/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724765300.jpg)
Ratnabhandar
ଭୁବନେଶ୍ୱର ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଓ ରୂପା ଜବତ ପ୍ରସଙ୍ଗ । ଜବତ ସୁନାକୁ ନେଇ ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋର ଧରିଲା ଚର୍ଚ୍ଚା । ଜବତ ସୁନା ପୁରୀ ରତ୍ନଭଣ୍ଡାରରୁ ଏକ ପ୍ରାଇଭେଟ ବିମାନରେ ଚାଲାଣ ହେଉଥିଲା ବୋଲି କଟାକ୍ଷ କରି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ତଥାଗତ । ତେବେ ଏନେଇ ତଥାଗତଙ୍କ ପ୍ରତିକ୍ରିୟା ମିଳିପାରିନି ।
Advertisment
ଗତକାଲି ଏକ ଲଜିଷ୍ଟିକ ଭ୍ୟାନରୁ ୫୦ କେଜି ସୁନା ସହ ୮୦ କିଲୋର ରୁପା ଜବତ ହୋଇଥିଲା । ଜବତ ୬୦କୋଟିର ସୁନା ୨୦ଟି ସୁନା ଦୋକାନକୁ ଯାଉଥିବା ସୂଚନା ମିଳିଛି । ସୁନା ରୁପା ଗହଣା ନେଇ ଖୋଳତାଡ ବେଳେ ଜଣାପଡ଼ିଛି ଯେତିକି ପରିମାଣର ଗହଣା ଆସୁଥିଲା ସଠିକ୍ ଭାବେ ଟିକସ ଦିଆଯାଇନାହିଁ । ଯାହାକୁ ନେଇ ଖୋଳତାଡ ଚାଲିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)