Advertisment

Milk In Mid-day Meals: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର; ପିଲାଙ୍କୁ ସବୁଦିନ ଦିଆଯିବ ୨୦୦ ମିଲିଗ୍ରାମ୍ ଦୁଗ୍ଧ

ଏବେ ଆହୁରି ପୁଷ୍ଟିସାର ଯୁକ୍ତ ହେବ ପିଲାଙ୍କ ମଧ୍ୟାହ୍ନ ଭୋଜନ। ସୋୟାବିନ୍ ଓ ଅଣ୍ଡା ସହ ନିଇତି ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଭିଟାମିନ୍ A ଓ D ଯୁକ୍ତ ଦୁଗ୍ଧ ଦେବାକୁ ବ୍ୟବସ୍ଥା କରିଛନ୍ତି ସରକାର।

undefined

Odisha Govt Plans to Add 200 ml of Milk in Mid-day Meals For School Children

Advertisment

ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସାମିଲ ହେବ କ୍ଷୀର। ପୁଷ୍ଟିସାର ଯୁକ୍ତ ୨୦୦ ML ଦୁଗ୍ଧ ଦେବାକୁ ଯୋଜନା ହୋଇଛି। ଗତକାଲି ରାଇରଙ୍ଗପୁରର ୨୯ଟି ସ୍କୁଲରେ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଲାଗୁ କରାଯାଇଛି। ଏଥିପାଇଁ କ୍ଷୀର ଯୋଗାଇବେ ଓମଫେଡ୍ ଓ ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ। ସରକାରଙ୍କ ଏହି ପଦକ୍ଷେପକୁ ଅଭିଭାବକ ସ୍ବାଗତ କରିଥିବା ବେଳେ କ୍ଷୀରର ମାନ ଠିକ୍ ରହିବା ଦରକାର ବୋଲି ମତ ରଖିଛନ୍ତି।

Advertisment

ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ପ୍ରତିଦିନ ପିଲା ପିଇବେ ୨୦୦ ML ଦୁଗ୍ଧ । ଏବେ ଆହୁରି ପୁଷ୍ଟିସାର ଯୁକ୍ତ ହେବ ପିଲାଙ୍କ ମଧ୍ୟାହ୍ନ ଭୋଜନ। ସୋୟାବିନ୍ ଓ ଅଣ୍ଡା ସହ ନିଇତି ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଭିଟାମିନ୍ A ଓ D ଯୁକ୍ତ ଦୁଗ୍ଧ ଦେବାକୁ ବ୍ୟବସ୍ଥା କରିଛନ୍ତି ସରକାର। ଗିଫ୍ଟ ମିଲ୍କ ମାଧ୍ୟମରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଇରଙ୍ଗପୁର ପୌରପାଳିକାର ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ଏଥିରେ ସାମିଲ କରାଯାଇଛି। ପରେ ଏଥିରେ ସାମିଲ ହେବ ସାରା ରାଜ୍ୟ। 

ଅଧିକ ପଢନ୍ତୁ: ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ମନା

ବର୍ତ୍ତମାନ ରାଜ୍ୟର ପ୍ରାୟ ୫୧ ହଜାର ୫ଶହ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ୪୪ ଲକ୍ଷ ୫୦ ହଜାରରୁ ଅଧିକ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ସପ୍ତାହର ବିଭିନ୍ନ ଦିନରେ ଭାତ, ଡାଲମା, ସୋୟାବିନ୍ ତରକାରୀ ଏବଂ ଅଣ୍ଡା ତରକାରୀ ମିଳୁଛି। ଏବେ ଏଥିରେ ସାମିଲ ହେବ କ୍ଷୀର। ଓମଫେଡ୍ ଓ ନାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡର ମିଳିତ ସହଯୋଗରେ ଛାତ୍ରଛାତ୍ରୀଙ୍କୁ ଏହି କ୍ଷୀର ଦିଆଯିବ। ସରକାରଙ୍କ ପଦକ୍ଷେପକୁ ଅଭିଭାବକ ସ୍ବାଗତ କରିଥିବା ବେଳେ କ୍ଷୀରର ମାନ ଠିକ୍ ରହିବା ଦରକାର ବୋଲି ମତ ରଖିଛନ୍ତି। 

Advertisment

ଗତକାଲି ରାଇରଙ୍ଗପୁରରେ ଗୋ ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟ ମିଲ୍କ ଭଳି ତିନିଟି କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ମୟୂରଭଞ୍ଜ ଜିଲ୍ଲାର ୩ ହଜାର ଚାଷୀଙ୍କୁ ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଧିଆଳୀ ଗାଈ ପ୍ରଦାନ କରାଯାଇଥିଲା। ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ସଶକ୍ତ କରାଯିବା ସହ ଚାଷୀଙ୍କ ଅର୍ଥନୈତିକ ଅବସ୍ଥା ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏପରିକି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି। 

ଅଧିକ ପଢନ୍ତୁ: ଦୁଇଟି ପର୍ଯ୍ୟାୟର ବୈଠକ ସତ୍ତ୍ବେ ବାହାରିଲାନି ନିଷ୍କର୍ଷ, ଦୁଇ ଦିନ ହେଲାଣି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

Advertisment
Odisha Govt Children School Milk Mid-day Meals School Children
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ