Advertisment

ଅଶାନ୍ତ ବୁର୍ଲା ଭୀମସାର; ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଆହତ

ବୁର୍ଲା ଭୀମସାରରେ ସଂଘର୍ଷ। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟରେ ୩ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Group Fight In VIMSAR

group-clash

Advertisment

ବୁର୍ଲା ଭୀମସାରରେ ସଂଘର୍ଷ। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲେ ମଧ୍ୟ ଏଯାଏଁ ସମାଧାନର ରାସ୍ତା ବାହାରି ପାରିନି। ଏ ଘଟଣାକୁ ନେଇ ହାଉସ ସର୍ଜନମାନେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଶଙ୍ଖ ଭବନରେ ମୁହାଁମୁହିଁ ସ୍ଥିତି; ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି

ଆକ୍ରମଣ ପ୍ରତିବାଦରେ ହାଉସ ସର୍ଜନମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି। ଭୀମସାର ନିର୍ଦ୍ଦେଶକ, ବୁର୍ଲା ଥାନା ଆଇଆଇସି, SDPO ଏବଂ ଛାତ୍ରମାନଙ୍କ ସହ ବିଳମ୍ବିତ ରାତି ଯାଏଁ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ।

Advertisment

ଭୀମସାର ପରିସରରେ UG ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ PG ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ମାରପିଟ ହୋଇଥିଲା। ପୂର୍ବ ତିକ୍ତତାକୁ ନେଇ PG ଛାତ୍ରମାନେ ଆକ୍ରମଣ କରିଥିବା ନେଇ ଆହତ ହୋଇଥିବା ପୂର୍ବତନ UG ଛାତ୍ର ସଂଘ ସଭାପତି କହିଛନ୍ତି। ତେବେ ଏ ନେଇ ପିଜି ଛାତ୍ର ସଂଘ କି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Group Clash Burla VIMSAR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ