Advertisment

20 historic Eateries: କଟକରେ ୬ ପିଢିର ଦୋକାନ; ପୁରୁଣା ବ୍ୟବସାୟୀଙ୍କୁ ଖୋଜି ଖୋଜି ସମ୍ବର୍ଦ୍ଧନା, ଜାଣନ୍ତୁ କାହିଁକି...

ସୁଆଦିଆ ଜଳଖିଆ ହେଉ କି ଫାଷ୍ଟପୁଡ୍, କିଏ ଶହେ ତ କିଏ ୫୦ ବର୍ଷର ଦୋକାନ।  ପୀଢ଼ି ପରେ ପିଢି ଧରି ଚାଲି ଆସୁଥିବା ଏଭଳି ୨୦ଟି ଦୋକାନକୁ ଚିହ୍ନଟ କରି ତାର ବ୍ୟବସାୟୀଙ୍କୁ କିଛିଦିନ ତଳେ ଇନଟାକ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଦିଆଯାଇଛି ଇନଟାକ୍ ହେରିଟେଜ୍ ଟ୍ୟାଗ୍।

ଅଦ୍ୟତନ ହୋଇଛି
undefined

କଟକରେ ୬ ପିଙିର ଦୋକାନ

Advertisment

ରାଜ୍ୟର ପୁରୁଣା ରାଜଧାନୀ କଟକ ସହରରେ ପୁରୁଣା ବ୍ୟବସାୟୀଙ୍କୁ ଖୋଜି ଖୋଜି ସମ୍ବର୍ଦ୍ଧନା। ସୁଆଦିଆ ଜଳଖିଆ ହେଉ କି ଫାଷ୍ଟପୁଡ୍, କିଏ ଶହେ ତ କିଏ ୫୦ ବର୍ଷର ଦୋକାନ।  ପୀଢ଼ି ପରେ ପିଢି ଧରି ଚାଲି ଆସୁଥିବା ଏଭଳି ୨୦ଟି ଦୋକାନକୁ ଚିହ୍ନଟ କରି ତାର ବ୍ୟବସାୟୀଙ୍କୁ କିଛିଦିନ ତଳେ ଇନଟାକ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଦିଆଯାଇଛି ଇନଟାକ୍ ହେରିଟେଜ୍ ଟ୍ୟାଗ୍। କଣ ସେମାନଙ୍କ ବ୍ୟବସାୟ ଓ କେତେ ବର୍ଷ ପୁରୁଣା ସେମାନଙ୍କ ଦୋକାନ, ଆସନ୍ତୁ ଜାଣିବା।...

Advertisment

ଗରମ ଗରମ ବିରି ବରା ଓ ସିଙ୍ଗଡ଼ା ସାଙ୍ଗକୁ ପାଟି ସୁଆଦିଆ ବୁଟ ଆଳୁ ତରକାରୀ । ସକାଳ ୭ ବାଜିଲା ବେଳକୁ ଟିଫିନ୍ ରେଡି । କଟକ ଚାନ୍ଦିନୀଚୌକ ସ୍ଥିତ ବନ୍ଧ ବାଶେଳି ଛକରେ ଥିବା ପେଟା ସାହୁ ମିଠା ଓ ଜଳଖିଆ ଦୋକାନ ଏଥି ପାଇଁ ଭାରି ଫେମସ୍ । ଦୋକାନୀ ଜୀବନାନନ୍ଦ ସାହୁ। ୧୮୭୫ ମସିହାର ଦୋକାନ କଟକ ସହରର ସବୁଠୁ ପୁରୁଣା। ଦେଢ଼ ଶହ ବର୍ଷ ତଳେ ପଦନ ସାହୁ ଆରମ୍ଭ କରିଥିବା ଦୋକାନ କାଳକ୍ରମେ ଏବେ ତାଙ୍କ ୬ ଷଷ୍ଠ ପୀଢିଙ୍କ ହାତରେ। ଜୀବନାନନ୍ଦଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ବୁଢ଼ିମା ଓ ପୁଅ। ୮୦ ବର୍ଷୀୟା ଦୁର୍ଗାବତୀ ସାହୁ ତିଆରି କରୁଥିବା ଇଟିଲି ଭାରି ନରମ, ତାଙ୍କ ତରକାରୀ ଛୁଙ୍କ ଓ ବିରି ବରା ଆଖାପାଖ ଅଞ୍ଚଳକୁ ମହକାଏ। ପିଲାଟି ଦିନରୁ ଏଠୁ ଜଳଖିଆ ଖାଇ ଆସୁଥିବା ଜଣେ ଗ୍ରାହକଙ୍କ କହିବା କଥା, ପେଟା ସାହୁ ଜଳଖିଆ ଦୋକାନର ସ୍ବାଦ ଅତୁଟ।

ଅଧିକ ପଢ଼ନ୍ତୁ: ଦୂର ହେବ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା; ଗଙ୍ଗୁଆ ନାଳରେ ହେବ ୬ ଲେନ୍  ରାସ୍ତା

Advertisment

ଐତିହ୍ୟ ସହର କଟକରେ ପିଢ଼ି ପରେ ପିଢ଼ି ବ୍ୟବସାୟ କରି ଆସୁଥିବା ଚାଉଳିଆଗଞ୍ଜର ମାଳିଆ ନାନୀ ଙ୍କ ଥ୍ରୀ ଇନ୍ ଓ୍ବାନ ବରା ଦୋକାନ। ୧୦୦ ବର୍ଷ ତଳେ ଦୋକାନ ଆରମ୍ଭ କରିଥିଲେ ମାଳିଆ ନାନୀଙ୍କ ଶାଶୁ। ବୁଲିବୁଲି ଜଳଖିଆ ବିକ୍ରି କରୁଥିଲେ। ପରେ ମାଳିଆ ନାନୀ ଓ ତାଙ୍କ ପୁଅ ଓ ଏବେ ନାତି ସଞ୍ଜୟ ସାହୁ ତିଆରି କରୁଛନ୍ତି ବରା। ବୁଟଡାଲି ବଟା ଉପରେ ବିରି ବଟା ଓ ମଝିରେ ଆଳୁ ମସଲାକୁ ଦେଇ ତାଙ୍କ ହାତ ତିଆରି ବରା ଗ୍ରାହକଙ୍କ ପାଟିରୁ ଛାଡ଼େନି। 

ସେମିତି କଲେଜ ଛକରେ ଥିବା କଟକ ସୁଇଟ ଷ୍ଟଲ୍ ୮୫ ବର୍ଷର ପୁରୁଣା ଦୋକାନ। ସୂରଜ ବଳିରାମ ଯାଦବ ନାମକ ବ୍ୟକ୍ତି ୟୁପିରୁ ଆସି ଏଠି ୧୯୪୦ ମସିହାରେ ବେପାର ଆରମ୍ଭ କରିଥିଲେ। ଏବେ ତାଙ୍କ ନାତି ରିତିକ ପ୍ରସାଦ ଦୋକାନ ସମ୍ଭାଳୁଛନ୍ତି। ସେମିତି କଟକର ପ୍ରଥମ ସାଉଥ୍ ଇଣ୍ଡିଆନ୍ ଖାନା ଆରମ୍ଭ ହୋଇଥିବା ୟୁଏସଭି ଏବେ ଚାନ୍ଦିନୀଚୌକରେ ରହିଛି। ୧୯୬୦ ମସିହାରେ ଆନ୍ଧ୍ରରୁ ଆସି କଟକ ବାସୀଙ୍କୁ ପ୍ରଥମେ ଦୋଷା ସ୍ବାଦ ଚଖେଇଥିବା କେ ସୁବାରାଓଙ୍କ ପରେ ତାଙ୍କ ପୁଅ କେ ଭାସ୍କର ରାଓ ଏବେ ବି ବ୍ୟବସାୟ ଜାରି ରଖିଛନ୍ତି।

Advertisment

ସେମିତି ୧୯୪୫ ମସିହାରେ କଟକ ସହରରେ ପ୍ରଥମେ ହୋଟେଲର ମୁଳଦୁଆ ପକେଇଥିଲେ ରାମଚନ୍ଦ୍ର ମହାନ୍ତି। ଦରଘାବଜାର ଜେଲରୋଡରେ ଥିବା ହୋଟେଲ ସ୍ବରାଜକୁ ଏବେ ୮୦ ବର୍ଷ। ରାମଚନ୍ଦ୍ରଙ୍କ ଅଣନାତି କିଶାନ ମହାନ୍ତି ଏବେ ତାକୁ ଚଳାଉଛନ୍ତି। ଏଥିସହ ୧୯୬୩ ମସିହାରେ ଲୁଇଟିୟୀ ଚାଇନାରୁ ଆସି ଚାଇନିଜ୍ ଫାଷ୍ଟଫୁଡ ଖୁଆଇଥିଲେ କଟକ ବାସୀଙ୍କୁ। ଏବେ ତାଙ୍କ ନାତି ଲିୟୁ କ୍ୟୁଓ ୟଙ୍ଗ ହାତରେ ବ୍ୟବସାୟ। କଲେଜ ଛକର ମଧୁ ସାହୁ ମିଠା ଦୋକାନ ବି ରେଭେନ୍ସା କଲେଜ ଆରମ୍ଭ ବେଳର। ୪ ପିଢି ଧରି ଚାଲିଛି ଦୋକାନ।

ତେବେ ଏଠି ପ୍ରଶ୍ନ ଏବେ କଟକ ସହରର ଏସବୁ ପୁରୁଣା ଦୋକାନଙ୍କୁ କାହିଁକି ଖୋଜାଗଲା। କାରଣ ଏଭଳି ୨୦ ଜଣ ବ୍ୟବସାୟୀଙ୍କୁ କିଛିଦିନ ତଳେ ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ୍ ବା ଇନଟାକ୍ ପକ୍ଷରୁ କରାଯାଇଥିଲା ସମ୍ବର୍ଦ୍ଧିତ। ଦିଆଯାଇଛି ଇନଟାକ୍ ହେରିଟେଜ୍ ଟ୍ୟାଗ୍। ଯାହାକି ଆଗାମୀ ପୀଢ଼ି ପାଇଁ ପ୍ରେରଣା ହେବ ବୋଲି କହିଛନ୍ତି ଇନଟାକ୍ କର୍ତ୍ତୃପକ୍ଷ। 

ଅଧିକ ପଢ଼ନ୍ତୁ: ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା

Restaurant Restaurants
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ