Advertisment

Homebuyers Can Claim Free Flat: କଥା ରଖୁନାହାନ୍ତି କି ବିଲ୍ଡର ? ମାଗଣାରେ ପାଇପାରିବେ ଘର; କେମିତି ପାଇବେ, ଜାଣନ୍ତୁ...

ଟଙ୍କା ନେଇ ଧାର୍ଯ୍ୟ ସମୟରେ ଦେଉନାହାନ୍ତି କି ଆପାର୍ଟମେଣ୍ଟ ? ସ୍ବପ୍ନର ଘର ପାଇଁ ଦଉଡ଼ି ଦଉଡ଼ି ଆଶା ମଉଳି ଗଲାଣି କି ? ଚିନ୍ତା କରନ୍ତୁନି।

Homebuyers Can Claim Free Flat

Homebuyers Can Claim Free Flat

Advertisment

କଥା ଦେଇ କଥା ରଖୁନାହାନ୍ତି କି ବିଲ୍ଡର ? ଟଙ୍କା ନେଇ ଧାର୍ଯ୍ୟ ସମୟରେ ଦେଉନାହାନ୍ତି କି ଆପାର୍ଟମେଣ୍ଟ ? ସ୍ବପ୍ନର ଘର ପାଇଁ ଦଉଡ଼ି ଦଉଡ଼ି ଆଶା ମଉଳି ଗଲାଣି କି ? ଚିନ୍ତା କରନ୍ତୁନି। ଏଥିପାଇଁ ବାହାରି ସାରିଛି ବାଟ। ପ୍ରକଳ୍ପ ବିଳମ୍ବ କରୁଥିବା ବିଲ୍ଡରଙ୍କୁ ଆପଣ ଦେଇପାରିବେ ପାନେ। ମାଗଣାରେ ପାଇପାରିବେ ଘର। କେମିତି ପାଇବେ, ଜାଣନ୍ତୁ...

Advertisment

ଭୁବନେଶ୍ବର ବାସିନ୍ଦା ବିମଳେନ୍ଦୁ ପ୍ରଧାନ। ୨୦୧୦ରେ ଏମ୍ସ ସମ୍ମୁଖ ବିପୁଲ ଗ୍ରୀନ୍ ହାଉସିଂ ପ୍ରୋଜେକ୍ଟରେ ବୁକ୍ କରିଥିଲେ ୯୩ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ। ୨୦୧୫ ସୁଦ୍ଧା ଆପାର୍ଟମେଣ୍ଟ ହସ୍ତାନ୍ତର ପାଇଁ ବିଲ୍ଡର ପ୍ରତିଶ୍ରୁତି ଦେଇଥିଲେ। ହେଲେ ୨୦୧୮ ସୁଦ୍ଧା ବି ସରିଲାନି ପ୍ରକଳ୍ପ କାମ। ବିଲ୍ଡରଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ବେ ବି ନିରାଶ ହେଉଥିଲେ ବିମଳେନ୍ଦୁ। ୨୦୧୮ରେ ପ୍ରକଳ୍ପ କାମ ସରି ନଥିବା ବେଳେ ବିନା ଅକ୍ୟୁପାନ୍ସି ସାର୍ଟିଫିକେଟ୍‌ରେ ବିଲ୍ଡର ଧରାଇଦେଲା ପୋଜେସନ୍ ଲେଟର। ତେବେ ସେତେବେଳକୁ ରେରା ଆଇନ ଆସିସାରିଥିବାରୁ ବିପୁଲ ଗ୍ରୀନ୍ ବିରୋଧରେ ଓଡ଼ିଶା ରେରାଙ୍କ ଦ୍ବାରସ୍ଥ ହୋଇଥିଲେ ବିମଳେନ୍ଦୁ। ରେରା, ମାମଲାର ବିଚାର କରି ତୁରନ୍ତ ଆପାର୍ଟମେଣ୍ଟ ହସ୍ତାନ୍ତର ସହ ପ୍ରକଳ୍ପ ବିଳମ୍ବ ବାବଦରେ ବିପୁଲ ଲିମିଟେଡ୍ ଠୁ ୭୬ ଲକ୍ଷ ଟଙ୍କା ୧୪ ହଜାର ଟଙ୍କା ଓ କାର୍ ପାର୍କିଂ ଲାଗି ବେସମେଣ୍ଟ ଫି’ ବାବଦରେ ନେଇଥିବା ଅଢ଼େଇ ଲକ୍ଷ ଟଙ୍କା ଆଦାୟ କରି ବିମଳେନ୍ଦୁଙ୍କୁ ପ୍ରଦାନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ଅଧିକ ପଢ଼ନ୍ତୁ: ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର; ସାବାଡ଼ ହେବେ ମୁନାଫାଖୋର ବିଲ୍ଡର...

Advertisment

ଏହାପରେ ଉଭୟ ପକ୍ଷ ମଧ୍ୟରେ ମାମଲା ହାଇକୋର୍ଟ ଓ ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ବିପୁଲ ଲିମିଟେଡର ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତି ଆଟାଚ୍ କରିବା ପରେ ବିମଳେନ୍ଦୁଙ୍କୁ ଆପାର୍ଟମେଣ୍ଟ ହସ୍ତାନ୍ତର କରିବା ସହ ୭୬ ଲକ୍ଷ ଟଙ୍କାର ପେନାଲ୍ଟି ବି ପ୍ରଦାନ କରିଛି ବିପୁଲ ଲିମିଟେଡ୍। ଏହାସହ ପ୍ରକଳ୍ପ ବିଳମ୍ବ ଲାଗି ରେରା ଦ୍ବାରସ୍ଥ ହୋଇଥିବା ଅନ୍ୟ ୧୭ ଜଣ ବାସଗୃହ କ୍ରେତାଙ୍କୁ ଆପାର୍ଟମେଣ୍ଟ ସହ ରେରା ରାୟ ଅନୁସାରେ ସାଢ଼େ ୧୩ କୋଟି ଟଙ୍କା ପେନାଲ୍ଟି ଓ ଆଉ ୭ ବର୍ଷ ବିଳମ୍ବ ଲାଗି ଏହା ଉପରେ ସୁଧ ଦେବାକୁ ସୁପ୍ରିମକୋର୍ଟରେ ସହମତି ପ୍ରକାଶ କରିଛି ବିପୁଲ ଲିମିଟେଡ୍। ତେବେ ଏନେଇ ବିପୁଲ ଲିମିଟେଡ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

ଏପଟେ ରିଅଲ ଇଷ୍ଟେଟ୍ ସଂଘ କହିଛି, ଯଦି ଫ୍ଲାଟ୍ ମୂଲ୍ୟ ସହ ଫାଇନ୍ ପରିମାଣ ସମାନ ହୋଇଯିବ, ବିଲ୍ଡର କେତେ ଲାଭ କରୁଛି ଯେ ଏହାକୁ ଭରଣା କରିପାରିବ ? ଏଭଳି ସ୍ଥିତିରେ ବିଲ୍ଡରମାନେ ନିଜ ପ୍ରକଳ୍ପ କାମ ଠିକ୍ ସମୟରେ ସାରିବା ଉପରେ ଗୁରୁତ୍ବ ଦିଅନ୍ତୁ। ଦେଖିବାକୁ ବାକି ରହିଲା, ପ୍ରକଳ୍ପ ବିଳମ୍ବ ଲାଗି ହୋଇଥିବା ଏହି ମୋଟା ପେନାଲ୍ଟି ଆଗାମୀ ଦିନରେ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ କେତେ ସୁଧାର ଆଣୁଛି। 

Advertisment

ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ, ୧୦ ସେକେଣ୍ଡରେ ଉଡ଼ିଗଲା ୧୯ ଲକ୍ଷ କୋଟି

Compensation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ