Advertisment

Farmer Tension: କେମିତି ଚାଷୀ କରିବେ ପଞ୍ଜିକରଣ? କାଲି ରାତି ୧୨ ଡେଡଲାଇନ୍

ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟର ଟେନସନ୍, ଏଣେ କ୍ଷତିପୂରଣ ପାଇବାକୁ ରେଜିଷ୍ଟ୍ରେସନର ଚିନ୍ତା । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କ୍ଷୟକ୍ଷତି ବାବଦ ସୂଚନା ଦେବାର ଅବଧିକୁ ଆଉ ୭୨ ଘଣ୍ଟା ବଢ଼ାଇଛନ୍ତି ସରକାର ।

ଅଦ୍ୟତନ ହୋଇଛି
undefined

Farmer Tension

Advertisment

ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟର ଟେନସନ୍, ଏଣେ କ୍ଷତିପୂରଣ ପାଇବାକୁ ରେଜିଷ୍ଟ୍ରେସନର ଚିନ୍ତା । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କ୍ଷୟକ୍ଷତି ବାବଦ ସୂଚନା ଦେବାର ଅବଧିକୁ ଆଉ ୭୨ ଘଣ୍ଟା ବଢ଼ାଇଛନ୍ତି ସରକାର । ତେବେ ଆସନ୍ତାକାଲି ରାତି ୧୨ଟା ଭିତରେ କେମିତି ଅନଲାଇନ ପଞ୍ଜୀକରଣ କରିହେବ, ତାକୁ ନେଇ ଦ୍ୱନ୍ଦ୍ୱରେ ଅନେକ ସ୍ୱଳ୍ପ ଶିକ୍ଷିତ ଓ ଇଣ୍ଟରନେଟ୍ ଅନଭିଜ୍ଞ ଚାଷୀ । ସେପଟେ ସମବାୟ ମନ୍ତ୍ରୀ କହିଛନ୍ତି, ଚାଷୀ ଫସଲ ବୀମା କରିନଥିଲେ ମଧ୍ୟ ତାଙ୍କୁ କ୍ଷତିପୂରଣ ଯୋଗାଇଦେବେ ରାଜ୍ୟ ସରକାର ।

Advertisment

ଏଣେ ସମୟ ଗଡ଼ୁଛି, ତେଣେ ବଢ଼ୁଛି ଚାଷୀଙ୍କ ଟେନସନ୍ ! କ୍ଷୟକ୍ଷତି ପଞ୍ଜୀକରଣ ପାଇଁ ହାତରେ ଆଉ ପ୍ରାୟ ୨୪ ଘଣ୍ଟା । କିଏ ଉଜୁଡ଼ା ଫସଲ ସାଉଁଟିବାରେ ବ୍ୟସ୍ତ, କିଏ ଅପାଠୁଆ କାଲି ଭିତରେ କେମିତି କରିବେ ଅନଲାଇନ ରେଜିଷ୍ଟ୍ରେସନ୍? ଅଦିନିଆ ବର୍ଷାରେ ବିଭିନ୍ନ ଜିଲ୍ଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ବେଳେ, ସେ ବାବଦରେ ସୂଚନା ଦେବାର ଅବଧିକୁ କୋହଳ କରିଛନ୍ତି କେନ୍ଦ୍ର ସରକାର ।

ପୂର୍ବରୁ ଏଥିପାଇଁ ୭୨ ଘଣ୍ଟା ସମୟ ଅବଧି ଥିବା ବେଳେ, ବୀମାଭୁକ୍ତ ଚାଷୀଙ୍କ ପାଇଁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବାର ସମୟ ସୀମା, ୧ ତାରିଖ ଯାଏଁ ବଢ଼ିଛି ବୋଲି ଗତକାଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଆଜି ବର୍ଷ ସରୁଥିବା ବେଳେ, କାଲି ରାତି ୧୨ଟା ଯାଏଁ ରହିଛି ପଞ୍ଜୀକରଣ ସମୟ ସୀମା ।

Advertisment

ଅଧିକ ପଢନ୍ତୁ: ବାବା ବଳିଆ ରଖିଲେ ପ୍ରସ୍ତାବ, ‘ମହିଳା କମିଶନ ଭଳି ପୁରୁଷ କମିଶନ ବି ଜରୁରୀ’

ଏପଟେ କିନ୍ତୁ ଚାଷୀ ଅଭିଯୋଗ କରିଛନ୍ତି ଯେ, ଏବେ ଧାନକଟା ସମୟ ହୋଇଥିବାରୁ କିଏ ଅମଳରେ ବ୍ୟସ୍ତ, ତ ଆଉ କିଏ ପାଣିରୁ ଗଜାଧାନ ଛାଣି ଶୁଖାଇବାରେ ଲାଗିଛି । ତା ଛଡ଼ା, ଅଧିକାଂଶ ଚାଷୀ ଇଣ୍ଟରନେଟ ଅଭ୍ୟସ୍ତ ହୋଇନଥିବାରୁ, ମୋବାଇଲ କିମ୍ବା କଂପ୍ୟୁଟରରେ କେମିତି ପଞ୍ଜୀକରଣ କରିବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

Advertisment

ଏପରିକି ଅଧିକାଂଶ ଚାଷୀ ବୀମା ବି କରିନାହାନ୍ତି । ସେମାନେ ଏବେ ଅଧିକ ଚିନ୍ତାରେ । ସେପଟେ ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି ସମବାୟ ମନ୍ତ୍ରୀ । ପ୍ରଥମ ୭୨ ଘଣ୍ଟା ଅବଧି ଭିତରେ ୨ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ । ତେବେ ଆହୁରି ଅନେକ ଚାଷୀ ରେଜିଷ୍ଟ୍ରେସନ କରିପାରିନଥିବାରୁ ସରକାର ୭୨ ଘଣ୍ଟା ଅବଧି ବଢ଼ାଇଛନ୍ତି ।

ଏହି ସମୟ ଭିତରେ ଚାଷୀ ସେମାନଙ୍କ ଫସଲ କ୍ଷୟକ୍ଷତି ବାବଦରେ ପଞ୍ଜୀକରଣ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଅଦିନିଆ ବର୍ଷାଯୋଗୁଁ କଟା ହୋଇ ଜମିରେ ଥିବା ଧାନ ଫସଲ କ୍ଷତି ହୋଇଥିଲେ, କୃଷି ରକ୍ଷକ ହେଲ୍ପଲାଇନ ନମ୍ବର ୧୪୪୪୭ କିମ୍ବା କୃଷି ରକ୍ଷକ ଆପ୍ ରେ ଜଣାଇହେବ । ତା ସହ କ୍ରପ୍ ଇନସୁରାନ୍ସ ଆପ୍ ଅଥବା PMFBY ହ୍ୱାଟସଆପ୍ ନମ୍ବର୍ ୭୦୬୫୫୧୪୪୪୭ରେ ଯୋଗାଯୋଗ କରିହେବ ।

ବୀମା କରିଥିବା ଚାଷୀଙ୍କୁ ତ କ୍ଷତିପୂରଣ ମିଳିବ, ବୀମା କରିନଥିବା ଚାଷୀଙ୍କୁ ବି ରାଜ୍ୟ ସରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।

ଅଧିକ ପଢନ୍ତୁ: ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ; କୁନି ପୁଅ ପାଇଁ ମଗାଇଲେ ଆମ୍ୱୁଲାନ୍ସ, ଦେଲେ ଚିକିତ୍ସା ନିର୍ଦ୍ଦେଶ

Paddy Rain Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ