Advertisment

FM College Victim: ଏମ୍ସରେ ଚାଲିଛି FM ପୀଡ଼ିତାଙ୍କ ଡାଏଲିସିସ୍, ତଦାରଖ କରୁଛନ୍ତି ୮ ଜଣିଆ ଟିମ୍

ଦିଲ୍ଲୀ ଏମ୍ସର ପରାମର୍ଶ ଅନୁଯାୟୀ ଭୁବନେଶ୍ବର ଏମ୍ସରେ ଏଫଏମ ବିଶ୍ବବିଦ୍ୟାଳୟର ପୀଡିତା ଛାତ୍ରୀଙ୍କ ଡାଏଲିସିସ୍ କରାଯାଉଛି। ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଚିକିତ୍ସାର ତଦାରଖ କରୁଛନ୍ତି।

ଅଦ୍ୟତନ ହୋଇଛି
FM

FM

Advertisment

ଭୁବନେଶ୍ବର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ରହିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିବା ବେଳେ ଫୁସଫୁସ୍, ହୃତପିଣ୍ଡ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଛି । 

Advertisment

ଅଧିକ ପଢନ୍ତୁ: ଜୀବନ ସହ ଲଢୁଛନ୍ତି FM କଲେଜ ପୀଡ଼ିତା, ଏମ୍ସରେ ପହଞ୍ଚି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଏବେ ପୀତିଡାଙ୍କର ଡାଏଲିସିସ୍ କରାଯାଉଛି। ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀ ଏମ୍ସର ପରାମର୍ଶ ଅନୁଯାୟୀ ଡାଏଲିସିସ୍ କରାଯାଉଛି। ଗତକାଲି ସନ୍ଧ୍ୟାରୁ ଡାଏଲିସିସ୍ ଆରମ୍ଭ ହୋଇଛି । ବ୍ଲଡ ପ୍ରେସର ବହୁତ କମି ଯାଇଥିବାରୁ ହୃତପିଣ୍ଡ ଉପରେ ଏହାର ପ୍ରଭାବ ପଡିଛି । ପୋଟାସିୟମ୍ ସ୍ତର କମିଯାଇଥିବାରୁ ପୀଡ଼ିତାଙ୍କୁ ବିଭିନ୍ନ ଭିଟାମିନ୍ ଦିଆଯାଉଥିବା ଭୁବନେଶ୍ବର ଏମ୍ସ ପକ୍ଷରୁ କୁହାଯାଇଛି। ତା’ ସହ ସୁଗାର ଲେବଲ୍ ଉପରେ ମଧ୍ୟ ନଜର ରଖାଯାଇଛି। ପୀଡିତା ଜଳିବା ବେଳେ ଶ୍ୱାସ ନଳୀରେ ଧୂଆଁ ଶରୀର ଭିତରକୁ ପଶି ଯାଇଛି । ନିଆଁ ଲାଗିବା ପରେ ଦେହରେ ଜଳୀୟ ଅଂଶ କମିଯାଇଛି । ସେ ନେଇ ଚିକିତ୍ସା ଚାଲିଛି । 

Advertisment

ଚିକିତ୍ସା ପାଇଁ ଆନାସ୍ଥେସିଆ, ମେଡ଼ିସିନ୍, ଛାତିରୋଗ, ବର୍ଣ୍ଣ୍ ଏବଂ ପ୍ଲାଷ୍ଟିକ ସର୍ଜରୀ, ହୃଦରୋଗ ଆଦି ବିଭିନ୍ନ ବିଭାଗର ୮ ଜଣ ବିଶେଷଜ୍ଞଙ୍କୁ ନେଇ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଏହି ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଚିକିତ୍ସାର ତଦାରଖ କରୁଛନ୍ତି। ଏହି ଟିମ୍ ପୀଡ଼ିତାଙ୍କ ୨୪ ଘଣ୍ଟିଆ ମନଟରିଂ କରୁଛନ୍ତି। ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ଷ୍ଟାଣ୍ଡାର୍ଡର ଚିକିତ୍ସା ଯୋଗାଇ ଦିଆଯାଉଛି। ଦିଲ୍ଲୀ ଏମ୍ସର ୩ ଜଣିଆ ସ୍ୱାସ୍ଥ୍ୟ ବିଶେଷଜ୍ଞ କମିଟି ଭିଡିଓ କନଫରେନ୍ସିଂ ଜରିଆରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଆବଶ୍ୟକ ପଡିଲେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବ । ଅବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢନ୍ତୁ: ଛାତ୍ରୀ ଆତ୍ମାହୂତି ଉଦ୍ୟମ ମାମଲା, FM କଲେଜରେ କ୍ରାଇମବ୍ରାଞ୍ଚର ଛାନ୍‌ଭିନ୍

Advertisment
Fakir Mohan University Dialysis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ