/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723788020.jpg)
Returns Gold Chain
ଏ ସମାଜ ପାଇଁ ଉଦାହରଣ ଏମାନେ... ନା ଅଛି ଲୋଭ, ନା ଅଛି ଅନ୍ୟର ଜିନିଷ ପ୍ରତି ଆସକ୍ତି । ଏ ସଭ୍ୟ ସମାଜରେ ବୋଧ ହୁଏ ଏହି ଭଳି କେଇଟା ମଣିଷଙ୍କ ପାଇଁ ଆଜି ବି ବଞ୍ଚିଛି ମଣିଷପଣିଆ । ହାତରେ ଧରିଛନ୍ତି ୨୯ ଗ୍ରାମ୍ର ଏକ ମୋଟା ସୁନା ଚେନ୍ । ଯାହାକୁ ରାସ୍ତାରୁ ପାଇଛନ୍ତି ସେମାନେ । ଚେନ୍ଟିର ଆନୁମାନିକ ମୂଲ୍ୟ ନିଶ୍ଚୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ । ତଥାପି ନାହିଁ ଲୋଭ, କି ମୁହଁରେ ନାହିଁ ଖୁସି । ବରଂ ଚେନ୍ଟିକୁ ଫେରାଇ ଦେବାକୁ ସଦରଥାନାର ଦ୍ୱାରସ୍ଥ ହୋଇଛନ୍ତି ଏହି ଦମ୍ପତି ।
ଏଭଳି ମାନବିକତାକୁ ଯେତେବ ବି ଧନ୍ୟବାଦ ଦେଲେ କମ୍ ହେବ । ଏହି ସହୃଦୟ ବ୍ୟକ୍ତି ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଶ୍ରବଣ କୁମାର ନାଥ । ଆଉ ମହିଳାଜଣକ ହେଉଛନ୍ତି ତାଙ୍କ ପତ୍ନୀ ସାଗରିକା ନାଥ । ଉଭୟ କୌଣସି କାମରେ କେନ୍ଦ୍ରାପଡା ବୁଲି ଆସିଥିଲେ । ଆଉ ସେଠାରେ ଏକ ହୋଟେଲରେ ରହୁଥିଲେ । ସକାଳୁ ସକାଳୁ ହୋଟେଲରୁ ଚା’ ପିଇ ଫେରିବା ପରେ ୨୯ ଗ୍ରାମର ଏକ ସୁନା ଚେନ୍ ପାଇଥିଲେ । ପରେ ଚେନ୍ଟିକୁ ଥାନାରେ ଦାବାକୁ ସ୍ଥିର କରିବା ସହ କେନ୍ଦ୍ରାପଡା ଏସପିଙ୍କୁ ଯୋଗଯୋଗ କରି ସଦର ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ ।
ଏହି ଖବର ପାଇବା ପରେ ଚେନଟିକୁ ହଜାଇ ଦେଇଥିବା ଗୁଲନଗରର ଅବିନାଶ ଦାସ ସଦର ଥାନରେ ପହଞ୍ଚିଥିଲେ । ପୋଲିସକୁ ଉପଯୁକ୍ତ ପ୍ରମାଣ ଦେଖାଇ ଚେନ୍ଟିକୁ ନେଇଛନ୍ତି । ଘଟଣାଟି ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଥିବାବେଳେ ସମସ୍ତେ ଦମ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)