/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712910503.jpg)
Improper garbage management
ଗଞ୍ଜାମର ମା’ ତାରାତାରିଣୀଙ୍କ ପୀଠ । ଶୀତଦିନ ହେଲେ ଏଠାରେ ଲାଗେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି । ହେଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସେପରି କୌଣସି ଉତ୍ତମ ବ୍ୟବସ୍ଥା ନ ଥିବାରୁ ଧୀରେ ଧୀରେ ଏହି ସ୍ଥାନ ଅଳିଆ ଗଦାର ରୂପ ନେଲାଣି । ତାରାତାରିଣୀଙ୍କ ପୀଠରେ ଯେଉଁଆଡେ ଆଖି ବୁଲାଇବେ ସେଇଠି ପଡିଛି କୁଢ଼କୁଢ଼ ଅଳିଆ । ମା’ ତାରାତାରିଣୀଙ୍କ ପୀଠ ପାହାଡ଼ ପାଦଦେଶରେ ପର୍ଯ୍ୟଟକମାନେ ରୋଷଇ କରି ଭୋଜନ କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପୀଠର ଉନ୍ନତୀକରଣ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏପରି ପରିବେଶ ଯେମିତି ସବୁ ବ୍ୟବସ୍ଥାକୁ ଆଖିଠାର ମାରୁଛି ।
କେବଳ ଚୈତ୍ର ମାସରେ ଏହି ସ୍ଥାନକୁ ସଫା କରିଥାଏ ପ୍ରଶାସନ । ହେଲେ ଅନ୍ୟ ଦିନ ମାନଙ୍କରେ ପୀଠ ଅପରିଷ୍କାର ହୋଇ ପଡ଼ିରହିଥାଏ । ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମା’ ତାରାତାରିଣୀ ପୀଠର କାର୍ଯ୍ୟନିର୍ବାହୀ ଅଧିକାରୀ । ସେ କହିଛନ୍ତି, ମନ୍ଦିର ଉନ୍ନୟନ କାର୍ଯ୍ୟ ଜାରି ରହିଛି ତେଣୁ ଏହି ସମସ୍ୟା ସୃଷ୍ଟି ହେଉଛି l ଆଗାମୀ ଦିନରେ ସମସ୍ୟାର ସମାଧାନ କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ପରିସ୍କାର ହେଉଛି ମା’ତାରାତାରିଣୀଙ୍କ ପାହାଡ଼ ପାଦଦେଶ । ପର୍ଯ୍ୟଟକଙ୍କ ପାଇଁ ପ୍ରଶାସନ କିପରି ବ୍ୟବସ୍ଥା ଆଣୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)