/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723382179.jpg)
Suresh Pujari
ପୂରଣ ହେବ ଦୀର୍ଘ ବର୍ଷର ଦାବି । ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା । ଏଇ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ମାନଙ୍କୁ ମିଳିବ ଜମି ପଟ୍ଟା । ବିସ୍ଥାପିତଙ୍କୁ ୧୦ ଡିସିମିଲ୍ ଲେଖାଏଁ ଜମି ଦିଆଯିବ ବୋଲି ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି ।
Advertisment
ହୀରାକୁଦ ନଦୀବନ୍ଧ ଯୋଜନା ଦ୍ୱାରା ଯେଉଁ ପରିବାର ନିଜ ନିଜ ଭିଟା ମାଟି ତ୍ୟାଗ କରିଛନ୍ତି ଓ ସର୍ବସ୍ୱ ହରାଇଛନ୍ତି, ସେମାନଙ୍କୁ ୭୦ ବର୍ଷ ବିତି ଯାଇଥିଲେ ବି ନ୍ୟାୟ ମିଳିପାରିନାହିଁ । ସେହି ପରିବାରଙ୍କୁ ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଆଜି ପର୍ଯ୍ୟନ୍ତ କେବଳ ୪ ହଜାର ୪୦୦ କ୍ଷତିଗ୍ରସ୍ତ ପରିବାରଙ୍କୁ ପଟ୍ଟା ଦିିଆଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)