Advertisment

India-Pakistan Kashmir Map Dispute: କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ଖବରକୁ କଦର୍ଥ କରାନଯାଉ...

ଜାଣି ଜାଣି ଓଟିଭିର ଭାବମୂର୍ତ୍ତି ବିଗାଡ଼ିବାକୁ ଷଡ଼ଯନ୍ତ୍ର। ଓଟିଭି ସବୁବେଳେ ଭାରତୀୟ ରାଷ୍ଟ୍ରବାଦ ଏବଂ ଭାରତୀୟଙ୍କ ସ୍ୱରକୁ ପ୍ରାଧାନ୍ୟ ଦେଇଆସିଛି। ଗ୍ରାଫିକ୍ସ ମାଧ୍ୟମରେ ପ୍ରଭାବଶାଳୀ ଉପାୟରେ ଖବର ଉପସ୍ଥାପନ କରିଥାଏ। କିନ୍ତୁ ବିଭିନ୍ନ ସମୟରେ ଓଟିଭି ଉପରେ ଆକ୍ରୋଶ ରଖି କିଛି ବ୍ୟକ୍ତି ଏହାର ସଠିକ୍ ଖବରକୁ କଦର୍ଥ କରିବାକୁ ଚେଷ୍ଟା କରିଆସିଛନ୍ତି। କାରଣ ସେମାନଙ୍କର ଉଦ୍ଦେଶ୍ୟ ଅଲଗା କିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
India-Pakistan Kashmir Map Dispute

India-Pakistan Kashmir Map Dispute

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ପ୍ରତିଦିନ ଏହାକୁ ନେଇ ଓଟିଭି ଖବର ପ୍ରସାରଣ କରୁଛି। ଦେଶର ସୁରକ୍ଷା ଓ ଭାବମୂର୍ତ୍ତି ପ୍ରସଙ୍ଗ ହୋଇଥିବାରୁ, ଖବର ପ୍ରସାରଣ ପୂର୍ବରୁ ଏହାକୁ ଯଥାସମ୍ଭବ ଯାଂଚ ଓ ଅନୁଧ୍ୟାନ କରି, ସଠିକ ଖବର ମଧ୍ୟ ପରିବେଷଣ କରିଥାଏ। ଏକ ଦାୟିତ୍ୱବାନ ଗଣାମାଧ୍ୟମ ହିସାବରେ ସବୁବେଳେ ଜାତୀୟତାବାଦ ଉପରେ ଏହା ଗୁରୁତ୍ୱ ଦେଇଥାଏ। ଓଟିଭି ପାଇଁ ସବୁଠାରୁ ବଡ଼ କଥା ହେଉଛି ଭାରତୀୟଙ୍କ ସ୍ୱର। ଦେଶର ସ୍ୱର ଏହାର ଖବରରେ ପ୍ରାଧାନ୍ୟ ପାଇଥାଏ। ଗ୍ରାଫିକ୍ସ ମାଧ୍ୟମରେ ମଧ୍ୟ ଓଟିଭି ଖବର ଉପସ୍ଥାପନ କରିଥାଏ। କିନ୍ତୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ଗୋଷ୍ଠୀ, ବିଭିନ୍ନ ସମୟରେ ଓଡ଼ିଶାର ନମ୍ୱର-୧ ଟିଭି ଓଟିଭି ଉପରେ ଆକ୍ରୋଶ ରଖି ଏହାର ଖବରକୁ କଦର୍ଥ କରିବାକୁ ଚେଷ୍ଟା କରୁଥିବା ଦେଖାଦେଇଛି। ଓଟିଭି ସବୁବେଳେ ଜାତୀୟତାବାଦ ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଗରେ ରହି ଖବର ପରିବେଷଣ କରେ, ଏହାକୁ କେହି ଅସ୍ୱୀକାର କରିପାରିବେ ନାହଁ।  

Advertisment

ନିକଟରେ ପୁଣି ଥରେ ଓଟିଭିକୁ ବଦନାମ କରିବାକୁ ସୋସିଆଲ୍ ମିଡିଆରେ ଚେଷ୍ଟା କରାଯାଇଛି। ୨୯ ଏପ୍ରିଲ୍‌ ୨୦୨୫ରେ ସୋସିଆଲ୍‌ ମିଡ଼ିଆ ‘ଏକ୍ସ’ରେ କିଛି ବ୍ୟକ୍ତି ଓଟିଭି ଭୁଲ୍ ଖବର ପରିବେଷଣ କରୁଛି ବୋଲି ଆରୋପ ଲଗାଇଛନ୍ତି। OTV ଉଦ୍ଦେଶ୍ୟମୂଳକ ଭାବେ ଭୁଲ୍ ମ୍ୟାପ୍ ଦେଖାଇଥିବା ସେଥିରେ ପ୍ରଚାର କରାଯାଉଛି। କିନ୍ତୁ ପ୍ରକୃତରେ ସେଭଳି ଭୁଲ୍ ଆଦୌ ହୋଇନାହିଁ। ମୂଳ ଭିଡିଓରେ ଭାରତ ସହ କାଶ୍ମୀର ରହିଛି। ଷ୍ଟୁଡିଓରେ ଉପସ୍ଥାପକ କାଶ୍ମୀର ଅଞ୍ଚଳ ଓ ଏହାର ଭୌଗୋଳିକ ସ୍ଥିତିକୁ ଗ୍ରାଫିକ୍ସ ମାଧ୍ୟମରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ଭିଡିଓରେ ଉପସ୍ଥାପକଙ୍କ ବର୍ଣ୍ଣନା ଅନୁୟାୟୀ, ମ୍ୟାପ୍ ଗ୍ରାଫିକ୍ସ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟକ୍ରମେ ଆସୁଛି। କିନ୍ତୁ ସଂପୂର୍ଣ୍ଣ ମ୍ୟାପଟି ଆସିବା ପୂର୍ବରୁ ଏହାର ଏକ ସ୍କ୍ରିନ୍ ସର୍ଟ ନେଇ କିଛି ଲୋକ, ଓଟିଭି ନାଁରେ ଅପପ୍ରଚାର କରୁଛନ୍ତି।

ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଭାରତର। ଏଥିରେ ଦ୍ୱିମତ ନାହିଁ। କିନ୍ତୁ କେମିତି ଏହାର କିଛି ଅଂଶ ପାକିସ୍ତାନ ବେଆଇନ ଭାବେ ମାଡ଼ି ବସିଛି, ସାଧାରଣ ଲୋକଙ୍କ ବୁଝିବା ପାଇଁ ଓଟିଭିର ଉପସ୍ଥାପକ ଗ୍ରାଫିକ୍ସର ସହାୟତା ନେଇ ବୁଝାଉଥିଲେ। ପିଓକେ ଅଞ୍ଚଳରେ ଆତଙ୍କବାଦକୁ ପ୍ରୋତ୍ସାହନ ଦିଆଯାଉଛି। ଭାରତୀୟ ସେନା ପକ୍ଷରୁ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଯାଇଛି। ଆଗକୁ ଏହି ଅଞ୍ଚଳ ଭାରତରେ ମିଶିବ ବୋଲି କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ରହିଛି।

Advertisment

ଏହି କଥାକୁ ମ୍ୟାପ୍‌ ଜରିଆରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି। କିନ୍ତୁ ଭିଡିଓଟି ସଂପୂର୍ଣ୍ଣ ହେବା ପୂର୍ବରୁ ମଝିରୁ ଏକ ଫଟୋ ନେଇ କିଛି ଲୋକ ଏହାକୁ ଭୁଲ୍ ଭାବେ ଚିତ୍ରଣ କରୁଛନ୍ତି। ଏହି ଖବରର କିଛି ଅଂଶର ସ୍କ୍ରିନସଟ୍ ନେଇ ଓଟିଭିର ଦର୍ଶକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।  ପୂରା ଭିଡିଓଟି ଦେଖିଲେ ଜଣେ ସହଜରେ ଏହା ବୁଝିପାରିବେ।

Otv
Advertisment
Advertisment