Dead Bodies
କୋରାପୁଟ ଜିଲ୍ଲା ଲମତାପୁଟ ଜଲାପୁଟ ଜଳଭଣ୍ଡାରରେ ଅଘଟଣ । ଜଲାପୁଟ ଡ୍ୟାମରୁ ୨ ଜଣ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲିଠୁ ଉଭୟ ନିଖୋଜ ଥିଲେ । ଅଗ୍ନିଶମ ବାହିନୀ ଦ୍ୱାରା ଦୁହିଁଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଓ ଯୁବତୀ ପାଡୁଆ ଥାନା ଅନ୍ତର୍ଗତ ବନୁର ଓ ବାଇରପଡ଼ା ଗାଁର ବୋଲି ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ଘଟିଛି ତାହା ଏ ଯାଏ ସ୍ପଷ୍ଟ ହୋଇନି । ପୋଲିସ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି ।
ସେହିପରି ମୟୂରଭଞ୍ଜି ଜିଲ୍ଲାର ଶିମିଳିପାଳ ଲୁଲୁଙ୍ଗ ଝରଣାରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ ଯୁବକ ମୃତ । ରଜରେ ଭୋଜିଭାତ କରିବାକୁ ମଧୁବନ ଏବଂ ମୁର୍ଗାବାଡି ଅଞ୍ଚଳରୁ କିଛି ଯୁବକ ଆଜି ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ଲୁଲୁଙ୍ଗ ଝରଣାକୁ ଯାଇଥିଲେ । ଝରଣାରେ ଗାଧୋଉଥିବା ବେଳେ ସେମାନଙ୍କ ଭିତରୁ ୨ ଜଣ ଗଭୀର ଜଳରେ ବୁଡ଼ି ଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ: ଭୁବନେଶ୍ୱରରୁ ଯାଉଥିବା ବସ୍ ଓଲଟିଲା, ଥିଲେ ୫୦ ଯାତ୍ରୀ
ଏହି ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ଆୟୁଷ୍ମାନ ନାୟକ ଓ ଅଙ୍କିତ ଭୁଜବଳ, ଦୁହିଁଙ୍କର ବୟସ ପ୍ରାୟ ୨୦ରୁ ୨୨ ବର୍ଷ ହେବ ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749983004.jpg)