Advertisment

ଏଫଏମ ପୀଡ଼ିତାଙ୍କ କିଡନୀ ଓ ଫୁସ୍ ଫୁସ୍‌ରେ ଗଭୀର ଆଘାତ, ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର ଏମ୍ଜସରେ ଚିକିତ୍ସିତ ହେଉଥିବା FM ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା। ସ୍ବାସ୍ଥ୍ୟାବସ୍ଥା ଜଟିଳ କିନ୍ତୁ ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ, ବିଶେଷଜ୍ଞ ଟିମ ୨୪ ଘଣ୍ଟା ଝିଅର ସ୍ବାସ୍ଥ୍ୟ ଉପରେ ନଜ ରଖିଥିବା କହିଛନ୍ତି। ଦିଲ୍ଲୀ AIIMS ସହ କଥା ହୋଇ ତାଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି, ଫ୍ଲୁଇଡ ରିପ୍ଲେସମେଣ୍ଟ ଚାଲିଥିବା କହିଛନ୍ତି ଅଧିକ୍ଷକ। ଗତକାଲି ଡାଏଲିସିସ୍ ହୋଇଥିଲା, ଆବଶ୍ୟକ ପଡ଼ିଲେ ପୁଣି ହେବ ବୋଲି କୁହାଯାଇଛି। ଆଜି ଟିକିଏ ଜ୍ବର ଆସିଛି, ଆଣ୍ଟିବାୟୋଟିକ୍ସ ଚାଲିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ପ୍ରିନ୍ସିପାଲଙ୍କୁ ଗିରଫ ପାଇଁ ଦାବି କେଲ ସମ୍ପର୍କୀୟ।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
AIIMS health bulletin on FM College tragedy

AIIMS health bulletin on FM College tragedy

FM College Tragedy: AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି FM ପୀଡ଼ିତାଙ୍କ ଚିକିତ୍ସା । ଏବେ ସ୍ବାସ୍ଥ୍ୟାବସ୍ଥା ଜଟିଳ କିନ୍ତୁ ସ୍ଥିର ରହିଥିବା ସୂଚନା ଦେଇଛନ୍ତି AIIMS କର୍ତ୍ତୃପକ୍ଷ । ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି AIIMS ଅଧୀକ୍ଷକ । ଝିଅଟି AIIMSରେ ଭର୍ତ୍ତି ହେବା ବେଳେ ଯେଉଁ ସ୍ଥିତି ଥିଲା ଏବେ ବି ସେହି ସ୍ଥିତି ରହିଛି । ବିଶେଷଜ୍ଞ ଟିମ ୨୪ ଘଣ୍ଟା ଝିଅର ସ୍ବାସ୍ଥ୍ୟ ଉପରେ ନଜ ରଖିଛନ୍ତି । ଦିଲ୍ଲୀ AIIMS ସହ କଥା ହୋଇ ତାଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି ।

Advertisment

ଫ୍ଲୁଇଡ ରିପ୍ଲେସମେଣ୍ଟ ଚାଲିଛି । ଗତକାଲି ଡାଏଲିସିସ୍ ହୋଇଥିଲା । ଆବଶ୍ୟକ ପଡ଼ିଲେ ପୁଣି ଡାଏଲିସିସ୍ ହେବ । ଆଜି ଟିକିଏ ଜ୍ବର ଆସିଛି । ଏଥିପାଇଁ ଆଣ୍ଟିବାୟୋଟିକ୍ସ ଚାଲିଛି । କଲଚର ରିପୋର୍ଟ ଆସିଲେ ଆଣ୍ଟିବାୟୋଟିକ୍ସ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରାଯିବ । ବ୍ଲକ ପ୍ରେସର ନର୍ମାଲ ଅଛି । ତେବେ କଣ୍ଡିସନ କ୍ରିଟିକାଲ କିନ୍ତୁ ଷ୍ଟାବଲ ଅଛି ବୋଲି ଭୁବନେଶ୍ବର AIIMS ପକ୍ଷରୁ କୁହାଯାଇଛି । ...ଡାକ୍ତର ଦିଲୀପ କୁମାର ପରିଡା, ଅଧୀକ୍ଷକ, AIIMS

FM କଲେଜରେ କ୍ରାଇମବ୍ରାଞ୍ଚ ଛାନଭିନ୍। କ୍ରାଇମବ୍ରାଞ୍ଚ CAW & CWର ଦୁଇ ଜଣିଆ ଟିମ୍ ଆଜି ବି କଲେଜକୁ ଯାଇ ତଦନ୍ତ କରୁଛନ୍ତି । କଲେଜର ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରି ତଦନ୍ତ କରୁଛି କ୍ରାଇମ ଏଗେନ୍ଷ୍ଟ ଓମେନ ଏବଂ ଚିଲଡ୍ରେନ୍ ୱିଙ୍ଗ୍। ୩ ଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ଏହି ଟିମ୍ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ପଚରାଉଚରା କରିଥିଲା। କଲେଜର ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ରିପୋର୍ଟକୁ ବି ତଦାରଖ କରାଯାଇଛି। ସେପଟେ ପୀଡ଼ିତାଙ୍କ ଦ୍ରୁତ ଆରୋଗ୍ୟ ଓ ସୁସ୍ଥତା କାମନା କରି ବାଲେଶ୍ବରରେ ସାଙ୍ଗସାଥି ବିଭିନ୍ନ ମନ୍ଦିରରେ ପୂଜା କରିଛନ୍ତି। ଆରୋଗ୍ୟ କାମନା କରି ମନ୍ଦିରରେ ପାଣି ଢାଳିବା ସହ ଦୀପଦାନ କରୁଛନ୍ତି ସହପାଠୀ।

Advertisment

FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଗୁରୁତ୍ବପୁର୍ଣ୍ଣ ବୈଠକ। ତିନି ବିଭାଗର ପ୍ରମୁଖ ସଚିବ ଓ ଡିଜିପିଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା। ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କଲେ ସିଏସ୍। ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ମୁଖ୍ୟ ଶାସନ ସଚିବ ସବିଶେଷ ତଥ୍ୟ ନେଇଥିବା ସୂଚନା। ଅନ୍ୟପଟେ ପୋଲିସ ଡିଜିଙ୍କ ସହ ମଧ୍ୟ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ତଦନ୍ତର ଅଗ୍ରଗତି ଓ ସ୍ଥିତି ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ସିଏସ୍ ।

Advertisment
Related Articles
Advertisment