Advertisment

Former Aul MLA Devendra Sharma: ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ; ଚିକିତ୍ସାଧିନ ଅବସ୍ଥାରେ ଆଜି ଦେହାନ୍ତ

ଆଉ ନାହାଁନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି।

ଅଦ୍ୟତନ ହୋଇଛି
 Former Aul MLA Devendra Sharma

Former Aul MLA Devendra Sharma

Advertisment

ଆଉ ନାହାଁନ୍ତି ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା। ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ପୂର୍ବରୁ ଦେବେନ୍ଦ୍ରଙ୍କ ହୃଦଜନିତ ସମସ୍ୟା ଥିଲା। ତା’ସହ ଅଚଳ ହୋଇଯାଇଥିଲା ଗୋଟିଏ କିଡନୀ।

Advertisment

ଗତକାଲି ହଠାତ୍ ହୃଦଘାତ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇଥିଲା। 

ଅଧିକ ପଢ଼ନ୍ତୁ: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ଦେବେନ୍ଦ୍ର ଶର୍ମାଙ୍କ ବିୟୋଗ ପରେ ତାଙ୍କ ନିର୍ବାଚନମଣ୍ଡଳୀଠୁ ଆରମ୍ଭ କରି କଂଗ୍ରେସ ଶିବିର ଯାଏଁ ଶୋକାକୂଳ ପରିବେଶ। ଆଜି ତାଙ୍କ ମରଶରୀରକୁ କଂଗ୍ରେସ ଭବନକୁ ନିଆଯିବ। ସେଠାରେ ଦଳୀୟ ନେତୃବର୍ଗଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି ସହ ଶେଷ ଦର୍ଶନ ପରେ ବିଧାନସଭା ନିଆଯିବ। ପରେ ଆଳିକୁ ନେଇ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି। 

Advertisment

ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଦେବେନ୍ଦ୍ର ଶର୍ମା। ୨୦୧୪ରୁ ୨୦୧୯ ଯାଏଁ ସେ ବିଧାୟକ ଭାବେ ରହିଥିଲେ । ଦେବେନ୍ଦ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ