Advertisment

ଏଣିକି ଶିକ୍ଷକଙ୍କୁ ନିଯୁକ୍ତି କରିବେ ଶିକ୍ଷାବିତ !

ବୈଠକରେ ଉଚ୍ଚଶିକ୍ଷାର ବିକାଶ ଏବଂ ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Teachers Recruitment

Teachers Recruitment

ଏଣିକି ସରକାର କିମ୍ବା ପ୍ରଶାସନ ନୁହେଁ, ବରଂ ଶିକ୍ଷକ ନିଯୁକ୍ତି କ୍ଷମତା ରହିବ ଶିକ୍ଷାବିତଙ୍କ ହାତରେ। ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ପ୍ରାଧ୍ୟାପକ ପଦବୀ ପୂରଣ ନେଇ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କହିଛନ୍ତି, ୨୦୨୦ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷକ ନିଯୁକ୍ତିରେ ସମସ୍ୟା ସୃଷ୍ଟି ହେଉଥିଲା। ସବୁ ସମସ୍ୟାର ସମାଧାନ କରିବା ସହ ଖୁବଶୀଘ୍ର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ୧୫ଶହରୁ ଅଧିକ ପଦବୀ ପୂରଣ କରାଯିବ। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସମେତ ପୂର୍ବତନ କୁଳପତି ଓ ୟୁଜିସି ସଦସ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଉଚ୍ଚଶିକ୍ଷାର ବିକାଶ ଏବଂ ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Advertisment
Recruitment Teacher
Advertisment
Advertisment