ସାବଧାନ ! ଆଇସକ୍ରିମ ବି ନକଲି

ଅମଲଭିଟା ନାଁରେ ଆଇସକ୍ରିମ୍‌ ତିଆରି କରି ଜଣେ ବ୍ୟକ୍ତି ସ୍ଥାନୀୟ ବଜାରକୁ ଛାଡୁଥିଲେ। ଆଇସକ୍ରିମ୍‌ ତିଆରି ପାଇଁ ଉଦ୍ଧିଷ୍ଟ ନାନା ପ୍ରକାର ନିମ୍ନ ମାନର ସାମଗ୍ରୀ ଏବଂ ପ୍ୟାକିଂ ଜରି ଏଠାରେ ବ୍ୟବହାର ହେଉଥିଲା ।

Illigal Ice Cream Factory

ପାରାଦୀପରେ ଚାଲିଥିଲା ବେଆଇନ ଆଇସ୍ରିମ ଫ୍ୟାକ୍ଟ୍ରି । ଭିତରଗଡ ବସ୍ତିରେ ଚାଲିଥିବା ଆଇସକ୍ରିମ ଫ୍ୟାକ୍ଟ୍ରି ଉପରେ ଖାଦ୍ୟ ନିରାପତ୍ତା ଅଧିକାରୀ ଚଢ଼ାଉ କରିଛନ୍ତି । ବିନା ଲାଇସେନ୍ସ ଓ ବିନା ଆବଶ୍ୟକ କାଗଜପତ୍ରରେ ଦୀର୍ଘ ଦିନରୁ ସେଠାରେ ଫ୍ୟାକ୍ଟ୍ରି ଚାଲିଥିଲା । ଆଉ ସେହି ବେଆଇନ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ନିମ୍ନମାନର ଆଇସକ୍ରିମ୍‌ ।

ଅମଲଭିଟା ନାଁରେ ଆଇସକ୍ରିମ୍‌ ତିଆରି କରି ଜଣେ ବ୍ୟକ୍ତି ସ୍ଥାନୀୟ ବଜାରକୁ ଛାଡୁଥିଲେ। ଆଇସକ୍ରିମ୍‌ ତିଆରି ପାଇଁ ଉଦ୍ଧିଷ୍ଟ ନାନା ପ୍ରକାର ନିମ୍ନ ମାନର ସାମଗ୍ରୀ ଏବଂ ପ୍ୟାକିଂ ଜରି ଏଠାରେ ବ୍ୟବହାର ହେଉଥିଲା । ଚଢ଼ାଉ ବେଳେ ଏସବୁ ଦେଖିବାକୁ ପାଇଥିଲେ ଖାଦ୍ୟ ନିରାପତ୍ତା ଅଧିକାରୀ । ଏହି ବେଆଇନ ଆଇସକ୍ରିମ୍‌ ଫ୍ୟାକ୍ଟ୍ରିରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ନେତୃତ୍ୱରେ ୫ ଜଣିଆ ଏକ ଟିମ୍‌ ଚଢ଼ାଉ କରି ୫ ହଜାର ଟଙ୍କା ଜରିମାନା କରିଛି।

ଅଧିକ ପଢ଼ନ୍ତୁ: ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ

ଭିତରଗଡ ପରେ ପାରାଦୀପ ବେଳାଭୂମିରେ ପଡ଼ିଥିବା ବାଣିଜ୍ୟ ମେଳାରେ ଖାଦ୍ୟ ଷ୍ଟଲ ଗୁଡ଼ିକରେ ଅଧିକାରୀମାନେ ଯାଞ୍ଚ କରିଥିଲେ । ନିମ୍ନମାନର ଫୁଡ କଲର୍ ବ୍ୟବହାର ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଦେଖି ଦୋକାନୀମାନଙ୍କୁ ତାଗିଦ କରିଥିଲେ ଫୁଡ୍‌ ଇନ୍ସପେକ୍ଟର । ଏମିତି କି ନିମ୍ନମାନର ଖାଦ୍ୟକୁ ଫିଙ୍ଗିଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।