Advertisment

Special Story: ହୁତୁ ହୁତୁ ହୋଇ ଜଳୁଥିଲା ଜଙ୍ଗଲ, ବଞ୍ଚାଇ ଦେଲେ ମାଆ ଓ ଝିଅ

ହଠାତ ହୁ ହୁ ହୋଇ ଜଳି ଉଠିଲା ଜଙ୍ଗଲ। ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପିବାକୁ ଲାଗିଲା। ଗାଁ ଆଡ଼କୁ ମାଡ଼ି ଆସୁଥିଲା କାଳଅଗ୍ନି। ହେଲେ ବଞ୍ଚାଇଦେଲେ ମାଆ ଝିଅ। ଜାଣନ୍ତୁ କେମିତି...

ଜଳୁଥିଲା ନିଆଁ, ବଞ୍ଚାଇଦେଲେ ମାଆ-ଝିଅ

ଜଳୁଥିଲା ନିଆଁ, ବଞ୍ଚାଇଦେଲେ ମାଆ-ଝିଅ

Advertisment

ସନ୍ଧ୍ୟା ପ୍ରାୟ ୬ଟା ହେବ, ହଠାତ ହୁ ହୁ ହୋଇ ଜଳି ଉଠିଲା ଜଙ୍ଗଲ । ଆଉ ଆଖିପୁଛୁଳାକେ ନିଆଁ ଚାରିଆଡେ ବ୍ୟାପିବାକୁ ଲାଗିଲା । ପାଖ ଗାଁରୁ ଏହି ଭୟଙ୍କର ଦୃଶ୍ୟ ସ୍ପଷ୍ଟ ଭାବେ ଦେଖାଯାଉଥିଲା । କାଳଅଗ୍ନି ମାଡ଼ିଆସୁଥିଲା ଗାଁ ଆଡ଼କୁ । ଯାହାକୁ ଦେଖିପାରିଥିଲେ ଜଣେ ବୃଦ୍ଧା ମା ଏବଂ ତାଙ୍କ ଝିଅ । ଏହାକୁ ଦେଖି ସେମାନେ ନିଜ ମନକୁ ସମ୍ଭାଳି ପାରିନଥିଲେ । ଜଙ୍ଗଲ ତାଙ୍କର ମାଟି ମା, ଜଙ୍ଗଲ ତାଙ୍କର ସବୁ କିଛି । କେମିତି ଏହାକୁ ବଞ୍ଚାଇବେ ସେମାନେ ଭାବିପାରୁନଥିଲେ । ଶେଷରେ ନିଷ୍ପତି ନେଇଥିଲେ, ଜଙ୍ଗଲକୁ ଯିବେ ଏବଂ ନିଆଁ ଲିଭାଇବେ ।

Advertisment

ଅଧିକ ପଢ଼ନ୍ତୁ: ହୋଲି ଖେଳିଲେ ୩ ରାଜନୈତିକ ଦଳର ସଦସ୍ୟ

ଆଉ କାଳ ବିଳମ୍ବ ନକରି କିଟି କିଟି ଅନ୍ଧାର ରାତିରେ ସାହସ କରି ବାହାରିପଡ଼ିଥିଲେ ଜଙ୍ଗଲକୁ । ଜଙ୍ଗଲରୁ କିଛି କଞ୍ଚା ଡାଳ ଛିଡ଼ାଇ ସେଥିରେ ନିଆଁକୁ ଲିଭାଇଥିଲେ । ଘଞ୍ଚ ଜଙ୍ଗଲରେ ନିଆଁ ଧାସରେ ଝାଳନାଳ ହୋଇ ପ୍ରାୟ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଜଙ୍ଗଲ ନିଆଁକୁ ଆୟତ କରିବାରେ ସେମାନେ ସଫଳ ହୋଇଥିଲେ । ପୁରା ଫିଲ୍ମର କାହାଣୀ ପରି ଲାଗୁଥିବା ଏହି ଘଟଣାଟି ପୁରା ସତ । କନ୍ଧମାଳ ଜିଲ୍ଲା ବନ୍ଧଗଡ଼ ପଞ୍ଚାୟତର ମିଲୁମାହା ଗ୍ରାମର ବିମଳା ନାୟକ ଓ ତାଙ୍କ ଝିଅ ଲିପିକା ମଲ୍ଲିକ ଏଭଳି ଦୁଃସାହାସିକତା ଦେଖାଇ ଏବେ ଚର୍ଚ୍ଚାରେ ।

ଏପଟେ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଗ୍ରାମରେ ମା', ଝିଅ ଘରେ ନଥିବା ଦେଖି ଗ୍ରାମବାସୀ ଛାନିଆ ହୋଇ ଖୋଜା ଖୋଜି ଆରମ୍ଭ କରିଥିଲେ । ଠିକ ଏହି ସମୟରେ ଦୁହେଁ ଝାଳ ନାଳ ହୋଇ ଜଙ୍ଗଲରୁ ଫେରୁଥିବାର ଦେଖିଥିଲେ ଗ୍ରାମବାସୀ । ହେଲେ ଯେତେବେଳେ ସେମାନେ ଜଙ୍ଗଲ ନିଆଁ ଲିଭାଇ ଆସିଛନ୍ତି ବୋଲି ଜାଣିଲେ ସେମାନେ ଆଶ୍ଚର୍ଯ୍ୟ ହେବା ସହ ଉଭୟଙ୍କୁ ପ୍ରଶଂସା କରିଥିଲେ।

Advertisment

ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାରେ ପ୍ରାୟ ୭୧ ପ୍ରତିଶତ ଜଙ୍ଗଲ ରହିଛି । ବର୍ତ୍ତମାନ ଖରା ଦିନେ ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲ ନିଆଁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହା ସହିତ ବିଭିନ୍ନ ବନାଞ୍ଚଳରେ ଶତାଧିକ ଫାୟାର ସ୍କ୍ୱାଡ୍‌ ମଧ୍ୟ ତିଆରି କରାଯାଇଛି। ହେଲେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳୁଛି ଏବଂ ଏହାକୁ ଆୟତ୍ତ କରିବାରେ ସମ୍ପୁର୍ଣ୍ଣ ଭାବେ ସଫଳ ହେଉନି ବନ ବିଭାଗ । ସେଭଳି କ୍ଷେତ୍ରରେ ଏ ମା ଝିଅଙ୍କ ପଦକ୍ଷେପ ନିଶ୍ଚିତ ପ୍ରଶଂସନୀୟ।

Kandhamal Wildfire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ