହିଡ଼ି ବ୍ଲକରେ ମଧ୍ୟ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ । ଗତକାଲି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍  ସେବା ବନ୍ଦ ରଖାଯାଇଥିଲା । ତିହିଡ଼ି କଷଟିରେ ଦୁଇ ଗୋଷ୍ଠୀ ବିବାଦରେ ଜଣଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଭଦ୍ରକରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ୪୫ ଅଧିକାରୀ ନିୟୋଜିତ ଅଛନ୍ତି । ସୋସିଆଲ ମିଡିଆରେ ଗୁଜବ ପ୍ରଚାର କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେବାସହ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛି ପୋଲିସ ।  

Advertisment

ସୂଚନା ମୁତାବକ, ଗତ ୩୦ ତାରିଖରେ ତିହିଡି ଵ୍ଲକ କଷଟିରେ ଦୁଇ ଗୋଷ୍ଠୀ ବିବାଦ ଯୋଗୁଁ ସ୍ଥାନୀୟ ଅଞ୍ଚଳର ସନ୍ତୋଷ ପରିଡା ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପରେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅପରାହ୍ନ ୨ଟା ୪୫ରେ ମୃତ୍ୟୁ ହୋଇଥିଲା । ପରେ ପୋଲିସ ବଡ ପଦକ୍ଷେପ ସ୍ବରୂପ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ଗତକାଲି କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସ୍ଥିତି ନିୟନ୍ତ୍ରଣରେ ଆସିନଥିବାରୁ ଆଜି ମଧ୍ୟ ବନ୍ଦ ରହିଛି ଇଣ୍ଟରନେଟ୍ ସେବା ।

ଅଧିକ ପଢନ୍ତୁ: ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଗିରଫ; ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Advertisment
Group Clash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ