• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଜଗତସିଂହପୁର ଅଧିଷ୍ଠାତ୍ରୀ ମାଆ ଶାରଳା ମନ୍ଦିରରେ ବଦଳିଲା ଘିଅ । ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିରକୁ ଆସିଛି ନୂଆ ଘିଅ । ବ୍ୟବହାର ପାଇଁ ଓମ୍‌ଫେଡ୍ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଛି। ନିମ୍ନମାନର ଘିଅ ବ୍ୟବହାର ନେଇ ଅଭିଯୋଗ ପରେ ଚଢ଼ାଉ ହୋଇଥିଲା । 

ଏପଟେ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରକୁ ଆସିଲା ନୂଆ ଘିଅ । ଓମଫେଡ ଦ୍ବାରା ଦୁର୍ଗନ୍ଧ ଯୁକ୍ତ ଘିଅରେ ନିତିକାନ୍ତି ସମ୍ପାଦନ ଏବଂ ଦୀପ ଜଳାଯିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗର ଚେତା ପଶିଛି।

ଓମଫେଡ କମ୍ପାନୀ ଏକ ବିଜ୍ଞପ୍ତି ଜାରି କରି ଦୋଷ ମାନିବା ସହ ତିର୍ତ୍ତୋଲସ୍ଥିତ ପରୀକ୍ଷାଗାରକୁ ପଠାଇ ମାନ ଯାଞ୍ଚ କରିଛି । ସେହି ବ୍ୟାଚରେ ତିଆରି ହୋଇଥିବା ଘିଅରେ ଆଦ୍ରତା ଯୋଗୁ ଗନ୍ଧ ବାହାରିଥିବା କହିଛି। ଆଜି ନିତିକାନ୍ତି ପାଇଁ ମନ୍ଦିରକୁ ନୂତନ ଭାବେ ଘିଅ ଯୋଗାଇଛି ଓମଫେଡ ସଂସ୍ଥା। 

ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ପଚା ଘିଅର ବ୍ୟବହାର ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ତେଜିଥିଲା । ମିଳିଥିବା ତଥ୍ୟ ଅନୁସାରେ, ଓମଫେଡ୍  ତରଫରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଠାକୁରଙ୍କ ନୀତିକାନ୍ତି ସମ୍ପାଦନ ଓ ଦୀପ ଜାଳିବା ପାଇଁ ଘିଅ ଯୋଗାଇ ଦିଆଯାଉଛି । 

OTV is now on Whatsapp

Join and get latest news update delivered to you via whatsapp

Join Now