Advertisment

Ratna Bhandara: ରତ୍ନ ଭଣ୍ଡାର ନେଇ ଆସିଲା ବଡ଼ ଅପଡେଟ୍ ; ଗୃହରେ କ’ଣ କହିଲେ ମନ୍ତ୍ରୀ

ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଅଦ୍ୟତନ ହୋଇଛି
undefined

Ratna Bhandara

Advertisment

ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି? ପୂର୍ବ ଗଣତି ଅନୁଯାୟୀ ସବୁ ଅଳଙ୍କାର ସୁରକ୍ଷିତ ଅଛି ତ? ସାର୍ବଜନୀନ ହେବ କି ରତ୍ନଭଣ୍ଡାର ଅଳଙ୍କାର? ଏଭଳି ନାନା ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୋହନ ସରକାର। ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି, ସାର୍ବଜନୀନ କରିବେ ସରକାର। ବିଧାନସଭାରେ ଲିଖିତ ଉତ୍ତରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି।

Advertisment

ସେ କହିଛନ୍ତି, ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି, ତାହା ସାର୍ବଜନୀନ ହେବ। ଗଣତି ମଣତି ଶେଷ ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ। ଏବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଚାଲୁ ରହିଛି। ଶେଷ ହେବା ପରେ ଗଣତି ମଣତି କରାଯିବ।

ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Advertisment

ଉଲ୍ଲେଖଯୋଗ୍ୟ, ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ସୁରୁଖୁରରେ ଚାଲିପାରି ନାହିଁ ଗୃହ। ଆଜି ବି ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ବାଚସ୍ପତି ୧୨ଟା ଯାଏ ମୁଲତବି ରଖିଥିଲେ। ତା’ପରେ ବି ଗୃହ ଚାଲିପାରିନଥିଲା। ପୁଣି ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି। 

ଆଜି ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ ବିଜେଡି ଓ କଂଗ୍ରେସର ବିଧାୟକ।

Advertisment

ସରକାରୀ ଦଳ ଚାଷୀ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ବିଜେଡି ଅଭିଯୋଗ ଆଣିଛି । ଏନେଇ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛି ବିଜେଡିର ପ୍ରତିନିଧି ଦଳ। ଅନ୍ୟପକ୍ଷରେ ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବୋଲି ବିଜେପି କହିଛି। ଗତକାଲି ମଧ୍ୟ ବିରୋଧୀଙ୍କ ବାରମ୍ବାର ହୋହଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା।  

ଅଧିକ ପଢ଼ନ୍ତୁ: ଘଟଣାବହୁଳ ଶ୍ରୀମନ୍ଦିର, ପାଞ୍ଚ ଦଶନ୍ଧି ପରେ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର।

Ratna Bhandara Keys Puri Puri Jaggannth Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ