Advertisment

Health Card Fraud: ସ୍ୱାସ୍ଥ୍ୟକାର୍ଡରେ ବଡ଼ ଧରଣର କେଳେଙ୍କାରୀ; ରୋଗୀଙ୍କ ନାଁରେ ଚାଲିଥିଲା ଠକେଇ

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ବାଚନ ମଣ୍ଡଳୀ ପୁଇଁନ୍ତଳା ବ୍ଳକର ବିଭିନ୍ନ ଗାଁରୁ, ସ୍ଥାନୀୟ ଦଲାଲଙ୍କ ସହାୟତାରେ ରୋଗୀ ବି ବୋହୁଥିଲେ । ଆଗରୁ ବି ଏହି ଅଂଚଳରୁ ଅନେକ ରୋଗୀଙ୍କୁ ନେଇ ସ୍ବାସ୍ଥ୍ୟକାର୍ଡରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି । କିନ୍ତୁ ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି ।

ଅଦ୍ୟତନ ହୋଇଛି
Health Card Fraud Uncovered

Health Card Fraud Uncovered

Advertisment

ସ୍ବାସ୍ଥ୍ୟ କାର୍ଡରେ ବଡ ଧରଣର କେଳେଙ୍କାରୀ । ପ୍ରତିଦିନ ବଲାଙ୍ଗିରରୁ ରାୟପୁରକୁ ଚାଲିଛି ରୋଗୀ ବୁହା । ସ୍ବାସ୍ଥ୍ୟକାର୍ଡରୁ ଉଠୁଛି ଟଙ୍କା । ହେଲେ ବାରମ୍ୱାର ଏପରି ହେଉଥିବାରୁ, ସନ୍ଦେହ କରିଥିଲା ଜିଲ୍ଳା ସ୍ବାସ୍ଥ୍ୟବିଭାଗ । ତଦନ୍ତ ଆରମ୍ଭ ହୋଇଥିଲା। ଏହା ପଛରେ ବଡ଼ ଧରଣର ସ୍କାମ୍ ହେଉଥିବା ଜଣାପଡ଼ିଥିଲା। ଆଉ ବଡ଼ କଥା ହେଉଛି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ବାଚନ ମଣ୍ଡଳୀ ପୁଇଁନ୍ତଳାରେ ବି ଏହି ରାକେଟ୍ ସକ୍ରିୟ ରହିଥିଲା ଆଉ ଏହାର ମାଷ୍ଟରମାଇଣ୍ଡ ଥିଲେ ଜଣେ ମହିଳା।

Advertisment

ପ୍ରତିଦିନ ବଲାଙ୍ଗିରରୁ ରାୟପୁରକୁ ରୋଗୀ ବୁହା ହେଉଥିଲେ। ହେଲେ ଏକ ନିର୍ଦ୍ଦିଷ୍ଟ ଅଂଚଳରୁ ଏତେ ରୋଗୀ ରାୟପୁର ଯାଉଥିବାନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ବଲାଙ୍ଗିର ଉପକଣ୍ଠ ପୁଇଁନ୍ତଲା ବ୍ଳକ ଆଟଗାଁ ନିକଟରେ ଏକ ୱିଙ୍ଗର ଗାଡିକୁ ଅଟକାଇ ଆରମ୍ଭ ହୋଇଥିଲା ଛାନଭିନ । ସ୍ବାସ୍ଥ୍ୟକାର୍ଡ ସମେତ ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ସାଙ୍ଗରେ ନେଇ ଦଶଜଣ ରୋଗୀଙ୍କୁ ବୋହି ନେଉଥିଲେ ଜଣେ ମହିଳା । ସମସ୍ତେ ରାୟପୁର ଯାଉଥିବା କହିଥିଲେ। ଏହା ପରେ ତନାଘନା ଆରମ୍ଭ ହୋଇଥିଲା।

ଅଧିକ ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଜାରି ରହିଛି ଚଢ଼ାଉ

ତଦନ୍ତ ପରେ ଜଣା ପଡିଥିଲା ଯେ ସ୍ୱାସ୍ଥ୍ୟ କାର୍ଡ ନାଁରେ ଚାଲିଛି ଠକେଇ। ଗାଁ ଲୋକଙ୍କ ସହିତ ମିଶି ରେକେଟର ପର୍ଦ୍ଦାଫାସ କରିଥିଲେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସବୁ କଥା ବାହାରକୁ ଆସିଥିଲା। ବରଗଡ ଜିଲ୍ଳା ବୁକ୍ରାମୁଣ୍ଡା ଗାଁର ରଶ୍ମିତା ବାରିକ ନାମକ ଜଣେ ମହିଳା ସ୍ବାସ୍ଥ୍ୟକାର୍ଡ ଯୋଗେ ଠକେଇ କରୁଥିବା ଜଣାପଡିଥିଲା। ଖାଲି ସେତେକି ନୁହେଁ ରଶ୍ମିତା ଏଥିପାଇଁ ସ୍ଥାନୀୟ ଦଲାଲ ବି ନିୟୋଜିତ କରିଥିଲେ।

Advertisment

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ବାଚନ ମଣ୍ଡଳୀ ପୁଇଁନ୍ତଳା ବ୍ଳକର ବିଭିନ୍ନ ଗାଁରୁ, ସ୍ଥାନୀୟ ଦଲାଲଙ୍କ ସହାୟତାରେ ରୋଗୀ ବି ବୋହୁଥିଲେ । ଆଗରୁ ବି ଏହି ଅଂଚଳରୁ ଅନେକ ରୋଗୀଙ୍କୁ ନେଇ ସ୍ବାସ୍ଥ୍ୟକାର୍ଡରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି । କିନ୍ତୁ ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି । ବଲାଙ୍ଗିର ପୋଲିସ ରଶ୍ମିତାଙ୍କୁ ଜେରା କରୁଥିବାବେଳେ ସ୍ବାସ୍ଥ୍ୟବିଭାଗ ତରଫରୁ ଲିଖିତ ଅଭିଯୋଗ ଦିଆଯାଇଛି । ସେ ରାୟପୁରର ମେଡଲାଇଫ ହସପିଟାଲକୁ ରୋଗୀ ନେଉଥିବା ସ୍ବୀକାର କରିଛନ୍ତି ।

ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍‌ବଲ୍‌’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?

Advertisment
Fraud Case Health Card Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ