/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711251468.jpg)
Prayaskanti Samal
ବରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲଜିର ସୋସାଇଟି ସଭାପତି ପଦରୁ ଇସ୍ତଫା ଦେଲେ ପ୍ରୟାସକାନ୍ତି ସାମଲ। ଏହି ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ କିଛି ଦିନ ତଳେ ଭଣ୍ଡାରୀପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ମାରାଥନ ଜେରା କରିଥିଲା ଇଡି ।
ପ୍ରୟାସକାନ୍ତି ଏହି କଲେଜ ସୋସାଇଟିର ସଭାପତି ପଦରେ ୨୦୧୦ ମସିହାରୁ ରହିଆସିଥିଲେ । ତେବେ ଗତ ୫ ମାସ ଧରି ଦୁର୍ନୀତି ଅଭିଯୋଗରେ ବିରୋଧ ସହିତ ବକେୟା ଦରମା ଓ ପୁନଃନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିଲେ କଲେଜ କର୍ମଚାରୀ । ଏଥିସହ ପ୍ରୟାସକାନ୍ତିଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ।
ଗତ ୨୧ ତାରିଖ ଦିନ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେଜର ୧୦୦ ମିଟର ପରିଧି ଭିତରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଥିଲା । ଶେଷରେ ଆଜି କଲେଜର ହିତ ଓ କର୍ମଚାରୀଙ୍କ ହିତ ଦୃଷ୍ଟିରୁ ସ୍ୱତଃପ୍ରବୃତ୍ତ ଭାବରେ ସଭାପତି ପଦରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ପ୍ରୟାସକାନ୍ତି ସାମଲ । ଏଥିସହ ୩ ମାସକୁ ଥରେ କଲେଜ ଅଧ୍ୟକ୍ଷ ଓ ପରିଚାଳନା କମିଟିକୁ ନେଇ ସମୀକ୍ଷା ବୈଠକ କରିବାକୁ ଏବଂ କଲେଜ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)