Advertisment

ଅନ୍ଧାର ଘରେ କେମିତି ଗଢାହେବ ଉଜ୍ଜଳ ଭବିଷ୍ୟତ?

ଗ୍ରାମାଂଚଳର ଛାତ୍ରଛାତ୍ରୀମାନେ ଭଲ ଭାବରେ ଶିକ୍ଷାଦାନ କରିବେ । ଏଭଳି ପରିକଳ୍ପନା ନେଇ ସରକାରୀ ବିଦ୍ୟାଳୟରେ ଅନେକ ବ୍ୟବସ୍ଥା କରାଯାଉଛି । ତେବେ ଏହାର ବାସ୍ତବ ରୂପ ପୂରା ଅଲଗା ।

author-image
Pallipuspa Samal
Government Schools In Rural Areas

Government Schools In Rural Areas

ଗ୍ରାମାଂଚଳର ଛାତ୍ରଛାତ୍ରୀମାନେ ଭଲ ଭାବରେ ଶିକ୍ଷାଦାନ କରିବେ । ଏଭଳି ପରିକଳ୍ପନା ନେଇ ସରକାରୀ ବିଦ୍ୟାଳୟରେ ଅନେକ ବ୍ୟବସ୍ଥା କରାଯାଉଛି । ତେବେ ଏହାର ବାସ୍ତବ ରୂପ ପୂରା ଅଲଗା । ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ବିଦ୍ୟାଳୟର କାନ୍ଥରେ ଲାଗିଛି ଗଣ୍ଡା ଗଣ୍ଡା ଟ୍ୟାପ ହେଲେ କୌଣସି ଟ୍ୟାପରୁ ପାଣି ବାହାରୁ ନାହିଁ ।

Advertisment

ଏହାଛଡ଼ା କ୍ଲାସ ରୁମର ଅବସ୍ଥା କହିଲେ ନସରେ, ପିଲାମାନେ ଅବ୍ବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି । ଝାପସା ଆଲୁଅରେ ଶିକ୍ଷାଦାନ କରୁଛନ୍ତି ଶିକ୍ଷକମାନେ । ବିଦ୍ୟୁତ ନ ଥିବାରୁ ଲକ୍ଷାଧିକ ଟଙ୍କାର ସ୍ମାଟ ଟିଭି ଓ କମ୍ପ୍ୟୁଟର ବି ବନ୍ଦ ରହିଛି । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ମାଛପଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଶୋଚନୀୟ ଅବସ୍ଥା।

ଖାଲି ଯେ ଏହି ବିଦ୍ୟାଳୟ ନୁହେଁ ଖେଲାଉର ପ୍ରାଥମିକ ବିଦ୍ୟାଳୟ, କଲ୍ୟାଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଳି ୯ଟି ସ୍କୁଲରେ ପୋଷ୍ଟପେଡ଼ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରଣ କରାଯାଇଥିଲା । ତେବେ ପୋଷ୍ଟପେଡ଼ ବିଲକୁ ବିଦ୍ୟାଳୟ ପକ୍ଷରୁ ପୈଠ କରାଯାଇ ନ ଥିବାରୁ ଦୀର୍ଘ ଦିନ ଧରି ବିଦ୍ୟୁତ ସଂଯୋଗ କଟି ଯାଇଛି ।

Advertisment

ଏସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଅନ୍ୟପଟେ ବିଦ୍ୟାଳୟକୁ ଖୁବଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବ ବୋଲି ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ କହିଛନ୍ତି ।

ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ବନ୍ଦ ହେବା ଫଳରେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଲକ୍ଷାଧିକ ଟଙ୍କାର ଉପକରଣ ନଷ୍ଟ ହେବାକୁ ବସିଲାଣି। ତେଣୁ ସେମାନଙ୍କ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ନିହାତି ଆବଶ୍ୟକ ।

Special Story
Advertisment
Advertisment