/odishatv-khabar/media/post_attachments/uploadimage/library/16_9/16_9_0/Wedding_1729514979.jpg)
Wedding
ରାଜଧାନୀରେ ମାତିଛନ୍ତି ମ୍ୟାରେଜ୍ ରାକେଟ୍ । ବୁଲୁଛନ୍ତି ମିଛ କନିଆଁ । ଫେକ୍ ବାପା ମାଆ ଓ ଭାଇ ଭଉଣୀ । ବାହାଘର ପାଇଁ ପ୍ରସ୍ତାବ ଦେଇ, ତଳି ତଳାନ୍ତ କରି ଦେଉଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରରେ । ଏ ନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ମାମଲାର ଖୋଳତାଡ଼ ଚଳାଇଛି ।
Advertisment
ଠକ ଗ୍ୟାଙ୍ଗର ସଦସ୍ୟ ପୁଅ ଘର ଲୋକଙ୍କୁ ଟାର୍ଗେଟ୍ କରି ପ୍ରଥମେ ବର ପାଇଁ ଶେରୱାନୀ ଓ ବାହାଘର ସାମଗ୍ରୀ କିଣାଇ ଦେଉଥିଲେ । ଏପରିକି ବର କିଛି ଚାକିରି କରିନଥିଲେ ମଧ୍ୟ ଟଙ୍କା ଦେଲେ ଚାକିରି କରାଇଦେବେ ବୋଲି କହୁଥିଲେ । ଆଉ ବର ଘର ଲୋକେ ଚାକିରି ପାଇଁ ଟଙ୍କା ଦେବା ପରେ ଆଉ ଧରାଛୁଆଁ ଦେଉନଥିଲେ ଠକ ଗ୍ୟାଙ୍ଗ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)