Advertisment

ASI's half burnt dead body: NH କଡରୁ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା?

ରାସ୍ତାକଡରୁ ମିଳିଲା ପୋଲିସ ASIଙ୍କ ମୃତଦେହ । ତାହା ବି ଅଧାପୋଡା ଅବସ୍ଥାରେ । ଦୁର୍ଘଟଣାରେ ASIଙ୍କ ମୃତ୍ୟୁ ହେଲା ନା ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଅଦ୍ୟତନ ହୋଇଛି
ASI's death

ASI's death

Advertisment

ଜାତୀୟ ରାଜପଥ କଡରୁ ମିଳିଲା ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବନମାଳିପୁର ରାସ୍ତାରୁ ASI ପବିତ୍ର ଗୋଲାପିଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ବାଇକର ଅଧା ଅଂଶ ମଧ୍ୟ ପୋଡିଯାଇଛି । ପବିତ୍ର ଗୋଲାପି କିଛି ଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ । ତେବେ ଏହା ହତ୍ୟା ନା ଦୁର୍ଘଟଣା ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ଓ ଟିମ୍ ପହଞ୍ଚି ଛାନଭିନ କରିଛନ୍ତି । ସେପଟେ ପୋଲିସ ASIଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । 

Advertisment

ଗଚକାଲି ନୟାଗଡ଼ ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଥିଲା । ନୟାଗଡ଼ ଜିଲ୍ଲା ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କ  ଘର ଭିତରୁ ମିଳିଥିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ ଶିଶିରଙ୍କ ପତ୍ନୀ । ସେପଟେ ଘରର ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଥିଲା । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଜଣାପଡ଼ିନଥିବାବେଳେ ପରକୀୟା ପ୍ରୀତି କାରଣରୁ ହତ୍ୟା କରାଯାଇଥାଏପାରେ ବୋଲି ସନ୍ଦେହ କରାଯାଉଛି । 

ଅଧିକ ପଢନ୍ତୁ : ରାତିରେ ଘରେ ଶୋଇଥିଲେ, ସକାଳୁ ମିଳିଲା ଫରେଷ୍ଟରଙ୍କ ଅଧାପୋଡା ମୃତଦେହ

Advertisment
ASI Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ