Advertisment

Government Land Controlled by Mafia: ଜମି ଦଲାଲଙ୍କ ଦାଦାଗିରି; ଘର ଦେବାକୁ କହି ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ମାଫିଆଙ୍କ କବଜାରେ ସରକାରୀ ଜମ। ମନଇଛା ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକୁଛନ୍ତି ଦଲାଲ। ଗଛ ମୂଳେ ଚାଲୁଛି କାରବାର, ଟଙ୍କା ନେଣଦେଣ । ୫ କି ୧୦ ହଜାର ନୁହେଁ ପ୍ଲଟ ପିଛା ୫୦ରୁ ୫ଲକ୍ଷ ଯାଏଁ ବି ହେଉଛି ମୂଲଚାଲ।

undefined

Government Land Controlled by Mafia

Advertisment

ଜମି ଦଲାଲଙ୍କ ଦାଦାଗିରି। ସରକାରୀ ଜମି କବଜା କରି ବିନା କାଗଜପତ୍ରରେ ଲକ୍ଷ ଲକ୍ଷ ଟଙ୍କାରେ ବିକୁଛନ୍ତି। ଜାଗା ମିଶନରେ ଘର ଦେବାକୁ କହି ମୂଲଚାଲ ମୁତାବକ ଟଙ୍କା ନମିଳି ସିଏମସି କର୍ମଚାରୀଙ୍କୁ ହାତ କରି ଲୋକଙ୍କ ଘର ବି ଭାଙ୍ଗି ଦେଉଛନ୍ତି। କଟକ ସିଡିଏ ଧବଳେଶ୍ବର ଗଡ଼ା ଅଞ୍ଚଳରେ ବେଧଡକ୍ ଚାଲିଛି ଏଭଳି ବେଆଇନ୍ କାର୍ଯ୍ୟ, ହେଲେ ନୀରବଦ୍ରଷ୍ଟା ସାଜିଛି ସିଏମସି। କେମିତି ଦଲାଲ କରୁଛନ୍ତି ଜମି ଡିଲ୍, ଭିଡିଓ ବି ଲାଗିଛି ଓଟିଭି ହାତରେ।

Advertisment

ମାଫିଆଙ୍କ କବଜାରେ ସରକାରୀ ଜମ। ମନଇଛା ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକୁଛନ୍ତି ଦଲାଲ। ଗଛ ମୂଳେ ଚାଲୁଛି କାରବାର, ଟଙ୍କା ନେଣଦେଣ । ୫ କି ୧୦ ହଜାର ନୁହେଁ ପ୍ଲଟ ପିଛା ୫୦ରୁ ୫ଲକ୍ଷ ଯାଏଁ ବି ହେଉଛି ମୂଲଚାଲ। କଟକ ସିଡିଏ ସ୍ଥିତ ଧବଳେଶ୍ବର ଗଡାରେ ଥିବା ଏକର ଏକର ସରକାରୀ ଜମିକୁ ଶାଗ ମାଛ ଦରରେ ବିକୁଛନ୍ତି ଦଲାଲ। ଜାଗା ମିଶନରେ ଘର ଯୋଗାଇ ଦେବା ଲୋଭ ଦେଖାଇ ଦଲାଲ ଆଗେ ଆଡଭାନ୍ସ ନେଉଛନ୍ତି, ଡିଲ୍ ସରିଗଲେ ଘର ତିଆରି ପାଇଁ ଲୋକଙ୍କୁ ଅନୁମତି ଦେଉଛନ୍ତି। ଯଦି ମୂଲଚାଲ ମୁତାବକ ବଳକା ଅର୍ଥ ନମିଳେ ତାହାଲେ ସିଏସି ଅଫିସ କର୍ମଚାରୀଙ୍କୁ ହାତ ବାରିସି କରି ସେ ଅଧାଗଢ଼ା ଘରକୁ ଭାଙ୍ଗି ବି ଦେଉଛନ୍ତି। ଏମିତି ଦୁର୍ଦ୍ଦଶା ଭୋଗିଥିବା ଜଣେ ବ୍ୟକ୍ତି ହେଲେ ପ୍ରଭାତ ପାଣି। ତାଙ୍କ ଅଭିଯୋଗ- ଧବଳେଶ୍ବର ଗଡ଼ାରେ ଘର ତୋଳିବାକୁ ଜାଗା ଖଣ୍ଡେ ପାଇଁ ଦଲାଲଙ୍କୁ ୫ ଲକ୍ଷ ଟଙ୍କା ଦେଇ ଘର ତିଆରି ଆରମ୍ଭ କରିଥିଲେ, ହେଲେ ପରେ ଆଉ ୨ ଲକ୍ଷ ଦେଇନପାରିବାରୁ ଜାଗା ମିଶନ ତାଲିକାରୁ ତାଙ୍କ ନାଁ କାଟି ଦେଇ ଦଲାଲ ଜୋର ଜବରଦସ୍ତ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଲେ। ପ୍ରଭାତଙ୍କ ଭଳି ସମାନ ଅବସ୍ଥା ହୋଇଛି ତ୍ରିନାଥ ଓଝାଙ୍କର। କେମିତି ଟଙ୍କା ନଦେଲେ ଦଲାଲଙ୍କ ଦାଦାଗିରି ଚାଲୁଛି। ଠକାମୀର ଶିକାର ହେବା ପରେ ଉଭୟେ ସିଡିଏ ଫେଜ ଟୁ ଥାନାରେ ଏତଲା ଦେଇଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍।

ଅଧିକ ପଢ଼ନ୍ତୁ: ପୁଣି ରାଜନୀତିକୁ ଫେରିବେ କି ରଘୁବର ଦାସ ? ଇସ୍ତଫା ପରେ ବଢିଲା ଚର୍ଚ୍ଚା

Advertisment

ଧବଳେଶ୍ବର ଗଡ଼ା। ଯେଉଁଠି କିଛିବର୍ଷ ହେବ ସରକାରୀ ଯାଗାରେ ବେଧଡ଼କ୍ ଚାଲିଛି ମାଫିଆ ରାଜ। କଟକ ସହରରୁ ବିଭିନ୍ନ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଉଚ୍ଛେଦ ହେଉଥିବା ବସ୍ତି ଲୋକଙ୍କୁ ଏଠି ଜାଗା ମିଶନ ଜରିଆରେ ସିଏମସି ଥଇଥାନ କରୁଛି। ପାନୀୟଜଳଠୁ ଇଲେକ୍ଟ୍ରି ସଂଯୋଗ ମଧ୍ୟ ପ୍ରଶାସନ ପକ୍ଷରୁ ଦିଆଯାଇଛି। ହେଲେ ଏଠି ମାତିଛନ୍ତି କିଛି ଦଲାଲ। ୩୦ ବର୍ଗଫୁଟ ଲେଖାଏଁ ଜମିକୁ ପ୍ଲଟିଂ କରି ଲୋକଙ୍କୁ ବିନା କାଗଜପତ୍ରରେ ବିକୁଛନ୍ତି- ଜାଗା ମିଶନରେ ନାଁ ଉଠାଇ ଦେବାକୁ କହି ଟଙ୍କା ଆଦାୟ କରୁଛନ୍ତି। ସବୁ କଟକ ମହାନଗର ନିଗମର ନାକ ନିଶ ତଳେ ଚାଲୁଥିବା ଅଭିଯୋଗ ହେଉଛି। ହେଲେ ସିଏମସି କମିଶନର କହୁଛନ୍ତି-ଇଞ୍ଚେ ବି ସରକାରୀ ଜମି କେହି ନେଇ ପାରିବେନି। ଏଭଳି କୌଣସି ଅଭିଯୋଗ ଲିଖିତ ଭାବେ ଆସିଲେ ତଦନ୍ତ କରିବୁ।

ସହରାଞ୍ଚଳରେ ଗରିବ ଭୂମିହୀନଙ୍କୁ ଘର ଯୋଗାଇବା ଲକ୍ଷ୍ୟରେ ତିଆରି ହୋଇଛି ଜାଗା ମିଶ। ହେଲେ କଟକ ସହରରେ ଯେମିତି ଏ ଯୋଜନାର ଧଜ୍ଜିଆ ଉଡ଼ାଉଛନ୍ତି ଦଲାଲ ଓ ମାଫିଆ।

Advertisment

ଅଧିକ ପଢ଼ନ୍ତୁ: ନୂଆବର୍ଷରେ ନୂଆ ପିସିସି ସଭାପତି; ବରିଷ୍ଠ ନା ଯୁବ ଚେହେରା, କିଏ ସମ୍ଭାଳିବେ ରାଜ୍ୟ କଂଗ୍ରେସର ମଙ୍ଗ ?

Mafia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ