Advertisment

From MLA to Common Man: ଦିନେ ଥିଲେ ଶାସକ ଦଳର ବିଧାୟକ; ଆଜି ବନିଯାଇଛନ୍ତି ସାଧାରଣ ଚଷାପୁଅ

ହଳ ଲଙ୍ଗଳ ଧରି କ୍ଷେତକୁ ଯାଆନ୍ତି, ପୁଅ ବୋହୂ ସହ ମିଶି ଚାଷ କରନ୍ତି। ନା ଥାଟବାଟ, ଚାକର ବାକର ନା କୋଠାବାଡ଼ି। ଦୀର୍ଘବର୍ଷ ଧରି କ୍ଷମତା ରାଜନୀତିରେ ଥାଇ ବି ସେ ବିଶ୍ବାସ କରନ୍ତି, ମାଟିର ମଣିଷ ମାଟି ସହ ଯୋଡ଼ି ହୋଇ ରହିବାକୁ।

undefined

From MLA to Common Man

Advertisment

ଦିନେ ସେ ଥିଲେ ଶାସକ ଦଳର ବିଧାୟକ, ଆଜି କିନ୍ତୁ ସାଧାରଣ ଚଷାପୁଅ। ହଳ ଲଙ୍ଗଳ ଧରି କ୍ଷେତକୁ ଯାଆନ୍ତି, ପୁଅ ବୋହୂ ସହ ମିଶି ଚାଷ କରନ୍ତି। ନା ଥାଟବାଟ, ଚାକର ବାକର ନା କୋଠାବାଡ଼ି। ଦୀର୍ଘବର୍ଷ ଧରି କ୍ଷମତା ରାଜନୀତିରେ ଥାଇ ବି ସେ ବିଶ୍ବାସ କରନ୍ତି, ମାଟିର ମଣିଷ ମାଟି ସହ ଯୋଡ଼ି ହୋଇ ରହିବାକୁ। ଆସନ୍ତୁ ଜାଣିବା ଭିଆଇପି କଲଚରଠୁଁ ଦୂରରେ ଥିବା ଫୁଲବାଣୀର ପୂର୍ବତନ ବିଧାୟକ ଅଙ୍ଗଦ କହଁରଙ୍କ ବିଷୟରେ । 

Advertisment

ତାଙ୍କୁ ସମସ୍ତେ ଜାଣିଛନ୍ତି, ଚିହ୍ନିଛନ୍ତି। ଯିଏ ରାଜନୀତିର ସାପ ସିଡ଼ି ଖେଳକୁ ଭଲ ଭାବେ ବୁଝିଛନ୍ତି, ପଞ୍ଚାୟତରୁ ବିଧାନସଭା ଯାଏଁ ପ୍ରତ୍ୟକ୍ଷ ରାଜନୀତିର ଅନୁଭୂତି ସାଉଁଟିଛନ୍ତି। ଚାହିଁଥିଲେ କୋଠାବାଡ଼ି ତିଆରି କରି ଅୟସ ଆରାମରେ ଜୀବନ ଜୀଇଁଥାନ୍ତେ । ଭିଆଇପି କଲଚରକୁ ଆପଣାଇ ଥାଟବାଟରେ ରହିଥାନ୍ତେ । ମାଟି ସହ ମାଟି ହୋଇନଥାନ୍ତେ। କିନ୍ତୁ ସେ ସବୁକିଛିକୁ ତୁଚ୍ଛ ମନେ କରି ଆଜି କ୍ଷେତରେ ଘାସ ବଛାଠୁ ଆରମ୍ଭ କରି ହଳ ବୁଲାଇବା ଯାଏଁ, ପତ୍ନୀ ଏବଂ ପୂ୍ଅ ବୋହୂ ସହ କାମ କରୁଛନ୍ତି । ଫସଲ ଫଳାଉଛନ୍ତି ଅଙ୍ଗଦ କହଁର। ଫୁଲବାଣୀର ପୂର୍ବତନ ବିଧାୟକ। ଦୀର୍ଘବର୍ଷ ଧରି ଲୋକ ପ୍ରତିନିଧି ହୋଇ ବି ପାୱାର ଟିଲର୍ ଚଳାଇବା ସହ କୋଡ଼ି କୋଦାଳ ଧରି ଚାଷ କରୁଛନ୍ତି ଜମିରେ। ପଚାରିଲେ କହନ୍ତି, କୃଷିର ପ୍ରଗତିରେ ହିଁ ଦେଶର ପ୍ରଗତି। 

ଏହା ସହ ପଢ଼ନ୍ତୁ: Sex Racket in Bhubaneswar: ଭୁବନେଶ୍ବରରେ ‘ବାଂଲା’ ସେକ୍ସ ରାକେଟ୍; ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ

Advertisment

ଫିରିଙ୍ଗିଆ ବ୍ଲକର ନିଜ ପକାରୀ ଗାଁରେ ଅଙ୍ଗଦଙ୍କ ରହିଛି ପ୍ରାୟ ୨୯ ଏକର ଜମି। ତା’ଭିତରୁ ୨୦ ଏକରରେ ଚାଷ ବେଉଷା କରନ୍ତି। ଜମିରେ ତାଙ୍କର ବିଭିନ୍ନ ରକମର ପରିବା ସହ ଡାଲି ଜାତୀୟ ଫସଲ ଉତ୍ପାଦନ ହୁଏ। ଏଥର ୨ ଏକର ଜମିରେ କଳାବତୀ ଧାନ ଚାଷ ସହ ଆଉ କିଛି ଜମିରେ କଳା ହଳଦୀ ଲଗାଇଛନ୍ତି। ତାଙ୍କ କହିବା କଥା, ଡାଏବେଟିସ୍ ନିୟନ୍ତ୍ରଣ କ୍ଷେତ୍ରରେ ରାମବାଣ ହେଉଛି କଳାବତୀ ଚାଉଳ। ବହୁରୋଗର ପ୍ରତିକାର କରେ କଳାହଳଦୀ। ଆଗକୁ ଡ୍ରାଗନ୍ ଫ୍ରୁଟ୍ ଚାଷ କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି ଅଙ୍ଗଦ। 

୧୯୮୩ରୁ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିବା ଅଙ୍ଗଦ ୪ ଥର ସରପଞ୍ଚ, ୨ ଥର ଜିଲ୍ଲା ପରିଷଦ ସଦସ୍ୟ ଓ ଥରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ବି ହୋଇଛନ୍ତି। ଆଉ ୨୦୧୯ ନିର୍ବାଚନରେ ଫୁଲବାଣୀ ଆସନରୁ ବିଜୟ ଲାଭ କରି ବିଧାନସଭାରେ ପାଦ ଥାପିଥିଲେ । ସବୁବେଳେ ନିଜ ଭିତରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଥିବା ଅଙ୍ଗଦ ୫୮ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷା ଦେବା ସହ ୭୨ ପ୍ରତିଶତ ମାର୍କ ରଖି ଚର୍ଚ୍ଚାକୁ ଆସିଥିଲେ ଗତ ୨୦୨୨ ମସିହାରେ। କ୍ଷମତା ରାଜନୀତିରେ ଲମ୍ବା ବାଟ ଚାଲିବା ପରେ ବି ତାଙ୍କୁ ଛୁଇଁନି ଆଧୁନିକତାର ଛାପ କିମ୍ବା ତଥାକଥିତ ଭିଆଇପି କଲଚର୍। 

Advertisment

ଅଧିକ ପଢ଼ନ୍ତୁ: ଫଡ଼ନାଭିସ୍, ସିନ୍ଦେ ନା ପାୱାର ? କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?

Phulbani MLA Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ