FM College Case
ଆଜି ସଂଧ୍ୟାରେ ଆସିବ ବଡ଼ ନିଷ୍ପତ୍ତି । ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସନ୍ଧ୍ୟା ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି । ବାଲେଶ୍ୱର ଘଟଣା ରାଜ୍ୟ ସରକାରଙ୍କୁ ବ୍ୟଥିତ କରିଛି । ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡିବ ସରକାର କରିବେ । ଆଜି ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଥିତିର ସମୀକ୍ଷା କରାଯାଇଥିଲା । କେବଳ HOD କି ଅଧକ୍ଷ ନୁହନ୍ତି ଝିଅ ଆତ୍ମହତ୍ୟା କରିବା ପାଇଁ ସ୍ଥିତି ସୃଷ୍ଟି କରିଥିବା ଯେ କୌଣସି ବ୍ୟକ୍ତି ବି ତଦନ୍ତର ପରିସରରକୁ ଆସିବେ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିବା ପରେ ସନ୍ଧ୍ୟା ସୁଦ୍ଧା ବଡ଼ ଆକ୍ସନ ହୋଇପାରେ ।
ସରକାରଙ୍କ ଏକ ମାତ୍ର ଲକ୍ଷ ପୀଡିତାଙ୍କୁ ନ୍ୟାୟ ଦେବା । ବିରୋଧୀଙ୍କ ନ୍ୟାୟିକ ତଦନ୍ତ ଦାବି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ କହିଲେ ପୂର୍ବ ସରକାରରେ ଅନେକ ଘଟଣାରେ ନ୍ୟାୟିକ ତଦନ୍ତ ହୋଇଥିଲେ ବି ରିପୋର୍ଟ ଆସିଲାନି କି କାର୍ଯ୍ୟାନୁଷ୍ଠାନ ହେଲାନି । ଘଟଣାକୁ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ଏହାର ଅଗ୍ରଗତି କେମିତି ହେଉଛି, ଆଉ କଣ ପଦକ୍ଷେପ ଆବଶ୍ୟକ ସେ ସବୁର ତର୍ଜମା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ହେବ ।
ଏପଟେ FM କଲେଜର ଇଣ୍ଟରନ୍ୟାଲ କଂପ୍ଳେଣ୍ଟସ୍ କମିଟି ସଦସ୍ୟଙ୍କ ବିରୋଧରେ ହେଉ କଠୋର ଆକ୍ସନ। ସେମାନେ ନିରପେକ୍ଷ ତଦନ୍ତ ରିପୋର୍ଟ ଦେଇଥିଲେ ଆଜି ଝିଅ ବଞ୍ଚି ଥାଆନ୍ତା। କମିଟି ଠିକରେ ରିପୋର୍ଟ ଦେଇ ନଥିଲା। ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଏଭଳି କିଛି କଥା କହିବା ସହ ଇଣ୍ଟରନାଲ୍ କମ୍ପ୍ଲେଣ୍ଟସ୍ କମିଟି ଉପରେ ଦୋଷ ଲଦିଛନ୍ତି ତାଙ୍କ ବାପା। ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ କହିଛନ୍ତି, ଇଣ୍ଟରନ୍ୟାଲ କଂପ୍ଳେଣ୍ଟସ୍ କମିଟି ସଦସ୍ୟ ମିଛ ରିପୋର୍ଟ ଦେଇଥିଲେ। ସେମାନେ ଠିକ୍ ରିପୋର୍ଟ ଦେଇଥିଲେ ଝିଅ କାହିଁକି ଆତ୍ମହତ୍ୟା କରି ଥାଆନ୍ତା ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ସେମାନେ ଦୋଷୀ ବୋଲି କହିଛନ୍ତି ସୌମ୍ୟାଶ୍ରୀ ବାପା।
ଅପରପକ୍ଷେ ଝିଅକୁ ନେଇ ରାଜନୀତି ନ କରିବାକୁ ଅପିଲ୍ କଲେ ସୌମ୍ୟାଶ୍ରୀଙ୍କ ବାପା। କାନ୍ଦି କାନ୍ଦି ହାତ ଯୋଡ଼ି ସେ କହିଛନ୍ତି, ଝିଅ ଚାଲିଯାଇଛି। ତେଣୁ ତାକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ। ସରକାର ଘଟଣାକୁ ନେଇ ସମ୍ବେଦନଶୀଳ ଅଛନ୍ତି। କିଛି ଦାବି ପୂରଣ କରିଛନ୍ତି ଓ ଆଉ କିଛି ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଗତକାଲି ରାଷ୍ଟ୍ରପତି ୧୦ ମିନିଟ୍ ସହ ଆଲୋଚନା କରିଥିଲେ। ଝିଅ ବଞ୍ଚିବା ପାଇଁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥନା କରିଥିଲେ। ମୁଖ୍ୟମନ୍ତ୍ରୀ ବି ତାଙ୍କ ସହ ଆଲୋଚନା କରିଛନ୍ତି। ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752583034.jpg)