ଅଦ୍ୟତନ ହୋଇଛି
shree mandir
Advertisment
ଶ୍ରୀମନ୍ଦିରରେ ଏକ ଅଘଟଣା ରବିବାର ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପରିସରରେ ଗରମ ଡାଲି ପଡିବା କାରଣରୁ ୭ ଜଣ ଭକ୍ତ ଆହତ ହୋଇଛନ୍ତି। ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ ଗରମ ଡାଲି ନେଇ ଯାଉଥିଲେ। ତେବେ ଅସାବଧାନତା କାରଣରୁ ଡାଲି ଭକ୍ତଙ୍କ ଉପରେ ପଡି ଯାଇଥିଲା।
Advertisment
ନିକଟରେ ଥିବା ଭକ୍ତଙ୍କ ଉପରେ ଏହା ପଡି ଯାଇଥିଲା। ୭ ଜଣ ଯାକ ଭକ୍ତ ନୟାଗଡରୁ ଆସିଥିଲେ। ଗୋଡରେ ଡାଲି ପଡିବା ପରେ ଆହତ ୭ ଜଣଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749388755.jpg)