Advertisment

Homeless Struggle In Jatani: ଜଗନ୍ନାଥ ଜମି ବିବାଦ ପାଇଁ ବଳି ପଡ଼ୁଛନ୍ତି ଗରିବଗୁରୁବା; 'ଆବାସ' ଅପେକ୍ଷାରେ ବାସହରା !

ସ୍କୁଲ ବାରଣ୍ଡାରେ ଚୁଲି ଜଳୁଛି, ଶ୍ରେଣୀ ଗୃହରେ ଶେଯ ପଡ଼ିଛି। ଏଣେତେଣେ ଆସବାବପତ୍ର ଓ ବାସନକୁସନ। ୨୦୧୯ ଫନି ବାତ୍ୟାରେ ଘର ଭାଙ୍ଗିବା ପରେ, ଗାଁର ଏକ ପୁରୁଣା ସ୍କୁଲରେ ଆଶ୍ରୟ ନେଇଛନ୍ତି ସ୍ବର୍ଣ୍ଣଲତା ।

Homeless Struggle in Jatani

Homeless Struggle in Jatani

Advertisment

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ଦଶନ୍ଧି ପୁରୁଣା ଜଗନ୍ନାଥ ଜମି ବିବାଦ ପାଇଁ ବଳି ପଡ଼ୁଛନ୍ତି ଗରିବଗୁରୁବା। ପାଖରେ ଘରବାଡ଼ି ପଟ୍ଟା ନଥିବାରୁ ଆବାସ ଯୋଜନାରେ ଘର ମିଳିପାରୁନାହିଁ। ଏପଟେ ପ୍ରଶାସନ ବି ନିୟମ ଆଗରେ ନାଚାର ବୋଲି କହୁଛି । ଏଭଳି ସ୍ଥିତିରେ ମୁଣ୍ଡକୁ ଛାତ କେବେ ଜୁଟିବ, ସେଇ ଆଶାରେ ଅନେକ ନିରାଶ୍ରୟ ବାସହରା। 

Advertisment

ସ୍କୁଲ ବାରଣ୍ଡାରେ ଚୁଲି ଜଳୁଛି, ଶ୍ରେଣୀ ଗୃହରେ ଶେଯ ପଡ଼ିଛି। ଏଣେତେଣେ ଆସବାବପତ୍ର ଓ ବାସନକୁସନ। ୨୦୧୯ ଫନି ବାତ୍ୟାରେ ଘର ଭାଙ୍ଗିବା ପରେ, ଗାଁର ଏକ ପୁରୁଣା ସ୍କୁଲରେ ଆଶ୍ରୟ ନେଇଛନ୍ତି ସ୍ବର୍ଣ୍ଣଲତା । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଛଣଘର ପଞ୍ଚାୟତ ଛଣଘର ଗାଁର ସ୍ବର୍ଣ୍ଣଲତା ବରାଳ ୫ ବର୍ଷ ହେଲା ବାସହରା । ସ୍ବାମୀ ଅକ୍ଷୟ ମୂଲ ଲାଗିଲେ ପେଟକୁ ଦାନା ଯାଏ, ନହେଲେ ନାହିଁ । ତା ଉପରେ ପୁଣି, ଗୋଟିଏ ବୋଲି ବିବାହିତା ଝିଅ ନିଖୋଜ ହେବା ପରେ, ତାଙ୍କ ପୁଅ ଝିଅ ଦାୟିତ୍ବ ବି ଗରିବ ଦଂପତିଙ୍କ କାନ୍ଧରେ। ଏଭଳି ସ୍ଥିତିରେ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇବା ସ୍ବପ୍ନ ହୋଇ ରହିଛି ଏମାନଙ୍କ ପାଇଁ । ପରିତ୍ୟକ୍ତ ସ୍କୁଲ ଘରେ ରହୁଥିବାରୁ ନା ବିଜୁଳି ଆଲୁଅ ଅଛି, ନା ମିଳୁଛି ସ୍ବଚ୍ଛ ପିଇବା ପାଣି। ବଡ଼ ମାନେ ସିନା ଯେମିତି ସେମିତି ଚଳିଯାଉଛନ୍ତି, ହେଲେ ପାଠ ପଢ଼ୁଥିବା ୨ ନାତି ନାତୁଣୀଙ୍କ କଥା ଭାବିବା ବେଳକୁ ଅକ୍ଷୟ ଓ ସ୍ବର୍ଣ୍ଣଲତାଙ୍କୁ ଭୀଷଣ ଚିନ୍ତା ଘାରୁଛି।

ଅଧିକ ପଢ଼ନ୍ତୁ: ବିଜେପି ଅନାସ୍ଥା ଅସ୍ତ୍ରରେ ପୁଣି ଚିତପଟାଙ୍ଗ ବିଜେଡି, ହାତରୁ ଗଲା ଢେଙ୍କାନାଳ ସଦର ବ୍ଲକ

Advertisment

ଛଣଘର ପଞ୍ଚାୟତ କୁଶମାଟି ଗାଁର ଆଉ ଏକ ବାସହରା ପରିବାର। ପଲିଥିନ ପାଲ ଘେରା ଭଙ୍ଗା ମାଟି କାନ୍ଥ ଭିତରେ ଚାରି ପ୍ରାଣୀ କୁଟୁମ୍ବ । ପୀତବାସ ସାହୁ, ପତ୍ନୀ ସୁଲୋଚନା ଓ ସେମାନଙ୍କ ପୁଅ ଝିଅ । ଯେଉଁଠି ଗୋରୁଗାଈ, ସେଇଠି ମଣିଷ। ଘର ଯେମିତି ଜରାଜୀର୍ଣ୍ଣ, ପୀତବାସଙ୍କ ବି ସେମିତି ଜରାଗ୍ରସ୍ତ, ଜୀର୍ଣ୍ଣଶୀର୍ଣ୍ଣ । ପରିଣତ ବୟସରେ ଚାଲିବୁଲି ପାରୁନାହାନ୍ତି, ଭଲରେ କଥା ବି କହିପାରୁନାହାନ୍ତି । ସରକାରୀ ରାସନ ଓ ବାର୍ଦ୍ଧକ୍ୟ ଭତ୍ତାରେ ଘର ଚଳୁଛି । ଯେତେବେଳେ ଗୋଡ଼ହାତ ଚାଲୁଥିଲା, ଘର ଖଣ୍ଡିଏ ମାଗି ମାଗି ଥକି ଯିବା ପରେ, ଏବେ ଏଭଳି ଅବସ୍ଥାରେ ନା କୁଆଡ଼େ ଯାଇପାରୁଛନ୍ତି, ନା କାହାକୁ କାକୁତିମୀନତି ହୋଇପାରୁଛନ୍ତି ।

ଏମାନଙ୍କ ଦୁଃସ୍ଥିତି ସମସ୍ତେ ଦେଖୁଛନ୍ତି, ସଭିଏଁ ଜାଣୁଛନ୍ତି। ପଞ୍ଚାୟତ, ବ୍ଲକ୍ ଠୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ, ସବୁଠି ଏମାନେ ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି କରିଛନ୍ତି। ହେଲେ ଯେଉଁଠିକୁ ଗଲେ, ସେଇ ଗୋଟିଏ ଉତ୍ତର। ଏଖରାଜାତ ମାହାଲ ଜମି ଗୁଡ଼ିକ ଶ୍ରୀଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯାଇଛି । ତେଣୁ ସେହି ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ କିଛି କରିହେବ ନାହିଁ । ହଁ.. କେବଳ ଏହି ଦୁଇ ପରିବାର ନୁହଁନ୍ତି, ଜଗନ୍ନାଥ ଜମିଜମା ବିବାଦ କାରଣରୁ ଆବାସ ଓ ଅନ୍ୟ ସରକାର ଯୋଜନାରୁ ବଞ୍ଚିତ ହେଉଛନ୍ତି ଜଟଣୀ ଅଞ୍ଚଳର ବହୁ ବାସିନ୍ଦା । ଅଭିଯୋଗ ଅନୁସାରେ, ୧୦ ବର୍ଷରୁ ଅଧିକ ହେବ ଅନେକଙ୍କ ବାପା ଜେଜେବାପା ଅମଳର ପୈତୃକ ସ୍ଥିତିବାନ ଏଖରଜାତ ସଂପତ୍ତି, ସରକାରୀ ବନ୍ଦୋବସ୍ତ ଅଧିକାରୀଙ୍କ ଦ୍ବାରା ଶ୍ରୀଜଗନ୍ନାଥ ବିଜେ ପୁରୀ ନାମରେ ନାମିତ କରିଦିଆଯାଇଛି । ତେଣୁ ପାଖରେ ଘରବାଡ଼ି ପଟ୍ଟା ନଥିବାରୁ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ସହାୟତା ମିଳୁନି, ଅନେକଙ୍କ ଜମି କିଣାବିକା ବି ହୋଇପାରୁନି। ଜମିପଟ୍ଟା ମିଳିବା ପରେ ହିଁ ହିତାଧିକାରୀଙ୍କୁ ଘର ଯୋଗାଇହେବ ବୋଲି କହିଛନ୍ତି ଜଟଣୀ ବିଡିଓ ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶାରେ କେତେ ହାତୀ ? ୪୮ ବନଖଣ୍ଡରେ ଚାଲିଛି ଗଣନା

Homeless Jatani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ