Advertisment

OTET Scam: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ

OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ୱନ କରାଯାଇଛି । ସେ ସଦର ବ୍ଲକ୍ ଭେଜିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ ।

author-image
Tapan Kumar Swain
OTET

OTET

OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ୱନ କରାଯାଇଛି । ସେ ସଦର ବ୍ଲକ୍ ଭେଜିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ ।
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରଶାନ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣ ଗିରଫ ହୋଇଥିଲେ । ସେମାନଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି । ସେମାନଙ୍କୁ ରିମାଣ୍ଡରେ ନେବାପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିବ । ସେମାନଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରାଯିବାର ଆବଶ୍ୟକତା ରହିଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡିଛି । ଏହି ପ୍ରଶ୍ନପତ୍ର ବୋର୍ଡ ଅଫିସରୁ ଲିକ୍ ହୋଇଥିବାର ସ୍ପଷ୍ଟ ହୋଇଛି । ଏହା ଉପରେ ଅଧିକ ତଦନ୍ତ ଚାଲିଛି । 

Advertisment

 କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବିସ୍ତୃତ ସୂଚନା ଦେଇ କହିଥିଲେ, ପ୍ରଶ୍ନପତ୍ର ଚୋରି କରିଥିବା ଗିରଫ ବୋର୍ଡ ଅଫିସ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ସହ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କର ରହିଛି ଗୁଢ଼ ସମ୍ପର୍କ। ଗଲା ୨ରୁ ୩ ମାସ ଭିତରେ ଉଭୟ ୧୦୦ ଥର କଥା ହୋଇଛନ୍ତି। ଯେହେତୁ ପରୀକ୍ଷା ପରିଚାଳନାରେ ଜିତନର କୌଣସି ଭୂମିକା ନଥିଲା, ତେଣୁ ତା ସହ କାହିଁକି ଏତେ ଥର କଥା ହୋଇଥିଲେ ନିହାର ? ତାହା ସନ୍ଦେହର କୁହେଳିକା ସୃଷ୍ଟି କରିଥିଲା। ନିହାରଙ୍କ ଲାପଟପକୁ ମୁଦ୍ରଣ ସଂସ୍ଥାରୁ ଏଫଟିପିରେ OTET ପ୍ରଶ୍ନପତ୍ର ଆସିଥିଲା। ଯେଉଁ ପାସୱାର୍ଡ ଦେଇ ସେ ଲାପଟପ୍ ଖୋଲୁଥିଲେ, ତାକୁ ଡିଲିଟ୍ ନକରି ଓଲଟା ଜିତନଙ୍କୁ ଲାପଟପ୍ ବ୍ୟବହାର ପାଇଁ ସେ ଅନୁମତି ଦେଇଥିଲେ। ଯେହେତୁ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜିତନଙ୍କୁ ସନ୍ଦେହରେ ବୋର୍ଡ ସିକ୍ରେଟ ୱିଙ୍ଗରୁ ବାହାର କରାଯାଇଥିଲା, ତେଣୁ ତାକୁ ପୁଣି କେମିତି ଅବସ୍ଥାପିତ କରାଗଲା ତାହା ମଧ୍ୟ ସନ୍ଦେହ କୁହେଳିକା ସୃଷ୍ଟି କରିଥିଲା। 

ଅଧିକ ପଢ଼ନ୍ତୁ: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ; ବୋର୍ଡରେ କେବେଠୁ ଚାଲିଛି ନିହାର-ଜିତନ ନେକ୍ସସ ?

Advertisment
OTET Headmaster Suspended
Advertisment
Advertisment